ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ହାମିଲଟନ ହଲ୍‌ରେ ବିକ୍ଷୋଭକାରୀ ଛାତ୍ରୀଛାତ୍ରମାନେ ଜବରଦସ୍ତ ପଶି ପାଲେଷ୍ଟାଇନ୍‌ ସମର୍ଥିତ ବ୍ୟାନର ଲଗାଇଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶତାଧିକ ବିକ୍ଷୋଭକାରୀ ଛାତ୍ରୀଛାତ୍ର ଏକାଠି ହୋଇ ହାମିଲଟନ ହଲର ସମ୍ମୁଖରେ ଡେରା ପକାଇଥିବା ଭିଡିଓରୁ ଜଣାପଡ଼ୁଛି। ଚଳିତବର୍ଷ ପ୍ରାରମ୍ଭରେ ଇସ୍ରାଏଲ […] The post ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ appeared first on Dharitri Odia News.

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ହାମିଲଟନ ହଲ୍‌ରେ ବିକ୍ଷୋଭକାରୀ ଛାତ୍ରୀଛାତ୍ରମାନେ ଜବରଦସ୍ତ ପଶି ପାଲେଷ୍ଟାଇନ୍‌ ସମର୍ଥିତ ବ୍ୟାନର ଲଗାଇଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶତାଧିକ ବିକ୍ଷୋଭକାରୀ ଛାତ୍ରୀଛାତ୍ର ଏକାଠି ହୋଇ ହାମିଲଟନ ହଲର ସମ୍ମୁଖରେ ଡେରା ପକାଇଥିବା ଭିଡିଓରୁ ଜଣାପଡ଼ୁଛି। ଚଳିତବର୍ଷ ପ୍ରାରମ୍ଭରେ ଇସ୍ରାଏଲ ଆକ୍ରମଣରେ ଗାଜାରେ ମୃତ୍ୟୁବରଣ କରିଥିବା ହିନ୍ଦ ରଜାବ ନାମକ ଜଣେ ୬ ବର୍ଷୀୟା ଝିଅଙ୍କୁ ମନେପକାଇ ବିକ୍ଷୋଭକାରୀ ଛାତ୍ରୀଛାତ୍ର ହାମିଲଟନ ହଲ୍‌ ସମ୍ମୁଖରେ ହିନ୍ଦ ହଲ୍‌ ଲେଖାଯାଇଥିବା ଏକ ଧଳା ରଙ୍ଗର ବ୍ୟାନର ଲଗାଇଥିଲେ। ସୂଚନାଯୋଗ୍ୟ, ହାମିଲଟନ ହଲ୍‌ ପୂର୍ବରୁ ଅନେକ ଯୁଦ୍ଧ ବିରୋଧୀ ଆନ୍ଦୋଳନର ମୂକସାକ୍ଷୀ ରହିଛି। ଶେଷଥର ପାଇଁ ଏଠାରେ ୧୯୬୮ ମସିହାରେ ଭିଏତ୍‌ନାମ ଯୁଦ୍ଧ ବିରୋଧରେ ବିକ୍ଷୋଭକାରୀ ପ୍ରଦର୍ଶନ କରିଥିଲେ।

The post ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ appeared first on Dharitri Odia News.