ନିର୍ବାଚନ ପୂର୍ବରୁ ୫୭ ନୂଆ NAC ଘୋଷଣା କରିଥିଲା ବିଜେଡି । ଆଇନା ଦେଖାଇଲା ବିଜେପି । ନଗର ଉନ୍ନୟନ ମନ୍ତ୍ରୀ କହିଲେ……

କନକ ବ୍ୟୁରୋ: ରାଜ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ଛୋଟ ଛୋଟ ୫୭ଟି ସହରକୁ ଏନଏସି ଘୋଷଣା କରି ହଟଚମଟ ସୃଷ୍ଟ କରିଥିଲେ ତତ୍କାଳୀନ ନବୀନ ସରକାର। ଏହି ଘୋଷଣା ପରେ ସେହିସବୁ ସହରରେ ଲୋକେ ଉତ୍ସବ ମନାଇଥିଲେ। କିନ୍ତୁ ନୂଆ ସରକାର ଯେଉଁ ସୂଚନା ଦେଇଛନ୍ତି ତାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି। ଏନଏସି ଘୋଷଣା ଥିଲା ନିର୍ବାଚନୀ ଥୋପ ବିନା ରେକର୍ଡରେ ଘୋଷଣା କରିଥିଲେ ପୂର୍ବ ସରକାର ବିଧାନସଭା ପରେ କାର୍ଯ୍ୟକାରୀ କରିବ ବିଜେପି ବିଜେଡି […] The post ନିର୍ବାଚନ ପୂର୍ବରୁ ୫୭ ନୂଆ NAC ଘୋଷଣା କରିଥିଲା ବିଜେଡି । ଆଇନା ଦେଖାଇଲା ବିଜେପି । ନଗର ଉନ୍ନୟନ ମନ୍ତ୍ରୀ କହିଲେ…… first appeared on Kanak News.

ନିର୍ବାଚନ ପୂର୍ବରୁ ୫୭ ନୂଆ NAC ଘୋଷଣା କରିଥିଲା ବିଜେଡି । ଆଇନା ଦେଖାଇଲା ବିଜେପି । ନଗର ଉନ୍ନୟନ ମନ୍ତ୍ରୀ କହିଲେ……

କନକ ବ୍ୟୁରୋ: ରାଜ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ଛୋଟ ଛୋଟ ୫୭ଟି ସହରକୁ ଏନଏସି ଘୋଷଣା କରି ହଟଚମଟ ସୃଷ୍ଟ କରିଥିଲେ ତତ୍କାଳୀନ ନବୀନ ସରକାର। ଏହି ଘୋଷଣା ପରେ ସେହିସବୁ ସହରରେ ଲୋକେ ଉତ୍ସବ ମନାଇଥିଲେ। କିନ୍ତୁ ନୂଆ ସରକାର ଯେଉଁ ସୂଚନା ଦେଇଛନ୍ତି ତାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି।

  • ଏନଏସି ଘୋଷଣା ଥିଲା ନିର୍ବାଚନୀ ଥୋପ
  • ବିନା ରେକର୍ଡରେ ଘୋଷଣା କରିଥିଲେ ପୂର୍ବ ସରକାର
  • ବିଧାନସଭା ପରେ କାର୍ଯ୍ୟକାରୀ କରିବ ବିଜେପି

ବିଜେଡି ସରକାର ଘୋଷଣା ନୂଆ ଏନଏସି ଓ ମୁନସିପାଲିଟିର ଭବିଷ୍ୟତ କଣ ହେବ? ଏହା ଆଗକୁ ବଢ଼ିବ ନା ପୂର୍ଣ୍ଣଛେଦ ପଡିବ। ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ବଡ ସଙ୍କେତ ଦେଇଛନ୍ତି ନୂଆ ସରକାର। ଏ ସମ୍ପର୍କରେ ସୂଚନା ଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, ବିଜେଡି ସରକାର ବିନା ରେକର୍ଡରେ ଏନଏସି ଘୋଷଣା କରି ଦେଇଥିଲେ। କିନ୍ତୁ ମୋହନ ସରକାର ଏଥିପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ। ନୂଆ ଏନଏସିକୁ ବିଧିବଦ୍ଧ ଭାବେ ମାନ୍ୟତା ମିଳିବ ।

ନୂଆ ଏନଏସି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ବିଜେପି ସରକାର ପ୍ରତିଶ୍ରୁତି ଦେବା ପରେ, ସ୍ୱାଗତ କରିଛନ୍ତି ଏନଏସି ଘୋଷଣା ହୋଇଥିବା ଅଞ୍ଚଳର ସାଧାରଣ ଲୋକ ଓ ବୁଦ୍ଧିଜୀବୀ । ସୂଚନାଯୋଗ୍ୟ ଯେ, ଏନଏସି ଘୋଷଣା କରିବାକୁ ବିଭିନ୍ନ ଅଞ୍ଚଳରୁ ଦାବି ଉଠୁଥିବାବେଳେ, ନିର୍ବାଚନ ପୂର୍ବରୁ ନବୀନ ସରକାର ୫୭ଟି ନୂଆ ଏନଏସି ଗଠନ ସହ ୫ଟି ଏନଏସିକୁ ମ୍ୟୁନିସିପାଲଟିକୁ ଉନ୍ନୀତ କରିବାକୁ ଘୋଷଣା କରିଥିଲେ। କିନ୍ତୁ ଏନଏସି ପାଇଁ କୌଣସି ରେକର୍ଡ କରିନଥିଲେ। ଏହା ସାମନାକୁ ଆସିବା ପରେ ଦ୍ୱନ୍ଦ୍ୱରେ ପଡିଥିଲେ ଏହିସବୁ ଅଞ୍ଚଳର ସହରବାସୀ।

The post ନିର୍ବାଚନ ପୂର୍ବରୁ ୫୭ ନୂଆ NAC ଘୋଷଣା କରିଥିଲା ବିଜେଡି । ଆଇନା ଦେଖାଇଲା ବିଜେପି । ନଗର ଉନ୍ନୟନ ମନ୍ତ୍ରୀ କହିଲେ…… first appeared on Kanak News.