ମହାଦେବ ଆପ୍ ମାମଲାରେ ଭୂପେଶ ବାଘେଲଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ : ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)ଆଜି ଏକ ମାମଲା ରୁଜୁ କରିଛି। ଇଡି ଦ୍ବାରା ଦାଖଲ ହୋଇଥିବା ତଦନ୍ତ ରିପୋର୍ଟ ଆଧାରରେ ଇଓଡବ୍ଲ୍ୟୁ ଏହି ମାମଲା ରୁଜୁ କରିଛି। ମହାଦେବ ଆପ୍ ମାମଲାର ତଦନ୍ତ କରୁଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପୂର୍ବରୁ ଅଭିଯୋଗ କରିଥିଲା ଯେ ଛତିଶଗଡ଼ର ଅନେକ ହାଇ ରାଙ୍କିଙ୍ଗ ରାଜନେତା ଏବଂ ଅମଲାଙ୍କର ଏହି ମହାଦେବ ବେଟିଂ […]

ନୂଆଦିଲ୍ଲୀ : ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା)ଆଜି ଏକ ମାମଲା ରୁଜୁ କରିଛି। ଇଡି ଦ୍ବାରା ଦାଖଲ ହୋଇଥିବା ତଦନ୍ତ ରିପୋର୍ଟ ଆଧାରରେ ଇଓଡବ୍ଲ୍ୟୁ ଏହି ମାମଲା ରୁଜୁ କରିଛି। ମହାଦେବ ଆପ୍ ମାମଲାର ତଦନ୍ତ କରୁଥିବା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପୂର୍ବରୁ ଅଭିଯୋଗ କରିଥିଲା ଯେ ଛତିଶଗଡ଼ର ଅନେକ ହାଇ ରାଙ୍କିଙ୍ଗ ରାଜନେତା ଏବଂ ଅମଲାଙ୍କର ଏହି ମହାଦେବ ବେଟିଂ ଆପ୍ ମାମଲାରେ ସମ୍ପୃକ୍ତି ରହିଛି। ଇଡି ଅନୁଯାୟୀ ମାମଲାରେ ପ୍ରାୟ ୬ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଇଡି ଏହି ମାମଲାର ତଦନ୍ତ କରୁଛି ଏବଂ ଏହାର ରିପୋର୍ଟ ଆଧାରରେ ବାଘେଲ ଏବଂ ଅନ୍ୟ ମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏତଲାରେ ବାଘେଲ, ଆପ୍ ପ୍ରମୋଟର୍ସ ରବି ଉପ୍ପଲ, ସୌରଭ ଚନ୍ଦ୍ରକର, ସୁଭମ ସୋନି, ଅନିଲ କୁମାର ଅଗ୍ରୱାଲ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।