ବିରୋଧୀ ଶାସିତ ରାଜ୍ୟରେ ବେରୋଜଗାର ହାର ଅଧିକ, ଡାଟା ସହ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ବେରୋଜଗାର ହାର ବୃଦ୍ଧି ନିୟନ୍ତ୍ରଣରେ ବିଫଳତା ପାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ବିଶେଷ କରି ଯୁବକଙ୍କ ମଧ୍ୟରେ ବେକାରି ହାର ବଢିବା ଚିନ୍ତାଜନକ ଅଟେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୩ ଜୁଲାଇରୁ ୨୦୨୪ ଜୁନ୍ ଅବଧିର ପିରିୟୋଡିକ୍ ଲେବର ଫୋର୍ସ ସର୍ଭେ (ପିଏଲଏଫଏସ)ର ଡାଟା ଉଲ୍ଲେଖ କରି ବିରୋଧୀ ନେତୃତ୍ୱାଧୀନ ରାଜ୍ୟରେ ରୋଜଗାର ସୃଜନରେ ଅସମାନତା କଥା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଉଦାହରଣ ରୂପେ କେରଳ କଥା ଉଲ୍ଲେଖ କରିଛନ୍ତି, ଯେଉଁଠାରେ ୧୫-୨୯ ବର୍ଷୀୟ ଯୁବକଙ୍କ ମଧ୍ୟରେ ବେକାରି ହାର ୨୯.୯% ରହିଛି । କେରଳରେ ଲିଙ୍ଗଗତ ଅସମାନତା ମଧ୍ୟ ଏକ ଚିନ୍ତାଜନକ ପ୍ରସଙ୍ଗ ହୋଇଛି । ସର୍ଭେ ଅନୁସାରେ ରାଜ୍ୟରେ ୪୭.୧ ପ୍ରତିଶତ ମହିଳା ଏବଂ ୧୭.୮ ପ୍ରତିଶତ ପୁରୁଷ ବେରୋଜଗାର ଅଛନ୍ତି ।  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, 'ଯୁବ ପିଢି, ବିଶେଷ ଭାବେ ଭବିଷ୍ୟତ ସହ ଖେଳ ଖେଳାଯାଉଛି ଏବଂ ସେମାନଙ୍କ ନିଜ ସରକାର ହିଁ ଏହା କରୁଛନ୍ତି । ଏହି ରାଜ୍ୟଗୁଡ଼ିକରେ ଭୁଲ ପରିଚାଳନା ଏବଂ ଦୁର୍ନୀତି ଯୋଗୁଁ ସ୍ଥିତି ବେକାବୁ ହୋଇଛି ।'“These governments are not just incompetent—they’re dangerous,” Union Min. @dpradhanbjp slams opposition-ruled states for 'betraying' their youth with rising u

ବିରୋଧୀ ଶାସିତ ରାଜ୍ୟରେ ବେରୋଜଗାର ହାର ଅଧିକ, ଡାଟା ସହ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ବେରୋଜଗାର ହାର ବୃଦ୍ଧି ନିୟନ୍ତ୍ରଣରେ ବିଫଳତା ପାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ବିଶେଷ କରି ଯୁବକଙ୍କ ମଧ୍ୟରେ ବେକାରି ହାର ବଢିବା ଚିନ୍ତାଜନକ ଅଟେ । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୩ ଜୁଲାଇରୁ ୨୦୨୪ ଜୁନ୍ ଅବଧିର ପିରିୟୋଡିକ୍ ଲେବର ଫୋର୍ସ ସର୍ଭେ (ପିଏଲଏଫଏସ)ର ଡାଟା ଉଲ୍ଲେଖ କରି ବିରୋଧୀ ନେତୃତ୍ୱାଧୀନ ରାଜ୍ୟରେ ରୋଜଗାର ସୃଜନରେ ଅସମାନତା କଥା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଉଦାହରଣ ରୂପେ କେରଳ କଥା ଉଲ୍ଲେଖ କରିଛନ୍ତି, ଯେଉଁଠାରେ ୧୫-୨୯ ବର୍ଷୀୟ ଯୁବକଙ୍କ ମଧ୍ୟରେ ବେକାରି ହାର ୨୯.୯% ରହିଛି । କେରଳରେ ଲିଙ୍ଗଗତ ଅସମାନତା ମଧ୍ୟ ଏକ ଚିନ୍ତାଜନକ ପ୍ରସଙ୍ଗ ହୋଇଛି । ସର୍ଭେ ଅନୁସାରେ ରାଜ୍ୟରେ ୪୭.୧ ପ୍ରତିଶତ ମହିଳା ଏବଂ ୧୭.୮ ପ୍ରତିଶତ ପୁରୁଷ ବେରୋଜଗାର ଅଛନ୍ତି ।  

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, 'ଯୁବ ପିଢି, ବିଶେଷ ଭାବେ ଭବିଷ୍ୟତ ସହ ଖେଳ ଖେଳାଯାଉଛି ଏବଂ ସେମାନଙ୍କ ନିଜ ସରକାର ହିଁ ଏହା କରୁଛନ୍ତି । ଏହି ରାଜ୍ୟଗୁଡ଼ିକରେ ଭୁଲ ପରିଚାଳନା ଏବଂ ଦୁର୍ନୀତି ଯୋଗୁଁ ସ୍ଥିତି ବେକାବୁ ହୋଇଛି ।'

ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଶାସିତ ରାଜ୍ୟର ନୀତିକୁ ଦୋଷ ଦେଇ କହିଛନ୍ତି ଯେ ସେଠାକାର ସରକାର ଅଳ୍ପକାଳୀନ ଲୋଭନୀୟ ପ୍ରତିଶ୍ରୁତି ଦେଇ ଅଧିକ ଧ୍ୟାନ ଦେଉଛନ୍ତି ଏବଂ ସ୍ଥିର ଆର୍ଥିକ ବିକାଶ ଉପରେ କମ । ସେ ଅଭିଯୋଗ କରିଛନ୍ତି ଯେ ଅତ୍ୟଧିକ ଋଣ ଏବଂ ମାଗଣା ଯୋଜନା ଉପରେ ଖର୍ଚ୍ଚ ଏହି ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଖରାପ କରିଛି, ଯେଉଁଥି ପାଇଁ ସେମାନଙ୍କ ଅର୍ଥବ୍ୟବସ୍ଥା ଏକ ଜଟିଳ ସ୍ଥିତିରେ ପହଞ୍ଚିଛି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟ ସ୍ଥିର ଶାସନ ଏବଂ ଆର୍ଥିକ ପ୍ରବନ୍ଧନ ଯୋଗୁଁ ଉନ୍ନତ ପ୍ରଦର୍ଶନ କରିଛନ୍ତି । ମଧ୍ୟପ୍ରଦେଶ (୨.୬%) ଏବଂ ଗୁଜରାଟ (୩.୩%) ପରି ରାଜ୍ୟରେ ବେରୋଜଗାର ହାର କମ ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ରାଜ୍ୟରେ ରୋଜଗାର ସୃଷ୍ଟି ଏବଂ ମଜଭୁତ ଆର୍ଥିକ ନୀତି ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି, ଯେଉଁଥି ପାଇଁ ସେମାନଙ୍କ ଆର୍ଥିକ ଭିତ୍ତିଭୂମିକୁ ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ମଜଭୁତି ମିଳିଛି ।