ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ରାଜ୍ୟ କଂଗ୍ରେସକୁ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ। ବର୍ତ୍ତମାନ ସେ କଂଗ୍ରେସର ସବୁ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ୨୫ ବର୍ଷ ଧରି କଂଗ୍ରେସରେ ଥିବା ଅଧିରାଜ ଆଜି ହଠାତ ଦଳ ଛାଡି କଂଗ୍ରେସକୁ ଆହୁରି […]

ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ରାଜ୍ୟ କଂଗ୍ରେସକୁ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ। ବର୍ତ୍ତମାନ ସେ କଂଗ୍ରେସର ସବୁ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ୨୫ ବର୍ଷ ଧରି କଂଗ୍ରେସରେ ଥିବା ଅଧିରାଜ ଆଜି ହଠାତ ଦଳ ଛାଡି କଂଗ୍ରେସକୁ ଆହୁରି ଦୁର୍ବଳ କରିଦେଇଛନ୍ତି। ଅନ୍ୟପଟେ ଆସନ୍ତାକାଲି ସେ ବିଜେଡିରେ ମିଶିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ତେବେ ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ। ତେବେ ଏହାକୁ ସୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। କିନ୍ତୁ ଅପରପକ୍ଷେ କଂଗ୍ରେସ ଶିବିର ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ପୂର୍ବରୁ ଅନେକ ନେତା ଦଳ ଛାଡି ସାରିଥିବା ବେଳେ ଏବେ ପୁଣି ଜଣେ ବିଧାୟକ ଦଳ ଛାଡିଛନ୍ତି। ଯାହାକୁ ନେଇ ବର୍ତ୍ତମାନ କଂଗ୍ରେସର ପାରିବା ପଣିଆକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।