ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି
ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ ଏବଂ ନିରାଧାର ଅଭିଯୋଗ ଆଣନ୍ତି। ୨୦୧୯ରେ ମଧ୍ୟ ଏଭଳି ତଥାକଥିତ ଚାର୍ଜଶିଟ୍ ଓଡ଼ିଶା ଭାଜପା ପକ୍ଷରୁ ଅଣାଯାଇଥିଲା। ସେତେବେଳେ ସେମାନେ ବୁଝିଯାଇଥିଲେ, ଅତି ଦୟନୀୟ ଭାବେ ହାରିବାକୁ ଯାଉଛନ୍ତି ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ବୁଧବାର ଗଣମାଧ୍ୟମକୁ ସେ କହିଛନ୍ତି, ୨୦୨୪ରେ ମଧ୍ୟ ସେମାନେ ଅତି ଶୋଚନୀୟ […] The post ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ ଏବଂ ନିରାଧାର ଅଭିଯୋଗ ଆଣନ୍ତି। ୨୦୧୯ରେ ମଧ୍ୟ ଏଭଳି ତଥାକଥିତ ଚାର୍ଜଶିଟ୍ ଓଡ଼ିଶା ଭାଜପା ପକ୍ଷରୁ ଅଣାଯାଇଥିଲା। ସେତେବେଳେ ସେମାନେ ବୁଝିଯାଇଥିଲେ, ଅତି ଦୟନୀୟ ଭାବେ ହାରିବାକୁ ଯାଉଛନ୍ତି ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ବୁଧବାର ଗଣମାଧ୍ୟମକୁ ସେ କହିଛନ୍ତି, ୨୦୨୪ରେ ମଧ୍ୟ ସେମାନେ ଅତି ଶୋଚନୀୟ ଭାବେ ହାରିବାକୁ ଯାଉଥିବା ଜାଣିସାରିଲେଣି। ସେଥିପାଇଁ ସେମାନେ ବିନା କୌଣସି ତଥ୍ୟ ପ୍ରମାଣ ଆଧାରରେ ଏଭଳି ଭିତ୍ତିହୀନ ଏବଂ ନିରାଧାର ଅଭିଯୋଗ ଆଣିଛନ୍ତି। କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି। ହେଲେ ଓଡ଼ିଶାକୁ କୃଷିକ୍ଷେତ୍ରରେ ସମାଲୋଚନା କରାଯାଉଛି। କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ସବୁଠାରୁ କମ୍ ବେକାରି ହାର ଓଡ଼ିଶାରେ। ହେଲେ ମିଛ ତଥ୍ୟ ଉପସ୍ଥାପନ କରାଯାଇ ଓଡ଼ିଶାର ଛବିକୁ ମଳିନ କରିବାକୁ ଚେଷ୍ଟା କରାଯାଉଛି। ମହିଳା ସୁରକ୍ଷା ନେଇ ସେମାନେ ଓଡ଼ିଶାକୁ ସମାଲୋଚନା କରୁଛନ୍ତି, ଯେତେବେଳେ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ଓଡ଼ିିଶା ତୁଳନାରେ ଢେର ଅଧିକ। ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ରାଜ୍ୟର ଛବିକୁ ମଳିନ କରିବା ଓଡ଼ିଶା ଭାଜପାର ପୁରୁଣା ଅଭ୍ୟାସ। ବତ୍ତର୍ର୍ମାନର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସର କେଳେଙ୍କାରୀ ବାବଦରେ ସମସ୍ତେ ଜାଣିଛନ୍ତି, ଯେଉଁଥିପାଇଁ ୨୦୦୮ରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା। ଏଭଳି ଜଣେ ବ୍ୟକ୍ତି ଯଦି ଓଡ଼ିଶା ଭାଜପାର ସଭାପତି ଭାବେ ଦାୟିତ୍ୱ ତୁଲାଇବେ, ତେବେ ଦଳ ଭିତରେ ମହିଳା କେତେ ସୁରକ୍ଷିତ, ଏଥିରୁ ବୁଝିବାକୁ ଆଉ ବାକି ନାହିଁ। ସମସ୍ତେ ଜାଣିଛନ୍ତି ଓଡ଼ିଶା ହାଇସ୍କୁଲଗୁଡ଼ିକର ଶ୍ରେଣୀ ଗୃହ, ଓଡ଼ିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀ ଗୃହଠାରୁ ଯଥେଷ୍ଟ ଉନ୍ନତ ମାନର। ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି, କିନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସ୍ରୁମ୍ କରିପାରିନାହାନ୍ତି। ଅନ୍ୟପଟେ ଓଡ଼ିଶା ସରକାର ରାଜ୍ୟରେ ୭୦୦୦ ସ୍କୁଲର ରୂପାନ୍ତରଣ କରିଛନ୍ତି। କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି ଯେ ଗତ ୨ ବର୍ଷ ଧରି ବିତ୍ତୀୟ ପରିଚାଳନାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ। ତଥାପି ଏଭଳି ମିଛ ଦସ୍ତାବିଜ ଉପସ୍ଥାପନ କରାଯାଇ ରାଜ୍ୟର ଛବି ଖରାପ ହେଉଛି। ବିଦ୍ୟୁତୀକରଣ ସମ୍ପର୍କରେ ମଧ୍ୟ ମିଥ୍ୟା କୁହାଯାଇଛି। ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବିଦ୍ୟୁତ୍ ଯୋଗାଣ କରାଯାଇପାରିବ ନାହିଁ। ଏହା କେବଳ କେନ୍ଦ୍ରର ନିଷ୍ପତ୍ତି ଦ୍ୱାରା ସମ୍ଭବ। ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ମିଛରେ ଭାଜପା ଟାର୍ଗେଟ୍ କରୁଛି। ସମସ୍ତେ ଜାଣନ୍ତି ନିଜ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଧର୍ମେନ୍ଦ୍ର ମିଥ୍ୟା ଅଭିଯୋଗ କରିବା ଏବଂ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତୀକରଣ କରିବାରେ ଧୁରନ୍ଧର। ଏଭଳି ନେତାଙ୍କୁ ପ୍ରଶ୍ରୟ ଦେଉଥିବା ଦଳ ଅନ୍ୟକୁ ଉପଦେଶ ଦେବାର କୌଣସି ନୈତିକତା ନାହିଁ। ଏଭଳି ଭିତ୍ତିହୀନ ଏବଂ ମିଥ୍ୟା କହିବାକୁ ଅନେକ ବିରୋଧ କରିଥିବା କଥା ମୁଁ ଦଳରେ ଥିବା ସମୟରୁ ଜାଣିଥିଲି। ହେଲେ ସେତେବେଳେ ସେମାନେ ଚାପ ସୃଷ୍ଟି କରିବା ସହ କହୁଥିଲେ, ଆମେ ନିର୍ବାଚନ ହାରିବାକୁ ଯାଉଛୁ, ତେଣୁ ଏଭଳି କରିବାକୁ ହିଁ ପଡ଼ିବ। ପୁଣି ଥରେ ଏହାକୁ ଦୋହରାଇବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ, କାରଣ ରାଜ୍ୟ ଭାଜପା ଭଲଭାବେ ଜାଣିଛି ୨୦୨୪ ନିର୍ବାଚନରେ ସେମାନେ ହାରିବାକୁ ଯାଉଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି।
The post ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି appeared first on Dharitri Odia News.