ନିର୍ବାଚନୀ ବଣ୍ଡ୍ରୁ ବୁଲ୍ଡୋଜର ନ୍ୟାୟ ସବୁ ରଦ୍ଦ; ୨୦୨୪ରେ ସାମ୍ବିଧାନିକ ସିଦ୍ଧାନ୍ତକୁ ସୁପ୍ରିମକୋର୍ଟ ଜୋର୍
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍, ବୁଲଡୋଜର ନ୍ୟାୟ, ବିଲକିସ୍ ବାନୋ, ଶିଶୁ ପର୍ଣ୍ଣୋଗ୍ରାଫି ରଦ୍ଦଠୁ ନେଇ ଜେଲ୍ ରେ ଜାତିଗତ ଭେଦଭାବ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ୨୦୨୪ରେ ନ୍ୟାୟପାଳିକା ପାଇଁ ବଡ଼ ମାଇଲଖୁଣ୍ଟ ପାର୍ କରିଛି । ଦେଶରେ ନୀତିଗତ ଢାଞ୍ଚାକୁ ନୂଆ ରୂପ ଦେଇଛି ଅଦାଲତଙ୍କ ନିଷ୍ପତ୍ତି । ସାମ୍ବିଧାନିକ ସିଦ୍ଧାନ୍ତ ସହ ଲୋକଙ୍କ ଆଇନଗତ ଅଧିକାର ଉପରେ ଏହି ରାୟ ମାଧ୍ୟମରେ ଜୋର୍ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।... ନ୍ୟାୟପାଳିକାର ୧୦ ଐତିହାସିକ ନିର୍ଣ୍ଣୟ । ନୀତିଗତ ଢାଞ୍ଚାକୁ ଦେଲା ନୂଆ ରୂପ । ସ୍କ୍ରାପ ହୋଇଗଲା ନିର୍ବାଚନ ବଣ୍ଡ୍ ସ୍କିମ୍ । ବୁଲ୍ ଡୋଜର ନ୍ୟାୟ ବେଆଇନ ଘୋଷଣା । ଜେଲରେ ଜାତିଗତ ଭେଦଭାବ ଖାରଜ୍ । ବାଲ୍ ପର୍ଣ୍ଣୋଗ୍ରାଫି ପୋକ୍ସୋ ଅଧିନିୟମରେ ଅପରାଧ । ୨୦୨୪ ଭାରତୀୟ ନ୍ୟାୟପାଳିକା ପାଇଁ ଗୁରୁତ୍ବପୂର୍ଣ୍ଣ ବର୍ଷ ରହିଥିଲା । ଚଳିତ ବର୍ଷର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଦେଶରେ ଆଇନଗତ ଢାଞ୍ଚାକୁ ପୁନଃ ରୂପ ଦେଇଛି । ଏହା ସହିତ ଦେଶରେ ରାଜନୈତିକ, ସାମାଜିକ ଏବଂ ଆଇନଗତ ମୂଲ୍ୟବୋଧ ଉପରେ ଚିରସ୍ଥାୟୀ ପ୍ରଭାବର ଛାପ ଛାଡ଼ିଛି । ୨୦୨୪ରେ ସୁପ୍ରିମକୋର୍ଟଙ୍କ ୧୦ଟି ଐତିହାସିକ ନିଷ୍ପତ୍ତି ନେଇ ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ମଧ୍ୟରେ ଦୂରତ୍ବକୁ ଅକ୍ଷୂର୍ଣ୍ଣ ରଖିଛନ୍ତି । ଫେବ୍ରୁଆରୀ ୧୫ ତାରିଖରେ ନିର୍ବାଚନୀ ବଣ୍ଡ୍ କୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଅନୁଚ
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍, ବୁଲଡୋଜର ନ୍ୟାୟ, ବିଲକିସ୍ ବାନୋ, ଶିଶୁ ପର୍ଣ୍ଣୋଗ୍ରାଫି ରଦ୍ଦଠୁ ନେଇ ଜେଲ୍ ରେ ଜାତିଗତ ଭେଦଭାବ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ୨୦୨୪ରେ ନ୍ୟାୟପାଳିକା ପାଇଁ ବଡ଼ ମାଇଲଖୁଣ୍ଟ ପାର୍ କରିଛି । ଦେଶରେ ନୀତିଗତ ଢାଞ୍ଚାକୁ ନୂଆ ରୂପ ଦେଇଛି ଅଦାଲତଙ୍କ ନିଷ୍ପତ୍ତି । ସାମ୍ବିଧାନିକ ସିଦ୍ଧାନ୍ତ ସହ ଲୋକଙ୍କ ଆଇନଗତ ଅଧିକାର ଉପରେ ଏହି ରାୟ ମାଧ୍ୟମରେ ଜୋର୍ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।...
ନ୍ୟାୟପାଳିକାର ୧୦ ଐତିହାସିକ ନିର୍ଣ୍ଣୟ । ନୀତିଗତ ଢାଞ୍ଚାକୁ ଦେଲା ନୂଆ ରୂପ । ସ୍କ୍ରାପ ହୋଇଗଲା ନିର୍ବାଚନ ବଣ୍ଡ୍ ସ୍କିମ୍ । ବୁଲ୍ ଡୋଜର ନ୍ୟାୟ ବେଆଇନ ଘୋଷଣା । ଜେଲରେ ଜାତିଗତ ଭେଦଭାବ ଖାରଜ୍ । ବାଲ୍ ପର୍ଣ୍ଣୋଗ୍ରାଫି ପୋକ୍ସୋ ଅଧିନିୟମରେ ଅପରାଧ । ୨୦୨୪ ଭାରତୀୟ ନ୍ୟାୟପାଳିକା ପାଇଁ ଗୁରୁତ୍ବପୂର୍ଣ୍ଣ ବର୍ଷ ରହିଥିଲା । ଚଳିତ ବର୍ଷର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଦେଶରେ ଆଇନଗତ ଢାଞ୍ଚାକୁ ପୁନଃ ରୂପ ଦେଇଛି । ଏହା ସହିତ ଦେଶରେ ରାଜନୈତିକ, ସାମାଜିକ ଏବଂ ଆଇନଗତ ମୂଲ୍ୟବୋଧ ଉପରେ ଚିରସ୍ଥାୟୀ ପ୍ରଭାବର ଛାପ ଛାଡ଼ିଛି ।
୨୦୨୪ରେ ସୁପ୍ରିମକୋର୍ଟଙ୍କ ୧୦ଟି ଐତିହାସିକ ନିଷ୍ପତ୍ତି ନେଇ ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ମଧ୍ୟରେ ଦୂରତ୍ବକୁ ଅକ୍ଷୂର୍ଣ୍ଣ ରଖିଛନ୍ତି । ଫେବ୍ରୁଆରୀ ୧୫ ତାରିଖରେ ନିର୍ବାଚନୀ ବଣ୍ଡ୍ କୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଅନୁଚ୍ଛେଦ ୧୯ (୧)(କ)ରେ ସୂଚନାର ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଥିବାରୁ ନିର୍ବାଚନ ବଣ୍ଡ୍ ସ୍କିମକୁ ରଦ୍ଦ କରି ଦେଇଥିଲେ ଅଦାଲତ । ରାଜନୈତିକ ପାର୍ଟିମାନଙ୍କୁ ଅଜ୍ଞାତ ଦାନ ଗଣତନ୍ତ୍ରକୁ ଦୁର୍ବଳ କରୁଥିଲା ଏବଂ ସାଧାରଣ ଲୋକ ସ୍ବଚ୍ଛତାରୁ ବଞ୍ଚିତ ହେଉଥିଲେ ବୋଲି ପୂର୍ବତନ ପ୍ରଧାନ ବିଚାରପତଙ୍କ ନେତୃତ୍ବାଧୀନ ପାଞ୍ଚ ଜଣିଆ ଖଣ୍ଡପୀଠ କହିଥିଲେ ।