ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୬: ଆଜି ଅର୍ଥାତ୍ ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ଚଳିତ ବର୍ଷର ଥିମ୍ ହେଉଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯୋଗ କେବଳ ଏକ ବ୍ୟାୟମ କିମ୍ବା ଯୋଗକୁ କିଛି […] The post ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୧ା୬: ଆଜି ଅର୍ଥାତ୍ ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ସାମିଲ ହୋଇଛନ୍ତି। ବିଶାଖାପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇ ଯୋଗ କରିଛନ୍ତି । ଚଳିତ ବର୍ଷର ଥିମ୍ ହେଉଛି “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ।
ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯୋଗ କେବଳ ଏକ ବ୍ୟାୟମ କିମ୍ବା ଯୋଗକୁ କିଛି ଆସନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ। ଭାରତୀୟ ସଂସ୍କୃତି ଏବଂ ଯୋଗ ପରମ୍ପରାରୁ ସୃଷ୍ଟି ହୋଇଥିଲେ ମଧ୍ୟ ସେଥିପାଇଁ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ ଏହା ଜଡିତ ନୁହେଁ। ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଉଦ୍ବୁଦ୍ଧ କରୁଥିବା ଯୋଗ, ଆଜି ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି।
ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଛେଦ୍ୟ ଅଙ୍ଗ ହେଉଛି ‘ଯୋଗ’, ଯାହା କେବଳ ଦେଶ ଭିତରେ ସୀମିତ ହୋଇ ରହିଥିଲା। କିନ୍ତୁ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ୨୦୧୪ ମେ’ ମାସରେ ଦାୟିତ୍ଵ ଗ୍ରହଣ କରିବାର ମାତ୍ର ଛ’ ମାସରେ ଯୋଗକୁ ସାରା ବିଶ୍ଵରେ ପରିଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘ ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲା। ଆଜି ପୃଥିବୀର ପ୍ରାୟ ସବୁ ଦେଶରେ ଲୋକେ ଆଗ୍ରହ ଏବଂ ଉତ୍ସାହର ସହିତ ଏହାକୁ ପାଳନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଯୋଗ ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍ ଭାବେ ହୁଏ। ତେବେ ଯୋଗ ଆମ ଶରୀର ପାଇଁ କେତେ ଉପକାରୀ ତାହା ଯଦି ଜଣେ ଠିକ୍ ଭାବରେ ହୃଦୟଙ୍ଗମ କରନ୍ତି, ତାହେଲେ ଏହି ଦିବସ ପାଳନ ସଫଳ ହୋଇପାରିବ। ଯୋଗ କରିବା ପୂର୍ବରୁ ଯଦି ଜଣେ ଏ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅବଗତ ନୁହନ୍ତି, ତେବେ ଯୋଗ ଏକ୍ସପର୍ଟଙ୍କ ସହ ଏ ନେଇ ବିଶଦ ଭାବରେ ଆଲୋଚନା କରନ୍ତୁ। ଶାନ୍ତ ମନ ଏବଂ ଶାନ୍ତ ପରିବେଶରେ ଯୋଗ କଲେ ତାହାର ସୁଫଳ ଅଧିକ ମିଳିଥାଏ।
The post ଯୋଗ ଦିବସରେ ଯୋଗ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.