ଦୁରହେଲା ଦୀର୍ଘ ଦିନର ସମସ୍ୟା: ଉଦ୍‌ଘାଟନ ହେଲା ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ

ପାଟଣା,୧୨।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସାଧୁପଡ଼ାଠାରେ ନିର୍ମିତ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ମଙ୍ଗଳ ଉଦ୍‌ଘାଟିତ ହୋଇଛି। ୨କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ଆମ ବସଷ୍ଟାଣ୍ଡ ଯୋଜନାରେ ନିର୍ମିତ ହୋଇଥିବା ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡକୁ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉଦ୍‌ଘାଟନ କରିଛନ୍ତି । ଏ ନେଇ ବସଷ୍ଟାଣ୍ଡ ପରିସରରେ ଆୟୋଜିତ ସଭାରେ ବିଜେଡି ବରିଷ୍ଠ ନେତା ମିତ୍ରଭାନୁ ମହାନ୍ତଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ […] The post ଦୁରହେଲା ଦୀର୍ଘ ଦିନର ସମସ୍ୟା: ଉଦ୍‌ଘାଟନ ହେଲା ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ appeared first on Dharitri Odia News.

ଦୁରହେଲା ଦୀର୍ଘ ଦିନର ସମସ୍ୟା: ଉଦ୍‌ଘାଟନ ହେଲା ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ

ପାଟଣା,୧୨।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସାଧୁପଡ଼ାଠାରେ ନିର୍ମିତ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ମଙ୍ଗଳ ଉଦ୍‌ଘାଟିତ ହୋଇଛି। ୨କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ଆମ ବସଷ୍ଟାଣ୍ଡ ଯୋଜନାରେ ନିର୍ମିତ ହୋଇଥିବା ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡକୁ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉଦ୍‌ଘାଟନ କରିଛନ୍ତି । ଏ ନେଇ ବସଷ୍ଟାଣ୍ଡ ପରିସରରେ ଆୟୋଜିତ ସଭାରେ ବିଜେଡି ବରିଷ୍ଠ ନେତା ମିତ୍ରଭାନୁ ମହାନ୍ତଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ନାଏକ ଯୋଗଦେଇ ଆମ ବସ୍‌ଷ୍ଟାଣ୍ଡ ପାଟଣା ଅଞ୍ଚଳର ଦୀର୍ଘ ଦିନର ଦାବି ଓ ସମସ୍ୟାର ସମାଧାନ କରିବା ସହ ଲକ୍ଷାଧିକ ଯାତ୍ରୀ ଏହି ଯୋଜନାରେ ଉପକୃତ ହେବେ। ଏହାସହ ଉନ୍ନତ ମାନର ପରିବହନ ସେବା ପାଇପାରିବେ ବୋଲି କହିଛନ୍ତି।
ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଉପାଧ୍ୟକ୍ଷା ବୀଣାପାଣି ନାୟକ, ଜିଲା ପରିଷଦସଦସ୍ୟ ରୁନୁ ମହାନ୍ତ, ବୁଦ୍ଧଦେବ ମହାକୁଡ, ପାଟଣା ବିଡଓ ଶିବଶଙ୍କର ମୁର୍ମୁ, ଏବିଡିଓ ଚିତ୍ତରଞ୍ଜନ ନାୟକ, ସ୍ଥାନୀୟ ସରପଞ୍ଚ ବିନତି ବାନରା, ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ, ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ସାମଜିକକର୍ମୀ ଅଜୟ କୁମାର ଦାଶ, ବଣିକ ସଂଘ ସଭାପତି ବୁଲୁ ଭଞ୍ଜ, ବିଜେଡି ଜିଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ବିଜେଡି ନେତ୍ରୀ ଧରିତ୍ରୀ ମହାନ୍ତ,ବିନ୍ଦୁପାତ୍ର ପ୍ରମୁଖ ଉପସ୍ଥିତଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପ୍ରୋଜେକ୍ଟ ପରିଚାଳକ ପୋଲିସ ହାଉସିଂର ଶାନ୍ତି ରଞ୍ଜନ ସାମଲ, ବିଶ୍ୱଜିତ୍‌ ବେହେରାଙ୍କ ସହ ବିଜେଡି ବରିଷ୍ଠ ନେତା ନିରଞ୍ଜନ ତ୍ରିପାଠୀ, ଦିଲ୍ଲୀପ କୁମାର ଦାଶ, ମହେନ୍ଦ୍ର ମିଶ୍ର, ଭାଗିରଥି ଦାଶ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡରେ ବିଶ୍ରାମଗାର, ଖାଦ୍ୟ ପାନୀୟ ଓ ଶୌଚ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଏହାର ନିର୍ମାମାଣ ପରେ ଅଞ୍ଚଳର ଏକ ଦୀର୍ଘ ଦିନର ପ୍ରମୁଖ ସମସ୍ୟା ସମାଧାନ ହୋଇଛି ବୋଲି ସ୍ଥାନିୟ ସାମାଜିକ କର୍ମୀ ଅଜୟ କୁମାର ଦାଶ ଓ ବୁଲୁ ଭଞ୍ଜ ପ୍ରକାଶ କରିଛନ୍ତି।

The post ଦୁରହେଲା ଦୀର୍ଘ ଦିନର ସମସ୍ୟା: ଉଦ୍‌ଘାଟନ ହେଲା ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ appeared first on Dharitri Odia News.