ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ଉଡ଼ିଗଲା ଘର ଆଜବେଷ୍ଟସ୍
ଖୋର୍ଦ୍ଧା,୪।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ମଙ୍ଗଳବାର ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପ୍ରଥମେ ବେଗୁନିଆ ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦମ୍ପତ୍ତି ହେଲେ ଅଶୋକ କୁମାର ମଲିକ ଏବଂ ତାଙ୍କ ସ୍ତ୍ରୀ । ମିଳିଥିବା ସୂଚନା ମୁତାବକ, ଦମ୍ପତ୍ତି ଘରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, […] The post ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ଉଡ଼ିଗଲା ଘର ଆଜବେଷ୍ଟସ୍ appeared first on Dharitri Odia News.
ଖୋର୍ଦ୍ଧା,୪।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ମଙ୍ଗଳବାର ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପ୍ରଥମେ ବେଗୁନିଆ ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦମ୍ପତ୍ତି ହେଲେ ଅଶୋକ କୁମାର ମଲିକ ଏବଂ ତାଙ୍କ ସ୍ତ୍ରୀ ।
ମିଳିଥିବା ସୂଚନା ମୁତାବକ, ଦମ୍ପତ୍ତି ଘରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଅଶୋକଙ୍କ ଦୁଇ ବଖରା ଆଜବେଷ୍ଟସ୍ ଉଡ଼ି ଯାଇଛି। ଅଶୋକ ପୂର୍ବରୁ ବେଆଇନ ବାଣ କାରବାରରେ ଗିରଫ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
The post ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ଉଡ଼ିଗଲା ଘର ଆଜବେଷ୍ଟସ୍ appeared first on Dharitri Odia News.