ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟା ହେଉଛି ନିର୍ମାଣ ଶ୍ରମିକ। ଏଣୁ ସରକାର ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଯୋଜନା ଓ କଲ୍ୟାଣ ପାଣ୍ଠି ବ୍ୟବସ୍ଥା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ବେଳେ ସରକାରଙ୍କ ୧୦୦ ଦିନ ପାଳନ ଅବସରରେ କେନ୍ଦୁଝରରେ ଏଭଳି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଚେକ୍ ପ୍ରଦାନ କରାଯାଇଥିଲେ ହେଁ […] The post ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ appeared first on Dharitri Odia News.

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟା ହେଉଛି ନିର୍ମାଣ ଶ୍ରମିକ। ଏଣୁ ସରକାର ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଯୋଜନା ଓ କଲ୍ୟାଣ ପାଣ୍ଠି ବ୍ୟବସ୍ଥା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ବେଳେ ସରକାରଙ୍କ ୧୦୦ ଦିନ ପାଳନ ଅବସରରେ କେନ୍ଦୁଝରରେ ଏଭଳି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଚେକ୍ ପ୍ରଦାନ କରାଯାଇଥିଲେ ହେଁ ସେମାନଙ୍କୁ ଅଦ୍ୟାବଧି ସହାୟତା ରାଶି ମିଳି ପାରି ନ ଥିବାରୁ ବହୁ ଅସୁବିଧାରେ ରହୁଛନ୍ତି।

ଧାର କରଜ କରି ଶୁଦ୍ଧି କାର୍ଯ୍ୟ କରିଥିବା ପାରିବାର ମାନେ ଅଦ୍ୟାବଧି ମୃତ୍ୟୁ କାଳୀନ ସହାୟତା ରାଶି ପାଇ ପାରି ନାହାଁନ୍ତି। ଫଳରେ ଅସନ୍ତୋଷ ବଢୁଛି। ଏଭଳି ବାଂଶପାଳ ବ୍ଲକ ଦ୍ୱାରଶୁଣି ଗ୍ରାମର ବୁଧୂରାମ ମାଝୀ ୨୦୨୦ ମସିହାରୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ଅର୍ଥ ଆବେଦନ କରି ଥିଲେ ହେଁ ପାଇ ପାରିନାହାଁନ୍ତି। ସେ ୩/୧୧/୨୦୧୬ ରେ ମୃତ୍ୟୁ ବରଣ କରିଥିଲେ। ସେହିପରି ସଦର ବ୍ଲକ ପୁଟୁଳିଆ, ପଦ୍ମପୁର, ଗ୍ରାମର କୁଲୁ ଦାସ, ତେଲକୋଇ ବ୍ଲକ କନ୍ତଲେଇ ଗ୍ରାମର ଅନନ୍ତ କୁମାର ପାତ୍ର, ଝୁମ୍ପୁରା ବ୍ଲକର କେନ୍ଦୁଆ ଗ୍ରାମର ବାବୁରାମ ମୁଣ୍ଡା ସମେତ ସହାୟତା ପାଇ ପାରି ନ ଥିବା ଅଭିଯୋଗ ହେଉଛି। ଅନନ୍ତଙ୍କ ନାବାଳକ ପୁଅ ନୋମିନି ଥିବା ହେତୁ ଶ୍ରମ କାର୍ଯ୍ୟାଳୟ ତାର ସହାୟତାକୁ ପ୍ରଦାନ କରିବାକୁ ପ୍ରସ୍ତୁତ ନୁହଁନ୍ତି। ତାକୁ କୁହା ଯାଉଛି କି ତୋ ପୁଅକୁ ୧୮ ବର୍ଷ ହେଲେ ତୁ ସହାୟତା ପାଇବୁ, ଯାହାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି। କେବଳ ମୃତ୍ୟୁ କାଳୀନ ସହାୟତା ନୁହଁ ବିବାହ ସହାୟତାରେ ମଧ୍ୟ ରେ ସମାନ ପ୍ରକାର ବୈମାତୃକ ମନୋଭାବ ଶ୍ରମ ବିଭାଗ ପୋଷଣ କରୁଥିବା ଅଭିଯୋଗ ହେଉଛି।

ସେହିପରି କେତେକ ଶ୍ରମିକ ବିବାହ ସହାୟତା ଦୀର୍ଘ ବର୍ଷରୁ ଆବେଦନ କରିଥିଲେ ମଧ୍ୟ ଚାତକ ସଦୃଶ ଅପେକ୍ଷା କରିରହିଛନ୍ତି । ସେମାନେ ହେଲେ ତେଲକୋଇ ବ୍ଲକର ବିଂଞ୍ଝବାହାଳ ଗ୍ରାମର ଦାମୋଦର ଯେନା, (ସେ ୯.୧୨.୨୦୨୩ ରେ ଆବେଦନ କରିଛନ୍ତି), ଉକ୍ତ ଗ୍ରାମର ସୁକାନ୍ତି ନାୟକ ( ଆବେଦନର ତାରିଖ ୨୭.୦୫.୨୦୨୩), ପାଟଣା ବ୍ଲକ ର ଖଜୁରିପୋଷି ଗ୍ରାମର କନକ ମହାନ୍ତ (ଆବେଦନର ବର୍ଷ ୨୦୨୧), କେନ୍ଦୁଆ ଗ୍ରାମର ଭାମା ମହାନ୍ତ, (ଆବେଦନର ବର୍ଷ ୨୦୨୧), ଚମ୍ପୁଆ ବ୍ଲକର ରାଣିପୁର ଗ୍ରାମର ଦୁଃଖିନୀ ନାୟକ(ଆବେଦନର ବର୍ଷ ୨୦୨୧), ପାଟଣା ବ୍ଲକର ବଡ଼ଗମ୍ଭାରିଆ ଗ୍ରାମର ରାଇମାନି ମୁଣ୍ଡା (ଆବେଦନର ବର୍ଷ ୨୦୨୧, ଉକ୍ତ ବ୍ଲକର ରାଧିକା ପାତ୍ର ( ଆବେଦନର ବର୍ଷ ୨୦୨୧)।

ଏହି ନିର୍ମାଣ ଶ୍ରମିକ ଯେଉଁମାନେ କି ନିଜର ମୂଲ୍ୟବାନ ସମୟ ଦେଇ ବାରମ୍ବାର ଶ୍ରମକର୍ୟ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାସହ ନିଜର ଅଧିକାରରୁ ବଞ୍ଚିତ ହଉଛନ୍ତି। ତେବେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ଦଉଡି ଖର୍ଚ୍ଚାନ୍ତ ନ ହବାକୁ ସରକାର ୦୧.୦୫.୨୦୧୭ ରିଖ ଠାରୁ ସମ୍ପୂର୍ଣ ପ୍ରକ୍ରିୟାକୁ ଅନଲାଇନ୍ କରିଛନ୍ତି । ଏହା ସତ୍ତ୍ଵେ ଶ୍ରମିକ ଓ ସେମାନଙ୍କ ପରିବାର ବାରମ୍ବାର ଶ୍ରମ କାର୍ୟ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲାପରେ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଲୋଡୁଛନ୍ତି। ଏହା ସତ୍ତ୍ଵେ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ସବୁ ପରେ ବି ଶ୍ରମିକ ର ହାତ ଖାଲି ରହିବା ଶ୍ରମିକ ମହଲରେ କ୍ଷୋଭ ପ୍ରକାଶ ପାଉଛି ବୋଲି କଂଗ୍ରେସ ର ବରିଷ୍ଠ ନେତା ଇଂ ବିନୋଦ ନାୟକ କହିଛନ୍ତି। ଯଦି ଉପରୋକ୍ତ ଘଟଣାକୁ ଗୁରୁତର ସହ ବିଚାରକୁ ନ ନିଆ ଯାଏ ତେବେ ଆଗାମୀ ଦିନରେ ଶ୍ରମିକ ମନରେ କୁହୁଳୁଥିବା ଅସେନ୍ତାଷ ଗଣ ଆନ୍ଦୋଳନ ର ରୂପ ନେବ ବୋଲି ଶ୍ରମିକ ସଂଗଠନ ମାନେ କହିଛନ୍ତି। ଏ ନେଇ ଜିଲା ଶ୍ରମ ଅଧିକାରୀ କହିଛନ୍ତି ଯେ ଶ୍ରମିକ ମାନଙ୍କ ସମସ୍ୟାକୁ ଗୁରୁତ୍ଵ ଦିଆଯାଉଛି। ସେମାନେ କିଭଳି ତାଙ୍କର ପ୍ରାପ୍ୟ ପାଇବେ ସେ ନେଇ ପଦକ୍ଷେପ ନିଆଯାଉଛି।

The post ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ appeared first on Dharitri Odia News.