ନିର୍ବାଚନ ପୂର୍ବରୁ ରିପୋର୍ଟ ଜାଣନ୍ତୁ: ଓଡ଼ିଶାର କେଉଁ ବିଧାୟକ ଅଧିକ ଧନୀ?
ଓଡ଼ିଶା ଭାସ୍କର: ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ […]

ଓଡ଼ିଶା ଭାସ୍କର: ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ ତାରିଖରେ ଭୋଟ ଗଣତି ହେବ। ତେବେ ଏହା ପୂର୍ବରୁ ଆସନ୍ତୁ ଜାଣିବା, ଓଡ଼ିଶାର ସବୁଠୁ ଅଧିକ ଧନୀ ବିଧାୟକ କିଏ?
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୬୩ କୋଟି ଟଙ୍କା ହୋଇଥିବା ବେଳେ ସବୁଠାରୁ ଧନୀ ବିଧାୟିକା ହେଉଛନ୍ତି ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ। । ତାଙ୍କ ସମ୍ପତ୍ତିର ମୂଲ୍ୟ ୪୦ କୋଟି ଟଙ୍କା। ସେହିପରି ଦୀପାଳିଙ୍କ ପରେ ଦ୍ୱିତୀୟ ଧନୀ ତାଲିକାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନାମ ରହିଛି । ତାଙ୍କର ମୋଟ ୩୧ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡିଛି। ଅନ୍ୟପଟେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ସବୁଠୁ କମ ସମ୍ପତ୍ତି ବୋଲି ଉଲ୍ଲେଖ ରହିଛି। ମକରନ୍ଦଙ୍କ ସମ୍ପତ୍ତି ମାତ୍ର ୧୫ ହଜାର ଟଙ୍କା ।
ଏଠାରେ କହି ରଖୁ ଯେ, ଆସୋସିଏଶନ ଫର୍ ଡେମୋକ୍ରେଟିକ୍ସ ରିଫର୍ମସ (ଏଡିଆର) ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମୁଖ୍ୟମନ୍ତ୍ରୀ ଏବଂ କେଉଁ ବିଧାୟକଙ୍କର କେତେ ସମ୍ପତ୍ତି ରହିଛି ତା’ର ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୧୪୬ ଜଣଙ୍କ ମଧ୍ୟରୁ ୬୫ ପ୍ରତିଶତ ଅର୍ଥାତ ୯୫ ଜଣ ବିଧାୟକ କୋଟିପତି ଥିବା ଜଣାଯାଇଛି। ଏଥିରେ ବିଜେଡିର ୧୧୧ ବିଧାୟକଙ୍କ ମଧ୍ୟରୁ ୭୭ ଜଣ, ବିଜେପିର ୨୨ ବିଧାୟକଙ୍କ ମଧ୍ୟରୁ ୯ ଜଣ, କଂଗ୍ରେସର ୮ ଜଣଙ୍କ ମଧ୍ୟରୁ ୬ ଜଣ ଓ ୪ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୩ ଜଣ କୋଟିପତିଙ୍କ ସମ୍ପତ୍ତି କୋଟିଏ ଟଙ୍କାରୁ ଅଧିକ ରହିଛି।