ନିର୍ବାଚନ ପ୍ରଚାର ପାଇଁ ବଢିଲା ୪୦% ଘରୋଇ ବିମାନ ଚାହିଦା

ନୂଆଦିଲ୍ଲୀ,୧୬ା୪: ଲୋକ ସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନେତା ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ଯାଉଛନ୍ତି। ଏଭଳି ସ୍ଥିତିରେ ଘରୋଇ ବିମାନ ଓ ହେଲିକପ୍ଟର ଚାହିଦା ୪୦ ପ୍ରତିଶତ ବଢ଼ିଯାଇଛି। ଫଳରେ ଏହାର ଅପରେଟରମାନେ ୧୫ରୁ ୨୦ ପ୍ରତିଶତ ଅଧିକ ଆୟ କରିବା ନେଇ ଆଶା କରୁଛନ୍ତି। ଚାର୍ଟାର୍ଡ ସର୍ଭିସ୍‌ର ଘଣ୍ଟା ପ୍ରତି ଭଡ଼ା ବୃଦ୍ଧି ପାଇ ୪.୫ରୁ ୫.୨୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ଦୁଇ ଇଞ୍ଜିନ […] The post ନିର୍ବାଚନ ପ୍ରଚାର ପାଇଁ ବଢିଲା ୪୦% ଘରୋଇ ବିମାନ ଚାହିଦା appeared first on Dharitri Odia News.

ନିର୍ବାଚନ ପ୍ରଚାର ପାଇଁ ବଢିଲା ୪୦% ଘରୋଇ ବିମାନ ଚାହିଦା

ନୂଆଦିଲ୍ଲୀ,୧୬ା୪: ଲୋକ ସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନେତା ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ଯାଉଛନ୍ତି। ଏଭଳି ସ୍ଥିତିରେ ଘରୋଇ ବିମାନ ଓ ହେଲିକପ୍ଟର ଚାହିଦା ୪୦ ପ୍ରତିଶତ ବଢ଼ିଯାଇଛି। ଫଳରେ ଏହାର ଅପରେଟରମାନେ ୧୫ରୁ ୨୦ ପ୍ରତିଶତ ଅଧିକ ଆୟ କରିବା ନେଇ ଆଶା କରୁଛନ୍ତି।

ଚାର୍ଟାର୍ଡ ସର୍ଭିସ୍‌ର ଘଣ୍ଟା ପ୍ରତି ଭଡ଼ା ବୃଦ୍ଧି ପାଇ ୪.୫ରୁ ୫.୨୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ଦୁଇ ଇଞ୍ଜିନ ବିଶିଷ୍ଟ ହେଲିକପ୍ଟର ଭଡ଼ା ମଧ୍ୟ ୧.୫ରୁ ୧.୭ ଲକ୍ଷ ଟଙ୍କା ହୋଇଛି। ସାଧାରଣ ସମୟ ଏବଂ ପୂର୍ବ ନିର୍ବାଚନ ବର୍ଷ ତୁଳନାରେ ଚାହିଦା ବହୁତ ବଢ଼ିଥିବାରୁ ଖୁବ୍‌ କମ୍‌ ବିମାନ ଓ ହେଲିକପ୍ଟର ଉପଲବ୍ଧ ହେଉଛି।

କେତେକ ଅପରେଟର ବିମାନ ଏବଂ ହେଲିକପ୍ଟରକୁ ଲିଜ୍‌ରେ ନେବାକୁ ଚାହୁଁଛନ୍ତି। ସାଧାରଣ ସମୟ ତୁଳନାରେ ନିର୍ବାଚନ ବେଳେ ହେଲିକପ୍ଟର ଚାହିଦା ୨୫ ପ୍ରତିଶତ ବଢ଼ିଥିବାବେଳେ ଚାହିଦା ତୁଳନାରେ ଆବଶ୍ୟକ ହେଲିକପ୍ଟର ମିଳୁନାହିଁ ବୋଲି ରୋଟାରି ଓ୍ବିଙ୍ଗ୍‌ ସୋସାଇଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ କ୍ୟାପ୍‌ଟେନ୍‌ ଉଦୟ ଗେଲ୍ଲି କହିଛନ୍ତି। ଦୁର୍ଗମ ଅଞ୍ଚଳରେ ପ୍ରାର୍ଥୀ ଓ ନେତାମାନଙ୍କୁ କମ୍‌ ସମୟ ମଧ୍ୟରେ ପହଞ୍ଚାଇବା ପାଇଁ ବିଭିନ୍ନ ଦଳ ହେଲିକପ୍ଟର ବ୍ୟବହାର କରୁଛନ୍ତି। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ବଡ଼ ରାଜ୍ୟରେ ଏଗୁଡ଼ିକ ଅଧିକ ବ୍ୟବହୃତ ହେଉଛି। ସେହିପରି ଚାର୍ଟାର୍ଡ ବିମାନ ଚାହିଦା ୩୦ରୁ ୪୦ ପ୍ରତିଶତ ବଢ଼ିଥିବା ବିଜ୍‌ନେସ ଏୟାରକ୍ରାଫ୍ଟ ଅପରେଟର ଆସୋସିଏଶନ୍‌ର ପରିଚାଳନା ନିର୍ଦ୍ଦେଶକ କ୍ୟାପ୍‌ଟେନ୍‌ ଆର୍‌.କେ. ବାଲି କହିଛନ୍ତି।

The post ନିର୍ବାଚନ ପ୍ରଚାର ପାଇଁ ବଢିଲା ୪୦% ଘରୋଇ ବିମାନ ଚାହିଦା appeared first on Dharitri Odia News.