ନିର୍ବାଚନ ପ୍ରଚାରରେ ଭଦ୍ରକ ଆସିବେ ଖାର୍ଗେ, ରାହୁଲ
ଭଦ୍ରକ,୨୮।୫(ସନାତନ ରାଉତ): ଜୁନ୍ ୧ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭଦ୍ରକରେ କଂଗ୍ରେସ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ବୁଧବାର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓ ଗୁରୁବାର ରାହୁଲ ଗାନ୍ଧୀ ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଖବରଦାତା ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଜିଲା କଂଗ୍ରେସ କାର୍ଯାଳୟରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ସୂଚନା ଦେଇଛନ୍ତି, ବୁଧବାର ଚାନ୍ଦବାଲି […] The post ନିର୍ବାଚନ ପ୍ରଚାରରେ ଭଦ୍ରକ ଆସିବେ ଖାର୍ଗେ, ରାହୁଲ appeared first on Dharitri Odia News.
ଭଦ୍ରକ,୨୮।୫(ସନାତନ ରାଉତ): ଜୁନ୍ ୧ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭଦ୍ରକରେ କଂଗ୍ରେସ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ବୁଧବାର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓ ଗୁରୁବାର ରାହୁଲ ଗାନ୍ଧୀ ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଖବରଦାତା ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
ଜିଲା କଂଗ୍ରେସ କାର୍ଯାଳୟରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ସୂଚନା ଦେଇଛନ୍ତି, ବୁଧବାର ଚାନ୍ଦବାଲି ବ୍ଲକ ମତୋଠାରେ ନିର୍ବାଚନୀ ସମାବେଶରେ ମଲ୍ଲିକାର୍ଜ୍ଜୁନ ଖାର୍ଗେ ଯୋଗଦେଇ ସଭାକୁ ସମ୍ବୋଧିତ କରିବେ। ସେହିପରି ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭଦ୍ରକ ରାଣୀତାଲ ନିକଟସ୍ଥ ମଇତାପୁର ପଡ଼ିଆରେ ଯୋଗଦେଇ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ।
ଓଡ଼ିଶାରେ ବିଜେଡି ଓ ଭାଜପା ମଧ୍ୟରେ ଭିତିରି ବୁଝାମଣାରେ ନିର୍ବାଚନ ଚାଲିଛି। ବିଜେଡ଼ି ଏମ୍ପି ସିଟ୍ ଭାଜପାକୁ ଛାଡ଼ିବ ଓ ଭାଜପା ବିଧାୟକ ସିଟ୍ ବିଜେଡ଼ିକୁ ଛାଡ଼ିବ ବୋଲି ବୁଝାମଣା ହୋଇଥିବା ପିସିସି ସଭାପତି ଆରୋପ ଲଗାଇଛନ୍ତି। କଂଗ୍ରେସ ସମୟରେ ପାରାଦ୍ୱୀପ ବନ୍ଦର, ରାଉରକେଲାର ଷ୍ଟିଲ ପ୍ଲାଂଟ, ନାଲ୍କୋ, ମିଗ୍ବିମାନ କାରଖାନା ପ୍ରତିଷ୍ଠା ହୋଇଥିବା ବେଳେ ୨୫ ବର୍ଷର ବିଜେଡ଼ି ଶାସନରେ ଗୋଟିଏ ବି ଶିଳ୍ପ ପ୍ରତିଷ୍ଠା ହୋଇପାରି ନାହିଁ। ରାଜ୍ୟର ବେକାରୀ ସମସ୍ୟା ଉତ୍କଟ ହୋଇଥିବା ବେଳେ ଚାଷୀଙ୍କ ମଧ୍ୟ ଉନ୍ନତି ହୋଇପାରିନାହିଁ। କଂଗ୍ରେସ ସରକାରକୁ ଆସିଲେ ବେକାରୀଙ୍କ ନିଯୁକ୍ତି ଦିଆଯିବ, ଧାନ କୁଇଣ୍ଟାଲ ୩ହଜାର ଟଙ୍କା କରାଯିବ ବୋଲି ସେ କହିଥିଲେ।
ଭଦ୍ରକ ଲୋକସଭା ସହ ୭ଟି ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେହିପରି ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶାକୁ ନବୀନ ପଟ୍ଟନାୟକ ଦାଦନରେ ଏକ ନମ୍ବର କରିଛନ୍ତି। ନିର୍ବାଚନରେ ଗୁଣ୍ଡାଗିରି ଓ କଳାଟଙ୍କା ବ୍ୟବହାର କରି ପୁଣିଥରେ ସରକାର କରିବା ପାଇଁ ଚେଷ୍ଟା କରୁଛନ୍ତି।
ରାଜ୍ୟବାସୀ ଭାଜପା,ବିଜେଡ଼ିର ଭିତିରି ବୁଝାମଣାକୁ ବୁଝିପାରିଛନ୍ତି। ଏଥର ନିଶ୍ଚୟ ପରିବର୍ତ୍ତନ ହେବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ରଙ୍କ ସଂଯୋଜନାରେ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ କୁନାଲ ବାନାର୍ଜୀ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ଜିଲା ସଭାପତି ନଳିନୀକାନ୍ତ ମହାନ୍ତି, ସୁବ୍ରତ ଦାସ, ଦେବରୂପ ମହାନ୍ତି, ଦଳିତ ନେତା ରାଜେନ୍ଦ୍ର ଜେନା, ବଳରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
The post ନିର୍ବାଚନ ପ୍ରଚାରରେ ଭଦ୍ରକ ଆସିବେ ଖାର୍ଗେ, ରାହୁଲ appeared first on Dharitri Odia News.