ନିର୍ବାଚନୀ ପ୍ରଚାର ଲାଗି ଗଞ୍ଜାମରେ ପାଣ୍ଡିଆନ୍, ବାଇକ୍ ରାଲି ସହ କଲେ ରୋଡ ସୋ
ଆସ୍କା ୦୭/୦୫: ଗଂଜାମ ଶେରଗଡରେ ପହଞ୍ଚିଲେ ଭି.କେ ପାଣ୍ଡିଆନ। ଶେରଗଡ଼ ନୂଆ ବସ ଷ୍ଟାଣ୍ଡ ନିକଟରେ ଥିବା ଅସ୍ଥାୟୀ ହେଲିପେଡ ଠାରେ ଓହ୍ଲାଇବା ପରେ ସେଠାରୁ ଏକ ବିଶାଳ ବାଇକ ରାଲିରେ ବାହାରି ଶେରଗଡ଼ ଚାରିଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ରୋଡ ସୋ କରୁଛନ୍ତି l ସୂଚନା ଥାଉକି, ରାଜ୍ୟରେ ଜାରି ରହିଛି ନିର୍ବାଚନ ପ୍ରକ୍ରିୟା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି ହେବିଓ୍ୱେଟ୍ ନେତା । ସୋମବାର ଭବାନୀପାଟଣାରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଓ ଭି.କେ ପାଣ୍ଡିଆନ୍ । ସେପଟେ ଆଜି ବି ନିର୍ବାଚନ ପ୍ରଚାରରେ ଯାଇଚନ୍ତି ପାଣ୍ଡିଆନ୍ । ବିଭିନ୍ନ ସ୍ଥାନରେ ରାଲି ସହ ରୋଡ ସୋ କରାଯାଇଛି । ଲୋକଙ୍କ ପାଖକୁ ଯାଇ ବିଜେଡି ପାଇଁ ମାଗିଛନ୍ତି ଭୋଟ ।
ଆସ୍କା ୦୭/୦୫: ଗଂଜାମ ଶେରଗଡରେ ପହଞ୍ଚିଲେ ଭି.କେ ପାଣ୍ଡିଆନ। ଶେରଗଡ଼ ନୂଆ ବସ ଷ୍ଟାଣ୍ଡ ନିକଟରେ ଥିବା ଅସ୍ଥାୟୀ ହେଲିପେଡ ଠାରେ ଓହ୍ଲାଇବା ପରେ ସେଠାରୁ ଏକ ବିଶାଳ ବାଇକ ରାଲିରେ ବାହାରି ଶେରଗଡ଼ ଚାରିଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ରୋଡ ସୋ କରୁଛନ୍ତି l
ସୂଚନା ଥାଉକି, ରାଜ୍ୟରେ ଜାରି ରହିଛି ନିର୍ବାଚନ ପ୍ରକ୍ରିୟା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି ହେବିଓ୍ୱେଟ୍ ନେତା । ସୋମବାର ଭବାନୀପାଟଣାରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଓ ଭି.କେ ପାଣ୍ଡିଆନ୍ ।
ସେପଟେ ଆଜି ବି ନିର୍ବାଚନ ପ୍ରଚାରରେ ଯାଇଚନ୍ତି ପାଣ୍ଡିଆନ୍ । ବିଭିନ୍ନ ସ୍ଥାନରେ ରାଲି ସହ ରୋଡ ସୋ କରାଯାଇଛି । ଲୋକଙ୍କ ପାଖକୁ ଯାଇ ବିଜେଡି ପାଇଁ ମାଗିଛନ୍ତି ଭୋଟ ।