ନିର୍ବାଚନ ଲଢ଼ିବେ ଦେବାଶିଷ
ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ ମୁଁ ନିର୍ବାଚନ ଲଢ଼ିବି। ବରୀବାସୀ ମୋ’ ବଳ। ଦଳ ମୋ’ ପାଇଁ ବଡ଼ ନୁହେଁ। ବରୀବାସୀଙ୍କ ସେବା କରିବାକୁ ମୁଁ ନିର୍ବାଚନ ଲିଢ଼ିବି। ଦେବାଶିଷଙ୍କ ସୋସିଆଲ ମିଡିଆରେ ଏପରି ମନ୍ତବ୍ୟ ନେଇ ସେ ସ୍ବାଧୀନ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଯଦି ଦେବାଶିଷ ବରୀରୁ […] The post ନିର୍ବାଚନ ଲଢ଼ିବେ ଦେବାଶିଷ appeared first on Dharitri Odia News.
ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ ମୁଁ ନିର୍ବାଚନ ଲଢ଼ିବି। ବରୀବାସୀ ମୋ’ ବଳ। ଦଳ ମୋ’ ପାଇଁ ବଡ଼ ନୁହେଁ। ବରୀବାସୀଙ୍କ ସେବା କରିବାକୁ ମୁଁ ନିର୍ବାଚନ ଲିଢ଼ିବି। ଦେବାଶିଷଙ୍କ ସୋସିଆଲ ମିଡିଆରେ ଏପରି ମନ୍ତବ୍ୟ ନେଇ ସେ ସ୍ବାଧୀନ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଯଦି ଦେବାଶିଷ ବରୀରୁ ପ୍ରାର୍ଥୀ ହୁଅନ୍ତି ତେବେ ଏହା ନିଶ୍ଚିତ ପ୍ରଭାବ ପକାଇବ ବୋଲି ଆକଳନରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ ଦେବାଶିଷ। ଏବେ ଚର୍ଚ୍ଚା ହେଉଛି ସେ ଭାଜପା ଛାଡ଼ି ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ି ପାରନ୍ତି। କାରଣ ଭାଜପାରୁ ଟିକେଟ୍ ନ ମିଳିବା ପରେ ଅସନ୍ତୋଷ ଥିବା ଦେବାଶିଷ ଆଜି ଏପରି କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ବରୀରୁ ଉମେଶ ଜେନାଙ୍କୁ ଭାଜପା ପ୍ରାର୍ଥୀ କରିଥିବା ବେଳେ ଦଳ ପ୍ରତି ବିମୁଖ ହୋଇପଡ଼ିଛନ୍ତି ଦେବାଶିଷ। ତେବେ ଦେଖାଯାଉ ଦେବାଶିଷ କେଉଁ ଦଳରୁ ନିର୍ବାଚନ ଲଢୁଛନ୍ତି।
The post ନିର୍ବାଚନ ଲଢ଼ିବେ ଦେବାଶିଷ appeared first on Dharitri Odia News.