ନିର୍ବାଚନ ପୂର୍ବରୁ ଶିକ୍ଷକଙ୍କୁ ଲୋଭନୀୟ ଟ୍ୟାବ୍ ଅଫର ?
ଏହି ଟ୍ୟାବଲେଟ୍ରେ ମୁଖ୍ୟମନ୍ତ୍ରୀ ଓ 5Tର ଫଟୋ ସହ ବାର୍ତ୍ତା ରହିଛି। ତେଣୁ ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହେଉଛି ବୋଲି ଅଭିଯୋଗ ହୋଇଛି।
ଆଉ ଦିନ କେଇଟା ପରେ ନିର୍ବାଚନ, ତା ପୂର୍ବରୁ ଶିକ୍ଷକଙ୍କ ପାଇଁ ଯାଉଥିଲା ନବୀନଙ୍କ ଫଟୋ ସହ 5T ଲୋଗୋଥିବା ଟ୍ୟାବ୍। ଶାସନ ହାତେଇବା ପାଇଁ କଳେବଳେ କୌଶଳେ ଚେଷ୍ଟା କରାଯାଉନି ତ ? ଶିକ୍ଷକଙ୍କ ଲୋଭନୀୟ ଅଫର ଦେଇ ନିର୍ବାଚନରେ ହେରଫେର୍ କରାଯିବନି ତ ? ତେବେ ସବୁଠୁ ବଡ଼ କଥା ହେଉଛି ଏହି ଟ୍ୟାବଲେଟ୍ରେ ମୁଖ୍ୟମନ୍ତ୍ରୀ ଓ 5Tର ଫଟୋ ସହ ବାର୍ତ୍ତା ରହିଛି। ତେଣୁ ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହେଉଛି ବୋଲି ଅଭିଯୋଗ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ।