IIT ବାବା ଦେଲୋ ସୁଇସାଇଡ୍‌ର ଧମକ, ପୋଲିସ ପହଞ୍ଚିବାରୁ କହିଲେ- ଗଞ୍ଜେଇ ଟିକେ ମାରିଥିଲି

ଜୟପୁର: ମହାକୁମ୍ଭ ମେଳାରେ ସାମାଜିକ ଗଣମାଧ୍ୟମରେ ଛାଇ ଯାଇଥିବା ଆଇଆଇଟି ବାବା ଅର୍ଥାତ ଅଭୟ ସିଂ ପୁଣି ଚର୍ଚ୍ଚାରେ। କିନ୍ତୁ ଏଥର ଚର୍ଚ୍ଚାରେ ରହିବାର କାରଣ ଭିନ୍ନ ରହିଛି। ବାବା ଆତ୍ମହତ୍ୟା କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ଆଧାର କରି ଜୟପୁର ପୋଲିସ ଅଭୟ ସିଂଙ୍କୁ ଅଟକ ରଖିଥିଲେ। ଏପରିକି ଅଭୟ ସିଂଙ୍କ ନିକଟରୁ ଗଞ୍ଜେଇ ଜବତ ହୋଇଥିବା କୁହାଯାଉଛି। ଏହି ବିଷୟରେ ଆଇଆଇଟି ବାବା କହିଛନ୍ତି ଯେ, ବର୍ତ୍ତମାନ ତିନି ଚାରୋଟି ଫେକ୍ ନ୍ୟୁଜ୍ ଚାଲୁଛି। ତାହା ଭିତରୁ ଏହା ବି ଏକ ମିଥ୍ୟା ଖବର। ପୋଲିସ ଅଧିକାରୀ ମୋତେ ତୁରନ୍ତ ଛାଡ଼ି ଦେଇଥିଲେ।ଖବର ପ୍ରକାଶିତ ହୋଇଥିଲା ଯେ, ଜୟପୁର ପୋଲିସ ତାଙ୍କ ଲୋକେସନ ଟ୍ରେସ କରି ଜୟପୁରର ରିଦ୍ଧି ସିଦ୍ଧି ଅଞ୍ଚଳର ଏକ ହୋଟେଲରୁ ଅଭୟ ସିଂଙ୍କୁ ଗିରଫ କରିଥିଲା। ଆଇଆଇଟି ବାବାଙ୍କ ପାଖରେ ଗଞ୍ଜେଇ ଓ କିଛି ଅନ୍ୟ ନିଶା ଦ୍ରବ୍ୟ ମିଳିଥିବା କୁହାଯାଉଛି। ପୋଲିସ ପଚରାଉଚୁରା ସମୟରେ ସେ ଗଞ୍ଜେଇ ସେବନ କରିଥିବା ଏବଂ ନିଶାରେ ଥିବା କହିଥିଲେ। ଏହା ପରେ ତାଙ୍କ ବିରୋଧରେ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଥିଲା। Also read: ଟ୍ରମ୍ପଙ୍କ ମତରେ ପୁଟିନଙ୍କ ଠାରୁ ମଧ୍ୟ ଅଧିକ ବିପଦଜନକ କ’ଣ? କହିଲେ- ଆମେରିକାକୁ ଆମେ ୟୁରୋପ ରାସ୍ତାରେ ଯିବାକୁ ଦେବୁନିଏହି ଘଟଣା ଉପରେ ଅଭୟ ସିଂ କହିଛନ୍ତି ଯେ, ତୁ

IIT ବାବା ଦେଲୋ ସୁଇସାଇଡ୍‌ର ଧମକ, ପୋଲିସ ପହଞ୍ଚିବାରୁ କହିଲେ- ଗଞ୍ଜେଇ ଟିକେ ମାରିଥିଲି

ଜୟପୁର: ମହାକୁମ୍ଭ ମେଳାରେ ସାମାଜିକ ଗଣମାଧ୍ୟମରେ ଛାଇ ଯାଇଥିବା ଆଇଆଇଟି ବାବା ଅର୍ଥାତ ଅଭୟ ସିଂ ପୁଣି ଚର୍ଚ୍ଚାରେ। କିନ୍ତୁ ଏଥର ଚର୍ଚ୍ଚାରେ ରହିବାର କାରଣ ଭିନ୍ନ ରହିଛି। ବାବା ଆତ୍ମହତ୍ୟା କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ଆଧାର କରି ଜୟପୁର ପୋଲିସ ଅଭୟ ସିଂଙ୍କୁ ଅଟକ ରଖିଥିଲେ। ଏପରିକି ଅଭୟ ସିଂଙ୍କ ନିକଟରୁ ଗଞ୍ଜେଇ ଜବତ ହୋଇଥିବା କୁହାଯାଉଛି। ଏହି ବିଷୟରେ ଆଇଆଇଟି ବାବା କହିଛନ୍ତି ଯେ, ବର୍ତ୍ତମାନ ତିନି ଚାରୋଟି ଫେକ୍ ନ୍ୟୁଜ୍ ଚାଲୁଛି। ତାହା ଭିତରୁ ଏହା ବି ଏକ ମିଥ୍ୟା ଖବର। ପୋଲିସ ଅଧିକାରୀ ମୋତେ ତୁରନ୍ତ ଛାଡ଼ି ଦେଇଥିଲେ।

ଖବର ପ୍ରକାଶିତ ହୋଇଥିଲା ଯେ, ଜୟପୁର ପୋଲିସ ତାଙ୍କ ଲୋକେସନ ଟ୍ରେସ କରି ଜୟପୁରର ରିଦ୍ଧି ସିଦ୍ଧି ଅଞ୍ଚଳର ଏକ ହୋଟେଲରୁ ଅଭୟ ସିଂଙ୍କୁ ଗିରଫ କରିଥିଲା। ଆଇଆଇଟି ବାବାଙ୍କ ପାଖରେ ଗଞ୍ଜେଇ ଓ କିଛି ଅନ୍ୟ ନିଶା ଦ୍ରବ୍ୟ ମିଳିଥିବା କୁହାଯାଉଛି। ପୋଲିସ ପଚରାଉଚୁରା ସମୟରେ ସେ ଗଞ୍ଜେଇ ସେବନ କରିଥିବା ଏବଂ ନିଶାରେ ଥିବା କହିଥିଲେ। ଏହା ପରେ ତାଙ୍କ ବିରୋଧରେ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଥିଲା। 

Also read: ଟ୍ରମ୍ପଙ୍କ ମତରେ ପୁଟିନଙ୍କ ଠାରୁ ମଧ୍ୟ ଅଧିକ ବିପଦଜନକ କ’ଣ? କହିଲେ- ଆମେରିକାକୁ ଆମେ ୟୁରୋପ ରାସ୍ତାରେ ଯିବାକୁ ଦେବୁନି

ଏହି ଘଟଣା ଉପରେ ଅଭୟ ସିଂ କହିଛନ୍ତି ଯେ, ତୁରନ୍ତ ମୋତେ ଜାମିନ ମିଳିଥିଲା। ମୁଁ ପାେଲିସକୁ କଣ କହିଥିଲି କିଛି ଜାଣିନି। ମୋ ନିକଟରୁ ୧.୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ତେବେ କିଛି ସମୟ ଜେରା ପରେ ମୋତେ ପୋଲିସ ଛାଡି ଦେଇଥିବା ଆଇଆଇଟି ବାବା କହିଛନ୍ତି। 

ସୂଚନାଯୋଗ୍ୟ, ଅଭୟ ସିଂ ଆଇଆଇଟି ବମ୍ବେରୁ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୋଲିସ ଅଭୟ ସିଂଙ୍କୁ କିଛି ସମୟ ଅଟକ ରଖିବା ପରେ ଛାଡ଼ି ଦେଇଛି କାରଣ ତାଙ୍କ ନିକଟରେ ଜବତ ଗଞ୍ଜେଇର ପରିମାଣ ଆଇନ ଅନୁସାରେ ସୀମା ଭିତରେ ଥିଲା। ପୋଲିସରୁ ମୁକୁଳିବା ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଅଭୟ ସିଂ କହିଛନ୍ତି, ମୋତେ ପୋଲିସ ଅଟକ ରଖିଥିବା ଖବର ମଧ୍ୟ ମିଛ। ମୋ ନିକଟରୁ କିଛି ଗଞ୍ଜେଇ ମିଳିବାରୁ ପୋଲିସ ମୋତେ ପଚରା ଉଚୁରା କରିବା ପରେ ତୁରନ୍ତ ଛାଡ଼ି ଦେଇଥିଲା।