ନିର୍ମଳଝର ରାସ୍ତାରେ ଅବକାରୀ ବିଭାଗର ଚଢ଼ାଉ; ୪୫୦ ଲିଟର ଦେଶୀମଦ ସହ କାର ଜବତ, ଜଣେ ଗିରଫ

ଖଲ୍ଲିକୋଟ,୧୯।୩( ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ରାସ୍ତାରେ ଅବକାରୀ ବିଭାଗ ଚଢ଼ାଉ କରି ୪୫୦ ଲିଟର ଦେଶୀମଦ ସହ ଗୋଟିଏ କାରକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାରେ ଚୋରା ଦେଶୀମଦ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି, ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଅଧିକାରୀଣି ତେଜସୀନି ପ୍ରଧାନ ନିର୍ମଳଝର ରାସ୍ତାରେ […] The post ନିର୍ମଳଝର ରାସ୍ତାରେ ଅବକାରୀ ବିଭାଗର ଚଢ଼ାଉ; ୪୫୦ ଲିଟର ଦେଶୀମଦ ସହ କାର ଜବତ, ଜଣେ ଗିରଫ appeared first on Dharitri Odia News.

ନିର୍ମଳଝର ରାସ୍ତାରେ ଅବକାରୀ ବିଭାଗର ଚଢ଼ାଉ; ୪୫୦ ଲିଟର ଦେଶୀମଦ ସହ କାର ଜବତ, ଜଣେ ଗିରଫ

ଖଲ୍ଲିକୋଟ,୧୯।୩( ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ରାସ୍ତାରେ ଅବକାରୀ ବିଭାଗ ଚଢ଼ାଉ କରି ୪୫୦ ଲିଟର ଦେଶୀମଦ ସହ ଗୋଟିଏ କାରକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାରେ ଚୋରା ଦେଶୀମଦ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି, ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଅଧିକାରୀଣି ତେଜସୀନି ପ୍ରଧାନ ନିର୍ମଳଝର ରାସ୍ତାରେ ଚଢ଼ାଉ କରି ୪୫୦ ଲିଟର ଦେଶୀମଦ ସହ କାରକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ଖଲ୍ଲିକୋଟ ଥାନା ଅଞ୍ଚଳର ରାଜା ପାହାନ ବୋଲି ଜଣା ପଡିଛି । ଏହି ଚଢ଼ାଉରେ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଏ ଏସ ଆଇ ଇପିଲି ଲକ୍ଷ୍ମଣ ରାଓ କନେଷ୍ଟବଳ ଏସ ପର୍ଶୁରାମ ରେଡ୍ଡୀ, କାହ୍ନୁ ଚରଣ ନାହାକ, ମନୋଜ କୁମାର ଲେଙ୍କା, ଟୁଟୁ ସାମଲ ଓ ଅଞ୍ଜନ କୁମାର ଦାସ ପ୍ରମୁଖ ସାମିଲ ଥିଲେ । ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଗିରଫ ରାଜା ସଂଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି ସୂଚନା ପ୍ରଦାନ କରିଛନ୍ତି ।

The post ନିର୍ମଳଝର ରାସ୍ତାରେ ଅବକାରୀ ବିଭାଗର ଚଢ଼ାଉ; ୪୫୦ ଲିଟର ଦେଶୀମଦ ସହ କାର ଜବତ, ଜଣେ ଗିରଫ appeared first on Dharitri Odia News.