ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର

ଛତ୍ରପୁର, ୩।୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲାରେ ଜାତୀୟ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଟିକାଲ ଶିକ୍ଷା ଏବଂ ଅନୁସନ୍ଧାନ ପ୍ରତିଷ୍ଠା ପାଇଁ ପ୍ରଗତିଶୀଳ ଉତ୍କଳ ସମାଜ ତରଫରୁ ଦାବି ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସୁଚନାଯୋଗ୍ୟ, ଓଡ଼ିଶାର ବ୍ରହ୍ମପୁରରେ ରାଜ୍ୟ ତଥା ସମଗ୍ର ପୂର୍ବ ଭାରତର ସର୍ବପ୍ରାଚୀନ ଏବଂ ପ୍ରଥମ ଫାର୍ମା ପ୍ରତିଷ୍ଠାନ ରହିଛି। ଏନେଇ ଗତ କିଛିଦିନ ତଳେ ଗଞ୍ଜାମ ଜିଲାର ବରିଷ୍ଠ ମନ୍ତ୍ରୀ, ଏମ୍‌ପି ଓ ବିଧାୟକମାନଙ୍କ […] The post ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର appeared first on Dharitri Odia News.

ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର

ଛତ୍ରପୁର, ୩।୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲାରେ ଜାତୀୟ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଟିକାଲ ଶିକ୍ଷା ଏବଂ ଅନୁସନ୍ଧାନ ପ୍ରତିଷ୍ଠା ପାଇଁ ପ୍ରଗତିଶୀଳ ଉତ୍କଳ ସମାଜ ତରଫରୁ ଦାବି ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସୁଚନାଯୋଗ୍ୟ, ଓଡ଼ିଶାର ବ୍ରହ୍ମପୁରରେ ରାଜ୍ୟ ତଥା ସମଗ୍ର ପୂର୍ବ ଭାରତର ସର୍ବପ୍ରାଚୀନ ଏବଂ ପ୍ରଥମ ଫାର୍ମା ପ୍ରତିଷ୍ଠାନ ରହିଛି। ଏନେଇ ଗତ କିଛିଦିନ ତଳେ ଗଞ୍ଜାମ ଜିଲାର ବରିଷ୍ଠ ମନ୍ତ୍ରୀ, ଏମ୍‌ପି ଓ ବିଧାୟକମାନଙ୍କ ପତ୍ର ମଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ I ‘ନାଇପର୍‌’ ପ୍ରତିଷ୍ଠା ପାଇଁ ଏକ ବଡ଼ ପରିମାଣର ଜମି ଏକ ପ୍ରମୁଖ ଆବଶ୍ୟକତା ଏବଂ ବ୍ରହ୍ମପୁର ଉପକଣ୍ଠରେ ପାତି- ସୁନପୁର, ଲୌଡିଗାଁ, ସୋରୋଳ, ହୁମା ଏବଂ ବ୍ରହ୍ମପୁର ରିଙ୍ଗରୋଡ ଚାରିପାଖରେ ବିଶାଳ ଭୂମି ଉପଲବ୍ଧ ଅଛି। ଓଡ଼ିଶା ସରକାର ତୁରନ୍ତ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଏବଂ ଭିତ୍ତିଭୂମି ସହାଯ଼ତା ଯୋଗାଇପାରିବେ। ଏହା ଛଡା ବ୍ରହ୍ମପୁର ସହର ସଡ଼କ, ରେଳ ଏବଂ ବିମାନ ଦ୍ୱାରା ଦେଶର ସମସ୍ତ ଅଞ୍ଚଳ ସହିତ ଭଲ ଭାବରେ ସଂଯୁକ୍ତ ରହିଛି।

The post ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର appeared first on Dharitri Odia News.