ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ, ସାମିଲ ହେଲେ ଶତାଧିକ ଯୁବକ
ଭଦ୍ରକ ୦୨।୦୫ : କଂଗ୍ରେସରେ ସାମିଲ ହେଲେ ଶତାଧିକ ଯୁବ ଭୋଟର। ପୁରୁଣାବଜାର ଅଞ୍ଚଳର ଶତାଧିକ ଯୁବକ ଅସିତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ରେ ସାମିଲ ହୋଇଛନ୍ତି । ଭଦ୍ରକ ଜିଲ୍ଲା କଂଗ୍ରେସର ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଛି । ତେବେ ଏହି ଅବସରରେ ଶତାଧିକ ଯୁବକ ଶୋଭଯାତ୍ରାରେ ଆସି ବିଧିବ୍ଧ ଭାବେ ଅସିତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ରେ ସାମିଲ ହୋଇଛନ୍ତି । ଅସିତ କହିଛନ୍ତି ଯେ ସ୍ୱାଭିମାନି ଭଦ୍ରକବାସୀ ସଚେତନ ଅଛନ୍ତି । ସେଥି ପାଇଁ ଅନ୍ୟ ଦଳର ସମର୍ଥନ ପ୍ରତ୍ୟାହାର କରୁଛନ୍ତି । ଆଗାମୀ ନିର୍ବାଚନରେ ଏହି କର୍ମୀ ଓ ଭୋଟର ସଠିକ ନିର୍ଣ୍ଣୟ ନେବେ।
ଭଦ୍ରକ ୦୨।୦୫ : କଂଗ୍ରେସରେ ସାମିଲ ହେଲେ ଶତାଧିକ ଯୁବ ଭୋଟର। ପୁରୁଣାବଜାର ଅଞ୍ଚଳର ଶତାଧିକ ଯୁବକ ଅସିତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ରେ ସାମିଲ ହୋଇଛନ୍ତି । ଭଦ୍ରକ ଜିଲ୍ଲା କଂଗ୍ରେସର ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଛି ।
ତେବେ ଏହି ଅବସରରେ ଶତାଧିକ ଯୁବକ ଶୋଭଯାତ୍ରାରେ ଆସି ବିଧିବ୍ଧ ଭାବେ ଅସିତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ରେ ସାମିଲ ହୋଇଛନ୍ତି । ଅସିତ କହିଛନ୍ତି ଯେ ସ୍ୱାଭିମାନି ଭଦ୍ରକବାସୀ ସଚେତନ ଅଛନ୍ତି । ସେଥି ପାଇଁ ଅନ୍ୟ ଦଳର ସମର୍ଥନ ପ୍ରତ୍ୟାହାର କରୁଛନ୍ତି । ଆଗାମୀ ନିର୍ବାଚନରେ ଏହି କର୍ମୀ ଓ ଭୋଟର ସଠିକ ନିର୍ଣ୍ଣୟ ନେବେ।