ମେଷ

ପୂର୍ବ ପରିକଳ୍ପିତ ଯୋଜନା ଆରମ୍ଭ ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ। ପାରିବାରିକ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ମନକୁ ବୁଝାଇ ରହିବାକୁ ବାଧ୍ୟହେବେ। ପରିବାରରେ ସଦସ୍ୟମାନଙ୍କ ସହ ମତପାର୍ଥକ୍ୟଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଅଶ୍ୱିନୀ ନକ୍ଷତ୍ରର ମନ ଅନୁଯାୟୀ କାମ ନ ହେବା କାରଣରୁ କ୍ରୋଧିତ ହୋଇପାରନ୍ତି।
ବୃଷ

ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ। ରୋହିଣୀ ନକ୍ଷତ୍ର କଳା, ସାହିତ୍ୟରେ ଉନ୍ନତି କରିବା ସହ ପ୍ରଶଂସିତ ହେବେ। ଆନୁଷ୍ଠାନିକ କାମରେ ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳଜନିତ ଆବଶ୍ୟକ ଉପକରଣ କ୍ରୟ କରିବେ।
ମିଥୁନ

କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ସାହାଯ୍ୟ ଏବଂ ପଡ଼ୋଶୀଙ୍କ ସହୃଦୟତା କାମ ହାସଲରେ ସହାୟକ ହେବ। ପଡ଼ୋଶୀମାନେ କଅଁଳ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିପାରନ୍ତି। ମୁହଁରେ ମିଠାକଥା କହି ପଛରେ ଶତ୍ରୁତା ଓ ସମାଲୋଚନା କରୁଥିବା ଲୋକଙ୍କ ପ୍ରତି ସତର୍କ ରହନ୍ତୁ।
କର୍କଟ

କର୍ମକ୍ଷେତ୍ରରେ କଥାର ଓଜନ ବଢ଼ିବା ଫଳରେ ଯାହାକୁ ଯାହା କହିବେ ସେ ଆଜ୍ଞାଧୀନ ଭାବରେ କାମ କରିବେ। ଦୂରଯାତ୍ରାର ପ୍ରତ୍ୟାବର୍ତ୍ତନ ପଥରେ କଷ୍ଟ ସ୍ବୀକାର କରିବେ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବିଚଳିତ ହୋଇପାରନ୍ତି। ଅଶ୍ଳେଷା ନକ୍ଷତ୍ର ବାଣିଜ୍ୟ,ବ୍ୟବସାୟରେ ଲାଭବାନ୍ ହେବା ସାଙ୍ଗକୁ ନୂତନ ଯୋଜନା କରିପାରନ୍ତି।
ସି˚ହ

ଆପଣଙ୍କ ଲୋକପ୍ରିୟତା ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ ଚେଷ୍ଟା କରୁଥିବା କାମରେ ସବୁଜ ସଙ୍କେତ ପାଇବେ । ପୂର୍ବାଫାଲ୍ଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଆମତ୍ୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣ ହେବେ। ପରିବାରରେ ଆର୍ଥିକ ଅନଟନ କାରଣରୁ ମନ ବିଚଳିତ ରହିବ।
କନ୍ୟା

ଆଜି ଚିତ୍ରା ନକ୍ଷତ୍ର ସକାଶେ କୌଣସି କାମ ସହଜରେ ହାସଲ କରିବା କଷ୍ଟକର ହୋଇପଡ଼ିବ। ସ୍ଥଗିତ କାମରେ ସାହାଯ୍ୟ କରିବା ସକାଶେ ପ୍ରିୟ ବନ୍ଧୁଟିର ପ୍ରତିଶ୍ରୁତି କାମରେ ଆସି ନ ପାରେ। ଆନୁଷ୍ଠାନିକ କାମ, ନିର୍ମାଣ ଓ ମଙ୍ଗଳଜନକ କାମରେ ଉତ୍ସାହିତ ହୋଇ କାମ କରିବେ। ଆଜିର ଯାତ୍ରା, ବାଣିଜ୍ୟ, ଲୋକସମ୍ପର୍କ ଏବଂ ପାରିବାରିକ ସ୍ଥିତି ଭଲ ରହିବ।
ତୁଳା

କର୍ମକ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ ହେଲେ ମଧ୍ୟ ସମସ୍ୟାବଳୟରୁ ବାଦ୍ ପଡ଼ିବେ ନାହିଁ। ପାରିବାରିକ ଜୀବନ ଉତ୍ତମ ବୁଝାମଣା ମଧ୍ୟରେ ସୁପ୍ରତିଷ୍ଠିତ ହେବ। ସ୍ବାତୀ ନକ୍ଷତ୍ର ସକାଶେ କେତେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବା ଆଶଙ୍କା ପୂର୍ଣ୍ଣ ମାତ୍ରାରେ ଦେଖାଦେବ ।
ବିଛା

ଆଜି ଆପଣଙ୍କ ଚିନ୍ତାଧାରା ଓ ମନ ଚାହୁଁଥିବା ପ୍ରକାରେ ସମସ୍ତ କାମ ଯଥାବିଧି ସମ୍ପନ୍ନ ହେବ। ଅନୁରାଧା ନକ୍ଷତ୍ର ସାଙ୍ଗସାଥୀଙ୍କ ସହ ନୂଆ ସ୍ଥାନକୁ ପରିଦର୍ଶନରେ ଯାଇ ପାରନ୍ତି। ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ। ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ କରିପାରନ୍ତି।
ଧନୁ

ଆଜି ଆପଣ ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ ସଫଳତା ପାଇବେ । ଉତ୍ତରାଷାଢ଼ା ନକ୍ଷତ୍ର ପରିବାରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେଇପାରନ୍ତି। ଆର୍ଥିକ ଅନଟନ ଲାଗି ରହିବା କାରଣରୁ କାମଗୁଡ଼ିକ ଅଧାପନ୍ତରିଆ ରହିଯିବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ କାମକୁ ସମାଲୋଚନା କରିପାରନ୍ତି।
ମକର

ଦୂରଦର୍ଶିତା ଓ ବୁଦ୍ଧିମତ୍ତା ପ୍ରଭାବରୁ ପ୍ରତ୍ୟେକ ସମସ୍ୟା ସମାଧାନ କରିବେ । ପରିବାରରେ ଓଲଟା ବୁଝାମଣା କାରଣରୁ ଭଲ କଥା କହିଲେ ମଧ୍ୟ ଭୁଲ୍ ଧାରଣା ସୃଷ୍ଟି ହେବ। ଶ୍ରବଣା ନକ୍ଷତ୍ରର କାର୍ଯ୍ୟହାନି ହେତୁକ ବନ୍ଧୁଙ୍କ କାମକୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ସାହିତ୍ୟ, ଗବେଷଣା, ଅଦାଲତ ଓ ସାମ୍ବାଦିକତା କ୍ଷେତ୍ର ମଧ୍ୟମ ପ୍ରକାର ରହିବ।
କୁମ୍ଭ

ଶତଭିଷା ନକ୍ଷତ୍ରର ଆଜିର କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ତଥାପି ପାରିବାରିକ ଅଶାନ୍ତି ସାଙ୍ଗକୁ ବନ୍ଧୁଙ୍କ ସହ ମତାନ୍ତର ହେତୁ ମନ ଭଲ ରହି ନ ପାରେ। ସାମାଜିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଯାତ୍ରା ସମୟରେ ବନ୍ଧୁ ସମ୍ପର୍କ ସ୍ଥାପନହେବା ସାଙ୍ଗକୁ ବୈବାହିକ ସମ୍ପର୍କର ଆଲୋଚନା ସ୍ଥାନ ପାଇପାରେ।
ମୀନ
କର୍ମକ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେଲେ ମଧ୍ୟ ପର କ୍ଷଣରେ ସବୁ ଠିକ୍ ହୋଇଯିବ। ଉତ୍ତରଭାଦ୍ରପଦ ନକ୍ଷତ୍ରର କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ପ୍ରକୃତ ଘଟଣା ନ ବୁଝି ସହକର୍ମୀ ରାଗରେ ଗରଗର ହୋଇପାରନ୍ତି। ଦେବ ଦର୍ଶନ, ସତ୍ସଙ୍ଗ, ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।
The post ରାଶିଫଳ: ବୁଧବାର, ଏପ୍ରିଲ୍ ୩୦ ତାରିଖ – Daily Horoscope appeared first on Dharitri Odia News.