ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ପେନସନ କଲେ ବୃଦ୍ଧି
ଭୁବନେଶ୍ୱର : ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ନିର୍ମାଣ ଶ୍ରମିକଙ୍କ ପେନସନ ବୃଦ୍ଧି କଲେ ରାଜ୍ୟ ସରକାର। ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପେନ୍ ସନ ରାଶିରେ ବୃଦ୍ଧି କରାଯାଇଛି। ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନସନ ଯୋଜନାରେ ଉପକୃତ ହେଉଛନ୍ତି। ୬୦ ବର୍ଷରୁ ଅଧିକ ବୟସର ନିର୍ମାଣ ଶ୍ରମିକ ଏଣିକି ୫ଶହ ଟଙ୍କା ପରିବର୍ତ୍ତେ ଏକହଜାର ଟଙ୍କା ପାଇବେ। ୮୦ ବର୍ଷରୁ […] The post ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ପେନସନ କଲେ ବୃଦ୍ଧି appeared first on KNews Odisha.

ଭୁବନେଶ୍ୱର : ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ନିର୍ମାଣ ଶ୍ରମିକଙ୍କ ପେନସନ ବୃଦ୍ଧି କଲେ ରାଜ୍ୟ ସରକାର। ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପେନ୍ ସନ ରାଶିରେ ବୃଦ୍ଧି କରାଯାଇଛି। ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନସନ ଯୋଜନାରେ ଉପକୃତ ହେଉଛନ୍ତି।
୬୦ ବର୍ଷରୁ ଅଧିକ ବୟସର ନିର୍ମାଣ ଶ୍ରମିକ ଏଣିକି ୫ଶହ ଟଙ୍କା ପରିବର୍ତ୍ତେ ଏକହଜାର ଟଙ୍କା ପାଇବେ। ୮୦ ବର୍ଷରୁ ଅଧିକ ହୋଇଥିଲେ ୭୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୨୦୦ ଟଙ୍କା। ଏହି ନୂଆ ପେନ୍ ସନ ୨୦୨୪ ଫେବୃଆରୀ ମାସରୁ ପିଚ୍ଛିଲା ଭାବେ ଲାଗୁ ହେବ। ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡିଶା କୋଠାବଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବ।
The post ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ପେନସନ କଲେ ବୃଦ୍ଧି appeared first on KNews Odisha.