ନିର୍ବାଚନରେ ବୁଥ ସ୍ତରୀୟ ଏଜେଣ୍ଟଙ୍କ ବଢିବ ଦାୟିତ୍ୱ, ନୂଆ ଟାସ୍କ ଦେଲେ ECI

ନୂଆଦିଲ୍ଲୀ ୧୭।୪: ରାଜନୈତିକ ଦଳଙ୍କ ସହିତ ସମ୍ପୃକ୍ତ ବୁଥ ସ୍ତରୀୟ ଏଜେଣ୍ଟ (ବିଏଲଏ)ଙ୍କ ଭୂମିକା ଏବେ ନିର୍ବାଚନ କାଳରେ କେବଳ ଆରୋପ ପ୍ରତ୍ୟାରୋପରେ ସୀମିତ ରହିବନି। ଆଗାମୀ ଦିନରେ ସେମାନଙ୍କୁ ନିରପେକ୍ଷ ନିର୍ବାଚନରେ ମଧ୍ୟ ସହାୟତା କରିବାକୁ ପଡିବ। ଭୋଟର ତାଲିକା ତିଆରିଠୁ ଆରମ୍ଭ କରି ଭୋଟ ଗ୍ରହଣ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କ ସହାୟତା ଲୋଡାଯିବ। ନିର୍ବାଚନରେ ବିଏଲଏଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନଜରରେ ରଖି ନିର୍ବାଚନ ଆୟୋଗ ପ୍ରଥମଥର ସେମାନଙ୍କ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସାରା ଦେଶରେ ଏକ ବଡ଼ ପ୍ରଶିକ୍ଷଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରାରମ୍ଭ ବିହାରରୁ  ହୋଇଛି, ଯେଉଁଠି ଚଳିତବର୍ଷ ଶେଷରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ତାମିଲନାଡୁ ଓ ପଶ୍ଚିମବଙ୍ଗରେ ମଧ୍ୟ ଆରମ୍ଭ ହେବ। ନିର୍ବାଚନ କାଳରେ ରାଜନୈତିକ ଦଳ ଭୋଟର ତାଲିକା, ଇଭିଏମ ଓ ଭୋଟ ଗଣନା ଆଦିରେ ଉଠାଉଥିବା ପ୍ରଶ୍ନକୁ ନଜରରେ ରଖି ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ଆୟୋଗଙ୍କ କହିବା କଥା ହେଉଛି ଯେଉଁ ଭୋଟର ଲିଷ୍ଟକୁ ନେଇ ନିର୍ବାଚନ କାଳରେ ଓ ପରେ ପ୍ରଶ୍ନ କରାଯାଉଛି ଭୋଟର ଲିଷ୍ଟ ତିଆରି ପରେ ଯଦି ତା ଉପରେ ଧ୍ୟାନ ଦିଆଯାଏ ତେବେ ଏପରି ତ୍ରୁଟି ହେବ ନାହିଁ। ଏହି କାରଣରୁ ନିର୍ବାଚନ ଆୟୋଗ ବିହାରର ୧୦ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳର ୨୮୦ ବୁଥ

ନିର୍ବାଚନରେ ବୁଥ ସ୍ତରୀୟ ଏଜେଣ୍ଟଙ୍କ ବଢିବ ଦାୟିତ୍ୱ, ନୂଆ ଟାସ୍କ ଦେଲେ ECI

ନୂଆଦିଲ୍ଲୀ ୧୭।୪: ରାଜନୈତିକ ଦଳଙ୍କ ସହିତ ସମ୍ପୃକ୍ତ ବୁଥ ସ୍ତରୀୟ ଏଜେଣ୍ଟ (ବିଏଲଏ)ଙ୍କ ଭୂମିକା ଏବେ ନିର୍ବାଚନ କାଳରେ କେବଳ ଆରୋପ ପ୍ରତ୍ୟାରୋପରେ ସୀମିତ ରହିବନି। ଆଗାମୀ ଦିନରେ ସେମାନଙ୍କୁ ନିରପେକ୍ଷ ନିର୍ବାଚନରେ ମଧ୍ୟ ସହାୟତା କରିବାକୁ ପଡିବ। ଭୋଟର ତାଲିକା ତିଆରିଠୁ ଆରମ୍ଭ କରି ଭୋଟ ଗ୍ରହଣ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କ ସହାୟତା ଲୋଡାଯିବ। ନିର୍ବାଚନରେ ବିଏଲଏଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନଜରରେ ରଖି ନିର୍ବାଚନ ଆୟୋଗ ପ୍ରଥମଥର ସେମାନଙ୍କ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। 

ଏଥିପାଇଁ ସାରା ଦେଶରେ ଏକ ବଡ଼ ପ୍ରଶିକ୍ଷଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରାରମ୍ଭ ବିହାରରୁ  ହୋଇଛି, ଯେଉଁଠି ଚଳିତବର୍ଷ ଶେଷରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ତାମିଲନାଡୁ ଓ ପଶ୍ଚିମବଙ୍ଗରେ ମଧ୍ୟ ଆରମ୍ଭ ହେବ। ନିର୍ବାଚନ କାଳରେ ରାଜନୈତିକ ଦଳ ଭୋଟର ତାଲିକା, ଇଭିଏମ ଓ ଭୋଟ ଗଣନା ଆଦିରେ ଉଠାଉଥିବା ପ୍ରଶ୍ନକୁ ନଜରରେ ରଖି ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ଆୟୋଗଙ୍କ କହିବା କଥା ହେଉଛି ଯେଉଁ ଭୋଟର ଲିଷ୍ଟକୁ ନେଇ ନିର୍ବାଚନ କାଳରେ ଓ ପରେ ପ୍ରଶ୍ନ କରାଯାଉଛି ଭୋଟର ଲିଷ୍ଟ ତିଆରି ପରେ ଯଦି ତା ଉପରେ ଧ୍ୟାନ ଦିଆଯାଏ ତେବେ ଏପରି ତ୍ରୁଟି ହେବ ନାହିଁ। 

ଏହି କାରଣରୁ ନିର୍ବାଚନ ଆୟୋଗ ବିହାରର ୧୦ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳର ୨୮୦ ବୁଥ ଲେବୁଲ ଏଜେଣ୍ଟଙ୍କୁ ଦୁଇ ଦିନିଆ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ନିର୍ବାଚନର ସବୁ ବିଷୟରେ ଅବଗତ କରାଇଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ପୂରା ଆୟୋଗ ଉପସ୍ଥିତ ଥିଲେ। ଆୟୋଗ ଏଜେଣ୍ଟଙ୍କ ବିଭିନ୍ନ ଆଶଙ୍କାର ଖୋଲାଖୋଲି ଉତ୍ତର ଦେଇଛନ୍ତି। ଏହି ପ୍ରଶିକ୍ଷଣରେ ଆୟୋଗ ବିଏଲଏଙ୍କୁ ନିର୍ବାଚନରେ ସେମାନଙ୍କ ଆଇନଗତ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଛନ୍ତି। 

ଏହା ସହିତ ତ୍ରୁଟି ବିହୀନ ଭୋଟର ଲିଷ୍ଟ ପ୍ରସ୍ତୁତି ନିମନ୍ତେ ଲୋକ ପ୍ରତିନିଧି ଆଇନର ଧାରା ୨୪(ଏ) ଓ ୨୪ (ବି)ରେ ପ୍ରଥମ ଓ ଦ୍ୱିତୀୟ ଅପିଲର ପ୍ରାବଧାନର ଉପଯୋଗ ମଧ୍ୟ ଶିଖାଇଛନ୍ତି। ଯାହା ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶ ପୂର୍ବରୁ ଏଥିରେ ଯଦି ସେମାନେ ସନ୍ତୁଷ୍ଟ ତେବେ ଏହାକୁ ବ୍ୟବହାର କରିପାରିବେ।