ନିର୍ବାଚନ ବେଳେ ସୋସିଆଲ ମିଡିଆ ଉପରେ କଡ଼ା ନଜର, ମିଛ ଓ ଭ୍ରମାତ୍ମକ ତଥ୍ୟ ପ୍ରଦାନ କଲେ ହେବ କାର୍ଯ୍ଯାନୁଷ୍ଠାନ
ନୂଆଦିଲ୍ଲୀ : ମିଛ ପ୍ରଚାର କଲେ, ସତ ବାହାର କରିବ ନିର୍ବାଚନ କମିଶନ। ମିଥ୍ ଭର୍ସେସ ରିଆଲିଟି ଆରମ୍ଭ କରାଯିବ। ସୋସିଆଲ ମିଡିଆରେ ଭ୍ରମାତ୍ମକ ଖବର ପ୍ରାସରିତ ହେଲେ, ତାର ସତ ସମସ୍ତଙ୍କୁ ଜଣାଇବ ନିର୍ବାଚନ କମିଶନ। ଏହାସହ ଭ୍ରମାତ୍ମକ ପୋଷ୍ଟ ହଟାଇବାକୁ ପ୍ରତି ରାଜ୍ୟରେ ନିର୍ଦ୍ଧିଷ୍ଟ ଅଧିକାରୀଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏହାସହ ସୋସିଆଲ ମିଡିଆରେ ଖବର ସେୟାର କରିବା ସମୟରେ ତାକୁ ଭଲରେ ଅନୁଧ୍ୟାନ କରିବାକୁ ସବୁ ଭୋଟରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ […] The post ନିର୍ବାଚନ ବେଳେ ସୋସିଆଲ ମିଡିଆ ଉପରେ କଡ଼ା ନଜର, ମିଛ ଓ ଭ୍ରମାତ୍ମକ ତଥ୍ୟ ପ୍ରଦାନ କଲେ ହେବ କାର୍ଯ୍ଯାନୁଷ୍ଠାନ appeared first on KNews Odisha.

ନୂଆଦିଲ୍ଲୀ : ମିଛ ପ୍ରଚାର କଲେ, ସତ ବାହାର କରିବ ନିର୍ବାଚନ କମିଶନ। ମିଥ୍ ଭର୍ସେସ ରିଆଲିଟି ଆରମ୍ଭ କରାଯିବ। ସୋସିଆଲ ମିଡିଆରେ ଭ୍ରମାତ୍ମକ ଖବର ପ୍ରାସରିତ ହେଲେ, ତାର ସତ ସମସ୍ତଙ୍କୁ ଜଣାଇବ ନିର୍ବାଚନ କମିଶନ। ଏହାସହ ଭ୍ରମାତ୍ମକ ପୋଷ୍ଟ ହଟାଇବାକୁ ପ୍ରତି ରାଜ୍ୟରେ ନିର୍ଦ୍ଧିଷ୍ଟ ଅଧିକାରୀଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏହାସହ ସୋସିଆଲ ମିଡିଆରେ ଖବର ସେୟାର କରିବା ସମୟରେ ତାକୁ ଭଲରେ ଅନୁଧ୍ୟାନ କରିବାକୁ ସବୁ ଭୋଟରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର।
ସ୍ବଚ୍ଛତାର ସହ ହେବ ସାଧାରଣ ନିର୍ବାଚନ। ନିର୍ବାଚନ ବେଳେ ସୋସିଆଲ ମିଡିଆ ଉପରେ ନିର୍ବାଚନ କମିସନଙ୍କ କଡ଼ା ନଜର। ମିଛ ଓ ଭ୍ରମାତ୍ମକ ତଥ୍ୟ ପ୍ରଦାନ କଲେ ହେବ କାର୍ଯ୍ଯାନୁଷ୍ଠାନ। ନିର୍ବାଚନ ତାରିଖ ଘୋଷଣା ବେଳେ ସୋସିଆଲ ମିଡିଆ ପୋଷ୍ଟ ନେଇ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର।
ଫେକ ନ୍ୟୁଜକୁ ରୋକିବାକୁ ଅନେକ ପଦକ୍ଷେପ ବି ନିଆଯିବ ବୋଲି କହିଛନ୍ତି। ଇନଫର୍ମେସନ ଟେକନୋଲୋଜି ଆଇନ ବ୍ଯବହାର କରାଯାଇ ମିଥ ଭର୍ସେସ ରିଅଲିଟି ବା ଭ୍ରମ ବନାମ ବାସ୍ତବିକତା ଯୋଜନା ଆରମ୍ଭ ହେବ। ବେଆଇନ ତଥ୍ୟକୁ ହଟାଇବା, ମିଥ୍ୟା ଖବର ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ସଞ୍ଚାଳନ କରାଯିବ ବୋଲି କହିଛନ୍ତି ଇସିଆଇ। ଆଇଟି ଆକ୍ଟର ସେକ୍ସନ ୬୯ ଏ ଏବଂ ସେକ୍ସନ ୭୯(୩)(ବି) ଅନୁଯାୟୀ ପ୍ରତ୍ୟେକ ରାଜ୍ୟର ନିର୍ଦ୍ଧାରିତ ଅଧିକାରୀ ସୋସିଆଲ ମିଡିଆ ପୋଷ୍ଟ ହଟାଇ ପାରିବେ।
ପ୍ରତ୍ୟେକ ରାଜ୍ଯର ସିଇଓ ଓ ଜିଲ୍ଲାର ଡିଇଓଙ୍କ ପାଖରେ ପହଞ୍ଚୁଥିବା ମିଥ୍ୟା ଖବର କିମ୍ବା ମିଥ୍ୟା ସୂଚନାର ଚିହ୍ନଟ ନେଇ ଗାଇଡଲାଇନ ଜାରି ହୋଇଛି। ନିର୍ବାଚନ ବେଳେ ମିଥ୍ୟା ଖବର ରୋକିବାକୁ ସୋସିଆଲ ମିଡିଆ କଂପାନୀ ଗୁଡ଼ିକୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ କୁହାଯାଇଛି। ଏହା ସହ ପ୍ରତ୍ୟେକ ବୈଦ୍ୟୁତିକ ଗଣମାଧ୍ୟମ ଓ ମୁଦ୍ରିତ ଗଣମାଧ୍ୟମରେ ଦିଆଯାଉଥିବା ସମସ୍ତ ରାଜନୈତିକ ବିଜ୍ଞାପନ ଉପରେ ମଧ୍ୟ କଡ଼ା ନଜର ରହିବ । ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିବାର ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ଭ୍ରମାତ୍ମକ ଓ ମିଥ୍ୟା ଖବର ପ୍ରସାରଣ କରିବାରୁ ନିବୃତ୍ତ ରହିବେ। ନଚେତ ଏଭଳି ପୋଷ୍ଟ ବିରୋଧରେ ତ୍ବରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
The post ନିର୍ବାଚନ ବେଳେ ସୋସିଆଲ ମିଡିଆ ଉପରେ କଡ଼ା ନଜର, ମିଛ ଓ ଭ୍ରମାତ୍ମକ ତଥ୍ୟ ପ୍ରଦାନ କଲେ ହେବ କାର୍ଯ୍ଯାନୁଷ୍ଠାନ appeared first on KNews Odisha.