ମସ୍କୋରେ ଉତ୍କଳ ଦିବସ ପାଳିତ,ଏକାଠି ହେଲେ ପ୍ରବାସୀ ଓଡ଼ିଆ ସଂଗଠନ

ଭୁବନେଶ୍ୱର ୦୨/୦୪: ଋଷ ମସ୍କୋରେ (AROS ) ଅଲ ଋଷିଆ ଓଡିଆ ସମାଜ ପକ୍ଷରୁ ସୌହାର୍ଦ୍ଧ୍ୟ ପୂର୍ଣ୍ଣ ପରିବେଶରେ ଉତ୍କଳ ଦିବସ ପାଳନ କରାଯାଇଛି । ମସ୍କୋରେ ରହୁଥିବା ପ୍ରବାସୀ ଓଡ଼ିଆ ୧୯୯୬ ମସିହାରୁ ନିରବିଚ୍ଛିନ୍ନ ଭାବେ ପ୍ରତି ବର୍ଷ ଓଡ଼ିଶା ଗଠନ ପାଇଁ ନିଜକୁ ଉତ୍ସର୍ଗ କରିଥିବା ମହାନୁଭବମାନଙ୍କୁ ସ୍ମରଣ କରି ଉତ୍କଳ ଦିବସ ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ମନ୍ତ୍ରପାଠ କରି ତିରୁପତି ପଣ୍ଡା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ। ଓଡ଼ିଆ ସମାଜର ପୁରୋଧା  ସନ୍ତୋଷ ମିଶ୍ର ଉତ୍କଳ ମା ଓ  ମାଟିର ଗୌରବ ଗାଥା ମନେପକାଇ କାାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମସ୍କୋ ସ୍ଥିତ କେନ୍ଦ୍ରିୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ  ବିଘ୍ନେଶ୍ବର ପଟ୍ଟନାୟକ, ଉତ୍କଳ ଦିବସର ତାତ୍ପଯ୍ୟ ଓ ଉତ୍କଳ ସମ୍ମିଳନୀର ଇତିହାସ ପ୍ରାଞ୍ଜଳ ଭାବେ ଉଲ୍ଲେଖ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶା କୁଇଜ୍, ବିଭିନ୍ନ ପ୍ରତିଯୋଗିତା ଏବଂ ଓଡ଼ିଆ ବ୍ୟଞ୍ଜନ ଉତ୍ସବକୁ ଉପଭୋଗ୍ୟ କରିଥିଲେ । ଋଷିଆରେ କାର୍ଯ୍ୟରତ  ଓଡ଼ିଆମାନେ ଦୁଇ ଦିନ ଧରି  ଉତ୍କଳ ଦିବସକୁ ମହା ଧୁମଧାମରେ ପାଳନ କରିଥିଲେ । ନାଚ ଗୀତରରେ ସଭାସ୍ଥଳ ମୁଖରିତ ହୋଇଥିଲା. “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତର ସାମୁହିକ ଗାୟନ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା । ମସ୍କୋରେ ରହୁଥିବା ସବୁ ଓଡ଼ିଆ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅତ୍ୟନ୍ତ ମନମୋହକ ହୋଇଥିଲା । ସୁଦର୍ଶନ ଗୌଡ଼ ,ପିୟୁଷ ପଣ୍ଡା, ଡା.

ମସ୍କୋରେ ଉତ୍କଳ ଦିବସ ପାଳିତ,ଏକାଠି ହେଲେ ପ୍ରବାସୀ ଓଡ଼ିଆ ସଂଗଠନ

ଭୁବନେଶ୍ୱର ୦୨/୦୪: ଋଷ ମସ୍କୋରେ (AROS ) ଅଲ ଋଷିଆ ଓଡିଆ ସମାଜ ପକ୍ଷରୁ ସୌହାର୍ଦ୍ଧ୍ୟ ପୂର୍ଣ୍ଣ ପରିବେଶରେ ଉତ୍କଳ ଦିବସ ପାଳନ କରାଯାଇଛି । ମସ୍କୋରେ ରହୁଥିବା ପ୍ରବାସୀ ଓଡ଼ିଆ ୧୯୯୬ ମସିହାରୁ ନିରବିଚ୍ଛିନ୍ନ ଭାବେ ପ୍ରତି ବର୍ଷ ଓଡ଼ିଶା ଗଠନ ପାଇଁ ନିଜକୁ ଉତ୍ସର୍ଗ କରିଥିବା ମହାନୁଭବମାନଙ୍କୁ ସ୍ମରଣ କରି ଉତ୍କଳ ଦିବସ ପାଳନ କରି ଆସୁଛନ୍ତି । 

ଚଳିତ ବର୍ଷ ମନ୍ତ୍ରପାଠ କରି ତିରୁପତି ପଣ୍ଡା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ। ଓଡ଼ିଆ ସମାଜର ପୁରୋଧା  ସନ୍ତୋଷ ମିଶ୍ର ଉତ୍କଳ ମା ଓ  ମାଟିର ଗୌରବ ଗାଥା ମନେପକାଇ କାାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମସ୍କୋ ସ୍ଥିତ କେନ୍ଦ୍ରିୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ  ବିଘ୍ନେଶ୍ବର ପଟ୍ଟନାୟକ, ଉତ୍କଳ ଦିବସର ତାତ୍ପଯ୍ୟ ଓ ଉତ୍କଳ ସମ୍ମିଳନୀର ଇତିହାସ ପ୍ରାଞ୍ଜଳ ଭାବେ ଉଲ୍ଲେଖ କରିଥିଲେ । 

ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶା କୁଇଜ୍, ବିଭିନ୍ନ ପ୍ରତିଯୋଗିତା ଏବଂ ଓଡ଼ିଆ ବ୍ୟଞ୍ଜନ ଉତ୍ସବକୁ ଉପଭୋଗ୍ୟ କରିଥିଲେ । ଋଷିଆରେ କାର୍ଯ୍ୟରତ  ଓଡ଼ିଆମାନେ ଦୁଇ ଦିନ ଧରି  ଉତ୍କଳ ଦିବସକୁ ମହା ଧୁମଧାମରେ ପାଳନ କରିଥିଲେ । ନାଚ ଗୀତରରେ ସଭାସ୍ଥଳ ମୁଖରିତ ହୋଇଥିଲା. “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତର ସାମୁହିକ ଗାୟନ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା । 

ମସ୍କୋରେ ରହୁଥିବା ସବୁ ଓଡ଼ିଆ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅତ୍ୟନ୍ତ ମନମୋହକ ହୋଇଥିଲା । ସୁଦର୍ଶନ ଗୌଡ଼ ,ପିୟୁଷ ପଣ୍ଡା, ଡା. ହେନା ମୋହନ, ସୁରେଶ ଦାଶ ,ଗାଗରିନ ମହାପାତ୍ର ,ସବ୍ୟସାଚୀ ରଥ, ପ୍ରଶାନ୍ତ ସାହୁ, ସଂଜୀବ ନାୟକ, ସୌଭାଗ୍ୟ ସାହୁ ଆଦି ସହଯୋଗ କରିଥିଲେ ଏବଂ ମସ୍କୋ ସ୍ଥିତ ଭାରତୀୟ ରାଜ ଦୂତାବାସର ବରିଷ୍ଠ ଅଧିକାରୀ ସୁବ୍ରତ ଦାଶ ଏବଂ ଭାରତୀୟ ବ୍ୟାଙ୍କର ସଭାପତି ଉପସ୍ଥିତ ଥିଲେ ।