ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା
ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ୨୯ ଜଣ ପ୍ରାର୍ଥୀଙ୍କ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରଭାସ ସାହେବ ସିଂ ବର୍ମାଙ୍କୁ ନୂଆଦିଲ୍ଲୀ ବିଧାନସଭା ଆସନରୁ ଟିକେଟ ଏବଂ ରମେଶ ବିଧୁରୀଙ୍କୁ କଲକାଜୀ ଆସନରୁ ଟିକେଟ ଦିଆଯାଇଛି। ଏହା ବ୍ୟତୀତ ଏଏପି ବିରୋଧରେ ବିଦ୍ରୋହ କରି ଭାଜପାରେ ଯୋଗ ଦେଇଥିବା କୈଳାଶ ଗେହଲୋଟ ବିଜୱାସନ ଆସନରୁ ପ୍ରାର୍ଥି ହୋଇଛନ୍ତି। […] The post ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା appeared first on Dharitri Odia News.
ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ୨୯ ଜଣ ପ୍ରାର୍ଥୀଙ୍କ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରଭାସ ସାହେବ ସିଂ ବର୍ମାଙ୍କୁ ନୂଆଦିଲ୍ଲୀ ବିଧାନସଭା ଆସନରୁ ଟିକେଟ ଏବଂ ରମେଶ ବିଧୁରୀଙ୍କୁ କଲକାଜୀ ଆସନରୁ ଟିକେଟ ଦିଆଯାଇଛି। ଏହା ବ୍ୟତୀତ ଏଏପି ବିରୋଧରେ ବିଦ୍ରୋହ କରି ଭାଜପାରେ ଯୋଗ ଦେଇଥିବା କୈଳାଶ ଗେହଲୋଟ ବିଜୱାସନ ଆସନରୁ ପ୍ରାର୍ଥି ହୋଇଛନ୍ତି।
୨୯ ଜଣ ପ୍ରାର୍ଥୀଙ୍କ ତାଲିକାରେ ଭାଜପା ଆଦର୍ଶ ନଗର ଆସନରୁ ରାଜ କୁମାର ଭାଟିଆ, ବାଦଲି ଆସନରୁ ଦୀପକ ଚୌଧୁରୀ, ନୂଆଦିଲ୍ଲୀ ଆସନରୁ ପ୍ରବେଶ ବର୍ମା, କଲକାଜୀ ଆସନରୁ ରମେଶ ବିଧୁରୀ, ବିଜୱାସନ ଆସନରୁ କୈଳାଶ ଗେହଲୋଟ, ମାଲଭିୟ ନଗରରୁ ସତୀଶ ଉପାଧ୍ୟାୟଙ୍କୁ ମନୋନୀତ କରିଛନ୍ତି।
ଅନ୍ୟ ଦଳ ବିରୋଧରେ ବିଦ୍ରୋହ କରି ଭାଜପାରେ ଯୋଗ ଦେଇଥିବା ନେତାମାନଙ୍କୁ ମଧ୍ୟ ପାର୍ଟି ହାଇକମାଣ୍ଡ ଏକ ସୁଯୋଗ ଦେଇଛି। ଏଥିମଧ୍ୟରେ କରତର ସିଂ ତନୱାର, ରାଜକୁମାର ଚୌହାନ, କୈଳାଶ ଗେହଲୋଟ ଏବଂ ଅରବିନ୍ଦର ସିଂ ଲଭଲି ଅଛନ୍ତି।
ଯେଉଁ ପ୍ରାର୍ଥୀଙ୍କ ନାମ ୨୯ ଟି ଆସନ ପାଇଁ ଭାଜପା ଘୋଷଣା କରିଛି ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା। ରେଖା ଗୁପ୍ତାଙ୍କୁ ଶାଲିମାର ବାଗରୁ ଏବଂ କୁମାରୀ ରିଙ୍କୁ ସେମାପୁରୀ ଏସସି ଆସନରୁ ପ୍ରାର୍ଥୀ କରାଯାଇଛି।
The post ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା appeared first on Dharitri Odia News.