ହଲିଉଡ ସିନେମାରେ ଦିଶା

ବଲିଉଡ ଅଭିନେତ୍ରୀ ଦିଶା ପଟାନି ଖୁବ ଶୀଘ୍ର ହଲିଉଡରେ ଏକ ଫିଲ୍ମରେ ଦେଖିବାକୁ ମିଳିବେ । ଦିଶାଙ୍କୁ ଖୁବ ଜଲଦି ଏକ ହଲିଉଡ ଆକସନ୍‌ ଥ୍ରିଲରରେ ଦେଖିବାକୁ ମିଳିବ । ଫିଲ୍ମର ନାଁ ହୋଲିଗାର୍ଡସ୍‌ ହୋଇଥିବାବେଳେ ଏହା ଏକ ସୁପରନ୍ୟାଚୁରାଲ ଫିଲ୍ମ ହେବ । ସେହିଭଳି ଏହି ଫିଲ୍ମ ଜରିଆରେ ଓସ୍କାର ବିଜେତା ନିର୍ଦ୍ଦେଶକ କେବିନ୍‌ ସ୍ପେସି ଅନେକ ଦଶକ ପରେ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି । ଫିଲ୍ମର ସୁଟିଂ ମେକ୍ସିକୋରେ ହୋଇଥିବାବେଳେ ଏଥିରେ ଅନେକ […]

ହଲିଉଡ ସିନେମାରେ ଦିଶା

ବଲିଉଡ ଅଭିନେତ୍ରୀ ଦିଶା ପଟାନି ଖୁବ ଶୀଘ୍ର ହଲିଉଡରେ ଏକ ଫିଲ୍ମରେ ଦେଖିବାକୁ ମିଳିବେ । ଦିଶାଙ୍କୁ ଖୁବ ଜଲଦି ଏକ ହଲିଉଡ ଆକସନ୍‌ ଥ୍ରିଲରରେ ଦେଖିବାକୁ ମିଳିବ । ଫିଲ୍ମର ନାଁ ହୋଲିଗାର୍ଡସ୍‌ ହୋଇଥିବାବେଳେ ଏହା ଏକ ସୁପରନ୍ୟାଚୁରାଲ ଫିଲ୍ମ ହେବ । ସେହିଭଳି ଏହି ଫିଲ୍ମ ଜରିଆରେ ଓସ୍କାର ବିଜେତା ନିର୍ଦ୍ଦେଶକ କେବିନ୍‌ ସ୍ପେସି ଅନେକ ଦଶକ ପରେ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି । ଫିଲ୍ମର ସୁଟିଂ ମେକ୍ସିକୋରେ ହୋଇଥିବାବେଳେ ଏଥିରେ ଅନେକ ଷ୍ଟାରଙ୍କୁ ପରଦାରେ ଦେଖିବାକୁ ମିଳିବ ବୋଲି ଜଣା ପଡିଛି । ଏହି ପ୍ରୋଜେକ୍‌ଟକୁ ନେଇ ଦିଶା ଖୁବ ଖୁସି ଥିବା ଜଣା ପଡିଛି । ପୂର୍ବରୁ ଦିଶାଙ୍କର ସୁଟିଂ ସେଟ୍‌ରୁ ଏକ ଫଟୋ ଭାଇରାଲ ହୋଇଥିଲା । ତେବେ ଦିଶାଙ୍କର ଏହା ପ୍ରଥମ ଇଣ୍ଟରନ୍ୟାସନାଲ ପ୍ରୋଜେକ୍‌ଟ ନୁହେଁ, ଏହା ଆଗରୁ ତାଙ୍କୁ କୁଂଗ ଫୁ ୟୋଗାରେ ବି ଦେଖିବାକୁ ମିଳିଥିଲା । ସେହିଭଳି ହଲିଉଡ ପ୍ରୋଜେକଫ ସହିତ ଦିଶା ୱଲ୍‌କମ୍‌ ଟୁ ଦି ଜଙ୍ଗଲ ଫିଲ୍ମ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଚଳିତବର୍ଷ ୱଲ୍‌କମ୍‌ ଟୁ ଦି ଜଙ୍ଗଲ ଫିଲ୍ମଟି ପରଦାକୁ ଆସିବା ନେଇ ସୂଚନା ରହିଛି । ଦିଶା ସାଉଥ୍‌ ଇଣ୍ଡଷ୍ଟ୍ରୀରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୫ରେ ତେଲୁଗୁ ଫିଲ୍ମ ଲୋଫରରେ ନିଜର ଆକଫିଂ ଡେବୁ କରିଥିଲେ ।