ନିର୍ବାଚନୀ ବର୍ଷରେ ଜମୁଛି ରାଜନୀତିର ରଙ୍ଗ, ନେତାଙ୍କ ଠାରୁ ଆଶାୟୀ ସମସ୍ତେ ବ୍ୟସ୍ତ

ଭଦ୍ରକ ୨୬।୦୩ :  ଆଉ ଦିନ କେଇଟା ପରେ ନିର୍ବାଚନ । ସବୁଠି ଚାଲିଛି ଅଙ୍କକସା । କେଉଁ ନେତା ପୁଣି ରିପିଟ ହେବେ ତ ପୁଣି କେଉଁଠି ବଦଳିପାରେ ଟିକେଟ । ଏମିତି ଘଡିସନ୍ଧି ମୁହୂର୍ତ୍ତ ରେ ରଙ୍ଗ ର ପର୍ବ ଟିକେ ନିଆରା ଲାଗୁଛି । ପ୍ରତ୍ୟେକ ବର୍ଷ ପରି ନେତା ତ ହୋଲି ଖେଳୁଛନ୍ତି । କିନ୍ତୁ ଆଶାୟୀ ମଧ୍ୟ ହୋଲି ଅବସର ରେ ଲୋକଙ୍କ ପାଖକୁ ଯିବା ସହ ସୁଯୋଗ ଛାଡିବା ପାଇଁ ଚାହୁଁନାହାନ୍ତି । ନିର୍ବାଚନ ବର୍ଷରେ ହୋଲି । ସବୁଠି ରଙ୍ଗ ଓ ଅଭିର ରେ ରଙ୍ଗୀନ ହୋଇଛନ୍ତି ସମସ୍ତେ । ଆଉ ଏଥର ହୋଲି ରେ ଲାଗିଛି ରାଜନୀତି ର ରଙ୍ଗ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସମସ୍ତେ ଏମିତି ସୁଯୋଗ କୁ ହାତ ଛଡା କରୁ ନାହାନ୍ତି । ନେତା ଏବେ ଛୁଟିଛନ୍ତି ଭୋଟର ଙ୍କ ପାଖକୁ । ମେଳଣ ହେଉ କି ଦୋଳ ଯାତ୍ରା , ସବୁଠି ଏବେ ନେତା ଙ୍କ ଭିଡ଼ । ଆଉ ହୋଲିରେ ରଙ୍ଗ ଖେଳ ସହ ଭୋଟର ଙ୍କ ନିକଟତର ହେବାକୁ ଏହି ସମୟ ଖୁବ ଯେମିତି ମାହୋଲକୁ ରଙ୍ଗୀନ କରିଛି। ଏଥର ହୋଲି କିନ୍ତୁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଆଶାର ସଞ୍ଚାର ହୋଇଛି । ଏମିତି ସୁଯୋଗକୁ ହାତଛଡା କରୁନାହାନ୍ତି ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥି । ହୋଲି ଯେମିତି ଭୋଟର ଓ ସାଧାରଣ ଲୋକ ଙ୍କ  ନିକଟରେ ପହଞ୍ଚିବାର ସୁଯୋଗ ଦେଇଛି ହୋଲି । କିନ୍ତୁ ଆଶାୟୀ ମାନେ ସେ କଥା ସ୍ଵୀକାର କରୁ ନାହାନ୍ତି ସତ, କିନ୍ତୁ ଏହି ହୋଲିର ମାହୋଲ କହୁଛି ଯେ ସେମାନେ କେମିତି ସୁଯୋଗକୁ ଛାଡିବା ପାଇଁ ଚାହୁଁନାହନ୍ତି

ନିର୍ବାଚନୀ ବର୍ଷରେ ଜମୁଛି ରାଜନୀତିର ରଙ୍ଗ, ନେତାଙ୍କ ଠାରୁ ଆଶାୟୀ ସମସ୍ତେ ବ୍ୟସ୍ତ

ଭଦ୍ରକ ୨୬।୦୩ :  ଆଉ ଦିନ କେଇଟା ପରେ ନିର୍ବାଚନ । ସବୁଠି ଚାଲିଛି ଅଙ୍କକସା । କେଉଁ ନେତା ପୁଣି ରିପିଟ ହେବେ ତ ପୁଣି କେଉଁଠି ବଦଳିପାରେ ଟିକେଟ । ଏମିତି ଘଡିସନ୍ଧି ମୁହୂର୍ତ୍ତ ରେ ରଙ୍ଗ ର ପର୍ବ ଟିକେ ନିଆରା ଲାଗୁଛି । ପ୍ରତ୍ୟେକ ବର୍ଷ ପରି ନେତା ତ ହୋଲି ଖେଳୁଛନ୍ତି । କିନ୍ତୁ ଆଶାୟୀ ମଧ୍ୟ ହୋଲି ଅବସର ରେ ଲୋକଙ୍କ ପାଖକୁ ଯିବା ସହ ସୁଯୋଗ ଛାଡିବା ପାଇଁ ଚାହୁଁନାହାନ୍ତି । 

ନିର୍ବାଚନ ବର୍ଷରେ ହୋଲି । ସବୁଠି ରଙ୍ଗ ଓ ଅଭିର ରେ ରଙ୍ଗୀନ ହୋଇଛନ୍ତି ସମସ୍ତେ । ଆଉ ଏଥର ହୋଲି ରେ ଲାଗିଛି ରାଜନୀତି ର ରଙ୍ଗ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସମସ୍ତେ ଏମିତି ସୁଯୋଗ କୁ ହାତ ଛଡା କରୁ ନାହାନ୍ତି । ନେତା ଏବେ ଛୁଟିଛନ୍ତି ଭୋଟର ଙ୍କ ପାଖକୁ । ମେଳଣ ହେଉ କି ଦୋଳ ଯାତ୍ରା , ସବୁଠି ଏବେ ନେତା ଙ୍କ ଭିଡ଼ । ଆଉ ହୋଲିରେ ରଙ୍ଗ ଖେଳ ସହ ଭୋଟର ଙ୍କ ନିକଟତର ହେବାକୁ ଏହି ସମୟ ଖୁବ ଯେମିତି ମାହୋଲକୁ ରଙ୍ଗୀନ କରିଛି। 

ଏଥର ହୋଲି କିନ୍ତୁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଆଶାର ସଞ୍ଚାର ହୋଇଛି । ଏମିତି ସୁଯୋଗକୁ ହାତଛଡା କରୁନାହାନ୍ତି ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥି । ହୋଲି ଯେମିତି ଭୋଟର ଓ ସାଧାରଣ ଲୋକ ଙ୍କ  ନିକଟରେ ପହଞ୍ଚିବାର ସୁଯୋଗ ଦେଇଛି ହୋଲି । କିନ୍ତୁ ଆଶାୟୀ ମାନେ ସେ କଥା ସ୍ଵୀକାର କରୁ ନାହାନ୍ତି ସତ, କିନ୍ତୁ ଏହି ହୋଲିର ମାହୋଲ କହୁଛି ଯେ ସେମାନେ କେମିତି ସୁଯୋଗକୁ ଛାଡିବା ପାଇଁ ଚାହୁଁନାହନ୍ତି । ହୋଲିର ରଙ୍ଗ ସମସ୍ତଙ୍କ ଜୀବନରେ ନୂଆ ଉତ୍ସାହ ଆଣୁ । ରାଜନେତା ହୁଅନ୍ତୁ କି ଆଶାୟୀ ସମସ୍ତଙ୍କ ପାଇଁ ରଙ୍ଗର ଖେଳ ଆନନ୍ଦ ଦାୟକ ହେଉ ।