ନିର୍ବାଚନ ଲଢ଼ିବାକୁ ନେତା ପାଉନାହାନ୍ତି ବିଜେଡି, ଭାଜପା
ଭୁବନେଶ୍ୱର,୮।୪(ସୁନିତ୍ ମିଶ୍ର):ନିର୍ବାଚନ ଲଢ଼ିବା ପାଇଁ ବିଜେଡି ଓ ଭାଜପା ନେତା ପାଉନାହାନ୍ତି, ସେଥିଲାଗି କଂଗ୍ରେସରୁ ନେତାଙ୍କୁ ନେଇ ଟିକେଟ ଦେଉଛନ୍ତି। କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି। କଂଗ୍ରେସ ଭବନଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱରଞ୍ଜନ କହିଛନ୍ତି ଯେ, ଅନେକ ନେତାଙ୍କୁ କଂଗ୍ରେସ ପରିଚୟ ଦେଇଛି। ଗଣେଶ୍ୱର ବେହେରା ମଧ୍ୟ କଂଗ୍ରେସ ଦ୍ୱାରା ପରିଚିତ ହୋଇଛନ୍ତି। କଂଗ୍ରେସ ତାଙ୍କ […] The post ନିର୍ବାଚନ ଲଢ଼ିବାକୁ ନେତା ପାଉନାହାନ୍ତି ବିଜେଡି, ଭାଜପା appeared first on Dharitri Odia News.
ଭୁବନେଶ୍ୱର,୮।୪(ସୁନିତ୍ ମିଶ୍ର):ନିର୍ବାଚନ ଲଢ଼ିବା ପାଇଁ ବିଜେଡି ଓ ଭାଜପା ନେତା ପାଉନାହାନ୍ତି, ସେଥିଲାଗି କଂଗ୍ରେସରୁ ନେତାଙ୍କୁ ନେଇ ଟିକେଟ ଦେଉଛନ୍ତି। କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି।
କଂଗ୍ରେସ ଭବନଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱରଞ୍ଜନ କହିଛନ୍ତି ଯେ, ଅନେକ ନେତାଙ୍କୁ କଂଗ୍ରେସ ପରିଚୟ ଦେଇଛି। ଗଣେଶ୍ୱର ବେହେରା ମଧ୍ୟ କଂଗ୍ରେସ ଦ୍ୱାରା ପରିଚିତ ହୋଇଛନ୍ତି। କଂଗ୍ରେସ ତାଙ୍କ ପ୍ରତି କୌଣସି ଅନ୍ୟାୟ କରିନାହିଁ। ତାଙ୍କୁ ନେତା କରିକି କଂଗ୍ରେସ ଛାଡ଼ିଛି। ହେଲେ ସେ ଦଳ ଛାଡ଼ି ଯାଇଛନ୍ତି। ତେଣୁ ଦଳକୁ ସେ ଅଞ୍ଚଳରେ ସାମୟିକ କ୍ଷତି ହୋଇପାରେ, ହେଲେ ସେଠାରେ କିନ୍ତୁ ଅନେକ ମଜଭୁତ ନେତା ଅଛନ୍ତି, ଯେଉଁମାନେ ନ୍ୟାୟ ପାଉ ନ ଥିଲେ। କାରଣ ଆମେ ଜଣେ ନେତାଙ୍କୁ ସେଠି ଏଷ୍ଟାବ୍ଲିଶ୍ କରିଥିଲୁ। କେନ୍ଦ୍ରାପଡ଼ାରେ ଅନେକ ନେତା ଅଛନ୍ତି, ଯେଉଁମାନେ ଲୋକଙ୍କ ପାଖକୁ ଯିବେ ଏବଂ ସେବା କରିବେ ଓ ଜନତାଙ୍କ ବିଶ୍ୱାସଭାଜନ ହେବେ। ଯେଉଁମାନେ ମଧ୍ୟ ଦଳ ଛାଡୁଛନ୍ତି, କଂଗ୍ରେସ କାହା ପ୍ରତି ଅନ୍ୟାୟ କରିନାହିଁ। ସେମାନେ ନିଜର ବ୍ୟକ୍ତିଗତ ମହତ ଆକାଂକ୍ଷା ଓ ନିଜସ୍ବ ସ୍ବାର୍ଥ ପାଇଁ ଦଳ ଛାଡ଼ିଛନ୍ତି ବୋଲି ସେ କହିଛନ୍ତି।
The post ନିର୍ବାଚନ ଲଢ଼ିବାକୁ ନେତା ପାଉନାହାନ୍ତି ବିଜେଡି, ଭାଜପା appeared first on Dharitri Odia News.