ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫଦାରୀ କାହିଁକି ? EDକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗିରଫଦାରୀ କାହିଁକି ? ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଦ୍ୱାରା ଗିରଫଦାରୀକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନ ଉପରେ ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟ ଇଡିକୁ ଏହି ପ୍ରଶ୍ନ କରିଛନ୍ତି । ଆଜିର ଶୁଣାଣି ବେଳେ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଇଡିଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ଯେଉଁଥିରେ ନିର୍ବାଚନ ପୂର୍ବରୁ ଗିରଫଦାରୀର ସମୟକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ? ଏହା ଉପରେ ଶୁକ୍ରବାର ସୁଦ୍ଧା ଜବାବ ଦେବା ପାଇଁ ଇଡିକୁ କୁହାଯାଇଛି । ଜଷ୍ଟିସ୍ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଶୁଣାଣି ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁଙ୍କୁ କହିଥିଲେ, 'ସ୍ୱଧୀନତା ଗୁରୁତ୍ୱପୂର୍ଣ୍ଣ ଅଟେ, ଆପଣ ଏହାକୁ ଅସ୍ୱୀକାର କରିପାରିବେ ନାହିଁ । ପ୍ରଶ୍ନ ଗିରଫଦାରୀର ସମୟକୁ ନେଇ, ଯାହା ବାବଦରେ ସେ ଜଣାଇଛନ୍ତି । ଗିରଫଦାରୀ ସମୟ, ସାଧାରଣ ନିର୍ବାଚନ ଠିକ୍ ପୂର୍ବରୁ କାହିଁକି ।' ପଢନ୍ତୁ: ରାଉଜ ଏଭେନ୍ୟୁ କୋର୍ଟରୁ ମନିଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜଖଣ୍ଡପୀଠ ଏଏସଜି ରାଜୁଙ୍କ ଆହୁରି ଅନେକ ପ୍ରଶ୍ନ କରିଥିଲେ ଏବଂ ଇଡିକୁ ଶୁଣାଣିର ପରବର୍ତ୍ତୀ ତାରିଖରେ ଜବାବ ଦେବା ପାଇଁ କହିଛନ୍ତି ।କୋର୍ଟ ପ୍ରଶ୍ନ କରିଥିଲେ, 'କ’ଣ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ବିନା ଆପଣ ଏଠାରେ ଯାହା କିଛି ହୋଇଛି ତାହା ଉପରେ ଅପରାଧିକ ପଦକ୍ଷେପ ଗ୍ରହଣ କରିପାରିବେ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗିରଫଦାରୀ କାହିଁକି ? ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଦ୍ୱାରା ଗିରଫଦାରୀକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନ ଉପରେ ଶୁଣାଣି ବେଳେ ସର୍ବୋଚ୍ଚ କୋର୍ଟ ଇଡିକୁ ଏହି ପ୍ରଶ୍ନ କରିଛନ୍ତି । ଆଜିର ଶୁଣାଣି ବେଳେ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଇଡିଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ଯେଉଁଥିରେ ନିର୍ବାଚନ ପୂର୍ବରୁ ଗିରଫଦାରୀର ସମୟକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ? ଏହା ଉପରେ ଶୁକ୍ରବାର ସୁଦ୍ଧା ଜବାବ ଦେବା ପାଇଁ ଇଡିକୁ କୁହାଯାଇଛି ।
ଜଷ୍ଟିସ୍ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଶୁଣାଣି ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁଙ୍କୁ କହିଥିଲେ, 'ସ୍ୱଧୀନତା ଗୁରୁତ୍ୱପୂର୍ଣ୍ଣ ଅଟେ, ଆପଣ ଏହାକୁ ଅସ୍ୱୀକାର କରିପାରିବେ ନାହିଁ । ପ୍ରଶ୍ନ ଗିରଫଦାରୀର ସମୟକୁ ନେଇ, ଯାହା ବାବଦରେ ସେ ଜଣାଇଛନ୍ତି । ଗିରଫଦାରୀ ସମୟ, ସାଧାରଣ ନିର୍ବାଚନ ଠିକ୍ ପୂର୍ବରୁ କାହିଁକି ।'
ପଢନ୍ତୁ: ରାଉଜ ଏଭେନ୍ୟୁ କୋର୍ଟରୁ ମନିଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ
ଖଣ୍ଡପୀଠ ଏଏସଜି ରାଜୁଙ୍କ ଆହୁରି ଅନେକ ପ୍ରଶ୍ନ କରିଥିଲେ ଏବଂ ଇଡିକୁ ଶୁଣାଣିର ପରବର୍ତ୍ତୀ ତାରିଖରେ ଜବାବ ଦେବା ପାଇଁ କହିଛନ୍ତି ।କୋର୍ଟ ପ୍ରଶ୍ନ କରିଥିଲେ, 'କ’ଣ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ବିନା ଆପଣ ଏଠାରେ ଯାହା କିଛି ହୋଇଛି ତାହା ଉପରେ ଅପରାଧିକ ପଦକ୍ଷେପ ଗ୍ରହଣ କରିପାରିବେ । ଏହି ମାମଲାରେ ଏବେ ସୁଦ୍ଧା ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ, ଯଦି ହୋଇଛି ତେବେ ଦେଖାନ୍ତୁ ମାମଲାରେ କେଜ୍ରିୱାଲ କିପରି ସାମିଲ ଅଛନ୍ତି ।'
ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରାଯାଇଥିବା ଯଚିକା ଉପରେ ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀଙ୍କ ଯୁକ୍ତ ଶୁଣିଥିଲେ ଏବଂ ଇଡିକୁ ପ୍ରଶ୍ନ କରିଥିଲେ ।