ନିର୍ମାଣାଧୀନ ଘର ଛାତର ସେଣ୍ଟ୍ରିଂ ବାହାର କରିବାବେଳେ ଅଘଟଣ, ୨ ମୃତ
ଆସ୍କା: ଗଞ୍ଜାମ ଜିଲ୍ଲା ଆସିକା ଥାନା କର୍ପୁର ନୂଆଗାଁ ଗ୍ରାମରେ ଅଘଟଣ l ଛାତ ସ୍ଲାବରୁ ସେଣ୍ଟ୍ରିଂ ବାହାର କରିବା ସମୟରେ ଲୁହା ରଡ୍ ମାଟି ପଡ଼ି ଦୁଇ ଶ୍ରମିକଙ୍କ ମୃତ l ମୃତ ଦୁଇ ଶ୍ରମିକ ହେଲେ ଭେଟନଈ ଗ୍ରାମର ନିରଞ୍ଜନ ମହାନ୍ତି ଓ ବାଲିମାଳା ଗ୍ରାମର ଖାଦାଳ ସେଠୀ। ଉଭୟ କର୍ପୁର ନୂଆଗାଁରେ ଗୋଟିଏ ନିର୍ମାଣାଧୀନ ଘରୁ ଛାତର ସେଣ୍ଟ୍ରିଙ୍ଗ ବାହାର କରିବା ସମୟରେ ସେମାନଙ୍କ ଉପରେ ଲୁହାରଡ, ମାଟି ଓ ଅନ୍ୟାନ୍ୟ ଜିନିଷ ଉପରେ ପଡ଼ିଯାଇଥିଲା l ଫଳରେ ଉଭୟ ଗୁରୁତର ହୋଇଥିଲେ। ଅବଶ୍ୟ ସ୍ଥାନୀୟ ଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଆସ୍କା: ଗଞ୍ଜାମ ଜିଲ୍ଲା ଆସିକା ଥାନା କର୍ପୁର ନୂଆଗାଁ ଗ୍ରାମରେ ଅଘଟଣ l ଛାତ ସ୍ଲାବରୁ ସେଣ୍ଟ୍ରିଂ ବାହାର କରିବା ସମୟରେ ଲୁହା ରଡ୍ ମାଟି ପଡ଼ି ଦୁଇ ଶ୍ରମିକଙ୍କ ମୃତ l ମୃତ ଦୁଇ ଶ୍ରମିକ ହେଲେ ଭେଟନଈ ଗ୍ରାମର ନିରଞ୍ଜନ ମହାନ୍ତି ଓ ବାଲିମାଳା ଗ୍ରାମର ଖାଦାଳ ସେଠୀ।
ଉଭୟ କର୍ପୁର ନୂଆଗାଁରେ ଗୋଟିଏ ନିର୍ମାଣାଧୀନ ଘରୁ ଛାତର ସେଣ୍ଟ୍ରିଙ୍ଗ ବାହାର କରିବା ସମୟରେ ସେମାନଙ୍କ ଉପରେ ଲୁହାରଡ, ମାଟି ଓ ଅନ୍ୟାନ୍ୟ ଜିନିଷ ଉପରେ ପଡ଼ିଯାଇଥିଲା l ଫଳରେ ଉଭୟ ଗୁରୁତର ହୋଇଥିଲେ। ଅବଶ୍ୟ ସ୍ଥାନୀୟ ଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।