ନିର୍ବାଚନକୁ ଆଉ ଦିନ କେଇଟା, ଟିକେଟ ବଣ୍ଟାକୁ ନେଇ କଂଗ୍ରେସ ଭବନରେ ହୋହାଲ୍ଲା
ଭୁବନେଶ୍ୱର ୦୨।୦୪ : ଆଗାମୀ ସାଧାରଣ ନିର୍ବାଚନକୁ ହାତରେ ମାତ୍ର ଆଉ କେତେଟା ଦିନ । ରାଜ୍ୟ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀ ଘୋଷଣା କରିବା ଆରମ୍ଭ କରିସାରିଛନ୍ତି। ମାତ୍ର ଏହାରି ଭିତରେ ଏବେ କଂଗ୍ରେସ ବ୍ୟାକଫୁଟରେ ରହିଥିବା ସାଧାରଣରେ ଆଲୋଚନା ହେଉଛି । ଦିନକୁ ଦିନ ହେଭିଓ୍ବେଟ ନେତା ଦଳ ଛାଡ଼ୁଛନ୍ତି । ଯେଉଁମାନେ ବି ଛାଡ଼ୁଛନ୍ତି ସେମାନଙ୍କର ପ୍ରତିକ୍ରିୟା ରହିଛି ଏହି ଦଳରେ ଛିଡ଼ା ହୋଇ ଆଉ ଜିତିବୁ ବୋଲି ଭରସା ନାହିଁ । ତୁହା ତୁହା କଂଗ୍ରେସ ଭବନରେ ବସୁଛି ବୈଠକ । ଦଳ କାହାକୁ କରିବ ପ୍ରାର୍ଥୀ । ବରିଷ୍ଠ ନେତାମାନେ ଦଳ ଛାଡ଼ୁଥିବାବେଳେ କାହାକୁ ଦଳ ପ୍ରାର୍ଥୀ କରିବ ସେହି ଚିନ୍ତା ଏବେ ଘାରିଛି । ଏହାରି ଭିତରେ ମଙ୍ଗଳବାର ଏକ ଭିନ୍ନ ଦୃଶ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି । କଂଗ୍ରେସର ମୁଖପାତ୍ର ତଥା ବରିଷ୍ଠ ନେତା ସୁଦର୍ଶନ ଦାସଙ୍କ ସମର୍ଥକମାନେ ମଙ୍ଗଳବାର କଂଗ୍ରେସ ଭବନରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଜଳେଶ୍ବରରୁ ଶତାଧିକ କଂଗ୍ରେସ କର୍ମୀ ଆସି ହଠାତ୍ କଂଗ୍ରେସ ଭବନରେ ଧସେଇ ପଶିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ନିଜର ନେତାଙ୍କ ଦବଦବା ଜାହିର କରିବାକୁ ଚେଷ୍ଟା କରିଛନ୍ତି । ହାତରେ ପ୍ଲାକାର୍ଡ଼ ଧରି ନିରବ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କର ଦାବି ରହିଛି ସୁଦର୍ଶନ ଦାସଙ୍କ ପ୍ରତି ଅନ୍ୟାୟକୁ ମାନିବୁ ନାହିଁ l ଟିକେଟ ବଣ୍ଟନରେ ସ୍ୱଛତା ଆମର ଦାବି l ଗୋଟିଏ ପଟେ ବିଭିନ୍
ଭୁବନେଶ୍ୱର ୦୨।୦୪ : ଆଗାମୀ ସାଧାରଣ ନିର୍ବାଚନକୁ ହାତରେ ମାତ୍ର ଆଉ କେତେଟା ଦିନ । ରାଜ୍ୟ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀ ଘୋଷଣା କରିବା ଆରମ୍ଭ କରିସାରିଛନ୍ତି। ମାତ୍ର ଏହାରି ଭିତରେ ଏବେ କଂଗ୍ରେସ ବ୍ୟାକଫୁଟରେ ରହିଥିବା ସାଧାରଣରେ ଆଲୋଚନା ହେଉଛି । ଦିନକୁ ଦିନ ହେଭିଓ୍ବେଟ ନେତା ଦଳ ଛାଡ଼ୁଛନ୍ତି । ଯେଉଁମାନେ ବି ଛାଡ଼ୁଛନ୍ତି ସେମାନଙ୍କର ପ୍ରତିକ୍ରିୟା ରହିଛି ଏହି ଦଳରେ ଛିଡ଼ା ହୋଇ ଆଉ ଜିତିବୁ ବୋଲି ଭରସା ନାହିଁ । ତୁହା ତୁହା କଂଗ୍ରେସ ଭବନରେ ବସୁଛି ବୈଠକ । ଦଳ କାହାକୁ କରିବ ପ୍ରାର୍ଥୀ ।
ବରିଷ୍ଠ ନେତାମାନେ ଦଳ ଛାଡ଼ୁଥିବାବେଳେ କାହାକୁ ଦଳ ପ୍ରାର୍ଥୀ କରିବ ସେହି ଚିନ୍ତା ଏବେ ଘାରିଛି । ଏହାରି ଭିତରେ ମଙ୍ଗଳବାର ଏକ ଭିନ୍ନ ଦୃଶ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି । କଂଗ୍ରେସର ମୁଖପାତ୍ର ତଥା ବରିଷ୍ଠ ନେତା ସୁଦର୍ଶନ ଦାସଙ୍କ ସମର୍ଥକମାନେ ମଙ୍ଗଳବାର କଂଗ୍ରେସ ଭବନରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଜଳେଶ୍ବରରୁ ଶତାଧିକ କଂଗ୍ରେସ କର୍ମୀ ଆସି ହଠାତ୍ କଂଗ୍ରେସ ଭବନରେ ଧସେଇ ପଶିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ନିଜର ନେତାଙ୍କ ଦବଦବା ଜାହିର କରିବାକୁ ଚେଷ୍ଟା କରିଛନ୍ତି । ହାତରେ ପ୍ଲାକାର୍ଡ଼ ଧରି ନିରବ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କର ଦାବି ରହିଛି ସୁଦର୍ଶନ ଦାସଙ୍କ ପ୍ରତି ଅନ୍ୟାୟକୁ ମାନିବୁ ନାହିଁ l ଟିକେଟ ବଣ୍ଟନରେ ସ୍ୱଛତା ଆମର ଦାବି l
ଗୋଟିଏ ପଟେ ବିଭିନ୍ନ ଦଳ ଟିକେଟ ଘୋଷଣା କରୁଥିବାବେଳେ କଂଗ୍ରେସରେ କିନ୍ତୁ ଭିନ୍ନ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି l ଏହାର କିଛି ସମୟ ପରେ ବରିଷ୍ଠ କଂଗ୍ରେସ ନେତା ତାରାବାହିନୀ ପତି ମଧ୍ୟ ଆସି ସେମାନଙ୍କୁ ସେଠାରେ ହୋ ହଲ୍ଲା ନ କରିବାକୁ ବୁଝାଇଥିଲେ । ଏହି ଘଟଣାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି କି, ଏହା ଜାତୀୟ ପାର୍ଟି l ସୁଦର୍ଶନ ଦାସ ଯେଉଁ ଏଠାକୁ ଆସିଛନ୍ତି ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ସେଥିରେ ଏକମତ ।