ନିର୍ବାଚନ ପ୍ରଚାରବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ପ୍ରାର୍ଥୀ, ଭାଇରାଲ ହେଉଛି ଫଟୋ
କୋଲକାତା,୧୦।୪: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜୋରସୋରରେ ଜାରି ରହିଛି ପ୍ରଚାର । କିଏ ରୋଡ ସୋ’ କରି ଭୋଟ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି। ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗର ମାଲଦାଠାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ। ଏହି ଅଞ୍ଚଳରେ ଜଣେ ଭାଜପା ପ୍ରାର୍ଥୀ ନିର୍ବାଚନ ପ୍ରଚାର ସମୟରେ ଜଣେ ଝିଅଙ୍କୁ ଚୁମ୍ବନ ଦେଇଥିବା ଅଭିଯୋଗ ହୋଇଛି । ଭାଜପା ପ୍ରାର୍ଥୀ […] The post ନିର୍ବାଚନ ପ୍ରଚାରବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ପ୍ରାର୍ଥୀ, ଭାଇରାଲ ହେଉଛି ଫଟୋ appeared first on Dharitri Odia News.
କୋଲକାତା,୧୦।୪: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜୋରସୋରରେ ଜାରି ରହିଛି ପ୍ରଚାର । କିଏ ରୋଡ ସୋ’ କରି ଭୋଟ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି। ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗର ମାଲଦାଠାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ। ଏହି ଅଞ୍ଚଳରେ ଜଣେ ଭାଜପା ପ୍ରାର୍ଥୀ ନିର୍ବାଚନ ପ୍ରଚାର ସମୟରେ ଜଣେ ଝିଅଙ୍କୁ ଚୁମ୍ବନ ଦେଇଥିବା ଅଭିଯୋଗ ହୋଇଛି ।
ଭାଜପା ପ୍ରାର୍ଥୀ ମହିଳାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛି । ଫଟୋ ଭାଇରାଲ ହେବା ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି । ତେବେ ବିବାଦ ବଢିବା ପରେ ଏବେ ଭାଜପା ପ୍ରାର୍ଥୀ ଜଣକ ସେହି ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ତଥା ତାଙ୍କ ଝିଅ ବୋଲି କହିଛନ୍ତି।
ସୂଚନାନୁସାରେ, ଏହି ଘଟଣା ଉତ୍ତର ମାଲଦାର ଶ୍ରୀହିପୁର ଗ୍ରାମରେ ଘଟିଛି । ଏଠାରୁ ଭାଜପା ଖାଗେନ ମୁର୍ମୁଙ୍କୁ ଟିକେଟ ଦେଇଛି। ଏହି ଘଟଣାରେ ଟିଏମସି ଜିଲା ଉପାଧ୍ୟକ୍ଷ ଦୁଲାଲ ସରକାର କହିଛନ୍ତି ଯେ, ଭାଇରାଲ ଫଟୋରେ ମାଲଦା ଉତ୍ତର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ତଥା ଏମପି ମୁର୍ମୁ ଖୋଲାଖୋଲି ଭାବେ ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।
ଏନେଇ ମୁର୍ମୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ‘ଫଟୋଗ୍ରାଫକୁ ବିକୃତ କରି ଦଳ ତଥା ବ୍ୟକ୍ତିବିଶେଷଙ୍କୁ ବଦନାମ କରାଯାଉଛି । ଏହି ଘଟଣା ପରେ ମାଲଦା ସାଇବର କ୍ରାଇମ ପୋଲିସ ଷ୍ଟେସନରେ ତୃଣମୂଳ କଂଗ୍ରେସ ବିରୋଧରେ ଅଭିଯୋଗ ଦାଖଲ କରାଯିବ । ସେହି ମହିଳା ଜଣକ ମୋ ଝିଅ ପରି ଏବଂ ନିଜ ଝିଅଙ୍କୁ ଚୁମ୍ବନ ଦେବା ଭୁଲ ନୁହେଁ।
ସେପଟେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଉକ୍ତ ମହିଳାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି, ‘ଯେଉଁ ସମୟରେ ଏହି ଘଟଣା ଘଟିଛି ସେହି ସମୟରେ ମୋ ବାପା-ମା’ ମଧ୍ୟ ଉପସ୍ଥିତ ଥିଲେ । ମୁର୍ମୁ ବାବୁ ଆମର ସମ୍ପର୍କୀୟ । ସେ ପିଲାଦିନରୁ ମୋତେ ଦେଖିଛନ୍ତି ଏବଂ ମୋତେ ଝିଅ ଭଳି ଭଲ ପାଆନ୍ତି । ସୋସିଆଲ ମିଡିଆରେ ଏଭଳି ଘଟଣା ଭାଇରାଲ କରୁଥିବା ଲୋକମାନଙ୍କ ମାନସିକତା ଖରାପ ବୋଲି ମହିଳାଜଣକ କହିଛନ୍ତି।
The post ନିର୍ବାଚନ ପ୍ରଚାରବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ପ୍ରାର୍ଥୀ, ଭାଇରାଲ ହେଉଛି ଫଟୋ appeared first on Dharitri Odia News.