‘ସପା’ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସାବଧାନ କଲେ ଅଖିଳେଶ ଯାଦବ, ଜାଣନ୍ତୁ କହିଛନ୍ତି କ’ଣ?
ଲକ୍ଷ୍ନୌ ୩୧।୫: ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ପାର୍ଟିର କାର୍ଯ୍ୟକର୍ତ୍ତା, ନେତା ଓ ପ୍ରାର୍ଥୀଙ୍କୁ ଶୁକ୍ରବାର ସତର୍କ କରିଛନ୍ତି। ଅଖିଳେଶ ‘ଏକ୍ସ’ରେ ଏକ ପୋଷ୍ଟ କରିଥିବା ବେଳେ ଏଥିରେ ୧ ଜୁନ ଭୋଟ ପର ଏକଜିଟ୍ ପୋଲ ରିପୋର୍ଟକୁ ନେଇ ସାବଧାନ ରହିବାକୁ କହିଛନ୍ତି। ସେ କହିଛନ୍ତି ଯେ ୧ ଜୁନ ଭୋଟିଂ ଦିନ ଓ ପରେ ଭୋଟ ଗଣନା ସମାପ୍ତ ହେବା ଓ ବିଜୟର ସାର୍ଟିଫିକେଟ୍ ମିଳିବା ପର୍ଯ୍ୟନ୍ତ ସଚେତ, ସତର୍କ ଓ ସାବଧାନ ରହିବେ। ସପା ନେତା କହିଛନ୍ତି ଯେ ଆମେ ଏଥି ପାଇଁ ଏହି ଅପିଲ କରିଛୁ ଯେ ବିଜେପି ଏହି ଯୋଜନା କରିଛି ଯେ ଶନିବାର ସନ୍ଧ୍ୟାରେ ଭୋଟଗ୍ରହଣ ସମାପ୍ତ ହେବା ସହ ସେମାନେ ତାଙ୍କ ‘ମିଡିଆ ମଣ୍ଡଳି’ ଦ୍ୱାରା ବିଭିନ୍ନ ଚ୍ୟାନେଲରେ ଏହା ପ୍ରସାରିତ କରିବେ ଯେ ବିଜେପିକୁ ୩୦୦ ସିଟ୍ ପାଖାପାଖି ବୃଦ୍ଧି ମିଳୁଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା। ଏଥିରେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ବିଜେପିକୁ ଏହି ଦୁଇ-ତିନଦିନ ପାଇଁ ମିଛ କହି କଣ ମିଳିବ? ଏହାର ଜବାବରେ ମୁଁ ଏଇଆ କହିବାକୁ ଚାହୁଁଛି ଯେ ଏଭଳି ଗୁଜବ ଯୋଜନା ସେମାନେ ବିରୋଧୀଙ୍କ ମନୋବଳ ହ୍ରାସ କରିବାକୁ କରିଛନ୍ତି। ଭୋଟ ଗଣନା ପରେ ଦେଶରେ ‘ଇଣ୍ଡିଆ’ ମେଣ୍ଟର ସରକାର ଗଠନ ହେବ। प्रिय कार्यकर्ताओं, पदाधिकारियों और प्रत्याशियोंमैं आज आपसे एक बेहद ज़रूरी अपील कर रहा हूँ। आप सब कल वोटिंग के दौरान भी
ଲକ୍ଷ୍ନୌ ୩୧।୫: ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ପାର୍ଟିର କାର୍ଯ୍ୟକର୍ତ୍ତା, ନେତା ଓ ପ୍ରାର୍ଥୀଙ୍କୁ ଶୁକ୍ରବାର ସତର୍କ କରିଛନ୍ତି। ଅଖିଳେଶ ‘ଏକ୍ସ’ରେ ଏକ ପୋଷ୍ଟ କରିଥିବା ବେଳେ ଏଥିରେ ୧ ଜୁନ ଭୋଟ ପର ଏକଜିଟ୍ ପୋଲ ରିପୋର୍ଟକୁ ନେଇ ସାବଧାନ ରହିବାକୁ କହିଛନ୍ତି। ସେ କହିଛନ୍ତି ଯେ ୧ ଜୁନ ଭୋଟିଂ ଦିନ ଓ ପରେ ଭୋଟ ଗଣନା ସମାପ୍ତ ହେବା ଓ ବିଜୟର ସାର୍ଟିଫିକେଟ୍ ମିଳିବା ପର୍ଯ୍ୟନ୍ତ ସଚେତ, ସତର୍କ ଓ ସାବଧାନ ରହିବେ।
ସପା ନେତା କହିଛନ୍ତି ଯେ ଆମେ ଏଥି ପାଇଁ ଏହି ଅପିଲ କରିଛୁ ଯେ ବିଜେପି ଏହି ଯୋଜନା କରିଛି ଯେ ଶନିବାର ସନ୍ଧ୍ୟାରେ ଭୋଟଗ୍ରହଣ ସମାପ୍ତ ହେବା ସହ ସେମାନେ ତାଙ୍କ ‘ମିଡିଆ ମଣ୍ଡଳି’ ଦ୍ୱାରା ବିଭିନ୍ନ ଚ୍ୟାନେଲରେ ଏହା ପ୍ରସାରିତ କରିବେ ଯେ ବିଜେପିକୁ ୩୦୦ ସିଟ୍ ପାଖାପାଖି ବୃଦ୍ଧି ମିଳୁଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା। ଏଥିରେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ବିଜେପିକୁ ଏହି ଦୁଇ-ତିନଦିନ ପାଇଁ ମିଛ କହି କଣ ମିଳିବ? ଏହାର ଜବାବରେ ମୁଁ ଏଇଆ କହିବାକୁ ଚାହୁଁଛି ଯେ ଏଭଳି ଗୁଜବ ଯୋଜନା ସେମାନେ ବିରୋଧୀଙ୍କ ମନୋବଳ ହ୍ରାସ କରିବାକୁ କରିଛନ୍ତି। ଭୋଟ ଗଣନା ପରେ ଦେଶରେ ‘ଇଣ୍ଡିଆ’ ମେଣ୍ଟର ସରକାର ଗଠନ ହେବ।
प्रिय कार्यकर्ताओं, पदाधिकारियों और प्रत्याशियों
मैं आज आपसे एक बेहद ज़रूरी अपील कर रहा हूँ। आप सब कल वोटिंग के दौरान भी और वोटिंग के बाद के दिनों में भी, मतगणना ख़त्म होने और जीत का सर्टिफिकेट मिलने तक पूरी तरह से सजग, सतर्क, सचेत और सावधान रहिएगा और किसी भी प्रकार के भाजपाई…— Akhilesh Yadav (@yadavakhilesh) May 31, 2024
ଏପରି ଗୁଜବ ଦ୍ୱାରା ସେମାନେ ଭୋଟଗଣନା ଦିନ ଆପଣମାନଙ୍କ ଧ୍ୟାନ ଭୋଟଗଣନାରୁ ହଟାଇବାକୁ ଯୋଜନା କରିଛନ୍ତି। ଏହା ଦ୍ୱାରା ସେମାନେ ସୁଯୋଗର ଫାଇଦା ଉଠାଇ ବିଜେପିର କିଛି ଭ୍ରଷ୍ଟ ଅଧିକାରୀଙ୍କ ମିଳାମିଶାରେ ଭୋଟ ଗଣନାରେ ଦୁର୍ନୀତି କରିପାରନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପି ଚଣ୍ଡିଗଡ ମେୟର ନିର୍ବାଚନରେ କୋର୍ଟ ଦ୍ୱାରା ଲଗାଯାଇଥିବା କ୍ୟମେରା ସାମ୍ନାରେ ଭୋଟ ଗଡବଡ କରିବାର ଦୁଃସାହାସ କରିଥିଲା। ଏଥିରୁ ସେମାନେ ନିର୍ବାଚନ ଜିତିବା ପାଇଁ କେଉଁ ସ୍ତର ପର୍ଯ୍ୟନ୍ତ ଯାଇପାରନ୍ତି ତାର ଅନୁମାନ କରାଯାଇପାରେ। ଏଥିପାଇଁ ସତର୍କତା ଜରୁରି।
ସପା ନେତା କହିଛନ୍ତି ଯେ ଏଥି ପାଇଁ ଆପଣଙ୍କୁ ମୋର ଏହି ବିଶେଷ ନିବେଦନ ଯେ ଆପଣମାନେ ବିଜେପିର କୌଣସି ଏକଜିଟ୍ ପୋଲ ରିପୋର୍ଟରେ ନ ଭଳି ସମ୍ପୂର୍ଣ୍ଣ ସତର୍କ ରହନ୍ତୁ। ଆପଣମାନେ ଆତ୍ମବିଶ୍ୱସର ସହ ଦୃଢ ଭାବେ ରୁହନ୍ତୁ। ବିଜୟ ପାଇଁ ଆପଣଙ୍କ ମୂଳମନ୍ତ୍ର ‘ମତଦାନ ବି ଓ ସାବଧାନ ବି’କୁ ମନେ ରଖି ବିଜୟର ପ୍ରମାଣପତ୍ର ହାସଲ କରି ସମ୍ବିଧାନ, ଗଣତନ୍ତ୍ର ଓ ଦେଶର ଜନତାଙ୍କ ବିଜୟର ଉତ୍ସବ ପାଳନ କରନ୍ତୁ।