ନିର୍ବାଚନ ହାରିଗଲେ ସ୍ଵରାଙ୍କ ସ୍ଵାମୀ, କହିଲେ-ଇଭିଏମରେ ଗଡବଡ ଅଛି...

ମୁମ୍ଵାଇ ୨୪।୧୧; ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ତାଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ତାଙ୍କ ପ୍ରତିଦ୍ବନ୍ଦ୍ବୀ ସନା ମଲିକ ତାଙ୍କୁ ଅଣୁଶକ୍ତି ନଗର ବିଧାନସଭା ଆସନରୁ ପରାସ୍ତ କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରୁ ପ୍ରାର୍ଥୀ ହୋଇଥିବା ଫହାଦ ଅହମଦ ହାରି ଯାଇଛନ୍ତି। ସେ ଅନୁଶକ୍ତି ନଗର ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିର ପ୍ରାର୍ଥୀ ସାନା ମଲିକଙ୍କ ଠାରୁ ପରାସ୍ତ ହୋଇଛନ୍ତି।ଫହାଦଙ୍କୁ ୪୫,୯୬୩ ଭୋଟ୍ ମିଳିଥିବା ବେଳେ ସାନାଙ୍କୁ ୪୯,୩୪୧ ଖଣ୍ଡ ଭୋଟ୍ ମିଳିଛି। ଅକ୍ଟୋବର ମାସରେ ଫହାଦ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇ ଶରଦ ପାୱାରଙ୍କ ଏନ୍‌ସିପିରେ ଯୋଗ ଦେଇଥିଲେ।ଭୋଟ୍ ଗଣତି ଆରମ୍ଭ ହେବା ପରେ ଫହାଦ ଆଗରେ ରହିଥିଲେ। କିନ୍ତୁ ପରେ ସେ ପଛକୁ ଆସିଯାଇଥିଲେ। ସେଥିପାଇଁ ବିଜେପି ଏଥିରେ କିଛି କାରସାଦି କରିଛି ବୋଲି ସେ ଅଭିଯୋଗ କରିବା ସହିତ ପୁନଃଗଣତି ଦାବି କରିଛନ୍ତି। ଫହାଦ କହିଛନ୍ତି ଯେ ୧୭ ରାଉଣ୍ଡ ଗଣତି ସୁଦ୍ଧା ସେ ଆଗୁଆ ରହିଥିଲେ। କିନ୍ତୁ ତା’ପରେ ପଛୁଆ ହୋଇଯାଇଥିଲେ। ସେ ଦାବି କରିଛନ୍ତି ଯେ ୯୯% ଚାର୍ଜ ଥିବା ଇଭିଏମ୍‌ ସାନା ମଲିକ ଆଗରେ ଥିବା ଦେଖାଇଥିଲା, କିନ୍ତୁ କମ୍‌ ଚାର୍ଜ ଥିବା ଇଭିଏମ୍‌ ସେ ପଛରେ ଥିବା ଦେଖାଇଥିଲା। ଯେତେବେଳେ ୯୯% ଚାର୍ଜ ଥିବା ଇଭିଏମ୍‌ ଗୁ

ନିର୍ବାଚନ ହାରିଗଲେ ସ୍ଵରାଙ୍କ ସ୍ଵାମୀ, କହିଲେ-ଇଭିଏମରେ ଗଡବଡ ଅଛି...

ମୁମ୍ଵାଇ ୨୪।୧୧; ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ତାଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ତାଙ୍କ ପ୍ରତିଦ୍ବନ୍ଦ୍ବୀ ସନା ମଲିକ ତାଙ୍କୁ ଅଣୁଶକ୍ତି ନଗର ବିଧାନସଭା ଆସନରୁ ପରାସ୍ତ କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରୁ ପ୍ରାର୍ଥୀ ହୋଇଥିବା ଫହାଦ ଅହମଦ ହାରି ଯାଇଛନ୍ତି। ସେ ଅନୁଶକ୍ତି ନଗର ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିର ପ୍ରାର୍ଥୀ ସାନା ମଲିକଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ଫହାଦଙ୍କୁ ୪୫,୯୬୩ ଭୋଟ୍ ମିଳିଥିବା ବେଳେ ସାନାଙ୍କୁ ୪୯,୩୪୧ ଖଣ୍ଡ ଭୋଟ୍ ମିଳିଛି। ଅକ୍ଟୋବର ମାସରେ ଫହାଦ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇ ଶରଦ ପାୱାରଙ୍କ ଏନ୍‌ସିପିରେ ଯୋଗ ଦେଇଥିଲେ।ଭୋଟ୍ ଗଣତି ଆରମ୍ଭ ହେବା ପରେ ଫହାଦ ଆଗରେ ରହିଥିଲେ। କିନ୍ତୁ ପରେ ସେ ପଛକୁ ଆସିଯାଇଥିଲେ। 

ସେଥିପାଇଁ ବିଜେପି ଏଥିରେ କିଛି କାରସାଦି କରିଛି ବୋଲି ସେ ଅଭିଯୋଗ କରିବା ସହିତ ପୁନଃଗଣତି ଦାବି କରିଛନ୍ତି। ଫହାଦ କହିଛନ୍ତି ଯେ ୧୭ ରାଉଣ୍ଡ ଗଣତି ସୁଦ୍ଧା ସେ ଆଗୁଆ ରହିଥିଲେ। କିନ୍ତୁ ତା’ପରେ ପଛୁଆ ହୋଇଯାଇଥିଲେ। ସେ ଦାବି କରିଛନ୍ତି ଯେ ୯୯% ଚାର୍ଜ ଥିବା ଇଭିଏମ୍‌ ସାନା ମଲିକ ଆଗରେ ଥିବା ଦେଖାଇଥିଲା, କିନ୍ତୁ କମ୍‌ ଚାର୍ଜ ଥିବା ଇଭିଏମ୍‌ ସେ ପଛରେ ଥିବା ଦେଖାଇଥିଲା। ଯେତେବେଳେ ୯୯% ଚାର୍ଜ ଥିବା ଇଭିଏମ୍‌ ଗୁଡ଼ିକ ଖୋଲାଗଲା, ସେତେବେଳଠୁ ବିଜେପି ସମର୍ଥିତ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିର ପ୍ରାର୍ଥୀ ଆଗରେ ରହିଥିଲେ। ସେହିପରି ଭୋଟ୍ ଗଣତି ବେଳେ ଫହାଦ ପଛରେ ଚାଲିବା ପରେ ଏହି ସମାନ ଅଭିଯୋଗ ଆଣିଥିଲେ ତାଙ୍କ ଅଭିନେତ୍ରୀ ପତ୍ନୀ ସ୍ୱରା ଭାସ୍କର।