ନିଲାମ ଡାକିଲା ଆର୍ସିବି, ଦିଲ୍ଲୀ ଓହରିବା ପରେ ପନ୍ତଙ୍କୁ କିଣିଲା ଏହି ଟିମ୍
ଦୁବାଇ,୨୪।୧୧: ଆଇପିଏଲ୍ ୨୦୨୫ ନିଲାମରେ ଋଷଭ ପନ୍ତଙ୍କ କ୍ରେଜ୍। ଜୋରଦାର ନିଲାମ ଡାକରା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି। ଏଭଳି ସେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। କିଛି ସମୟ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଶ୍ରେୟସ ଆୟାରଙ୍କୁ ୨୬.୭୫ ଟଙ୍କାରେ କିଣିଥିଲା। ଏବେ ପନ୍ତ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। ପନ୍ତଙ୍କ ପାଇଁ ଆର୍ସିବି ନିଲାମ ଡାକିବା ଆରମ୍ଭ କରିଥିଲା। ଲକ୍ଷ୍ନୌ ଏଥିରେ ଏଣ୍ଟ୍ରି କରିଥିଲା। ପରେ ସନରାଇଜର୍ସ […] The post ନିଲାମ ଡାକିଲା ଆର୍ସିବି, ଦିଲ୍ଲୀ ଓହରିବା ପରେ ପନ୍ତଙ୍କୁ କିଣିଲା ଏହି ଟିମ୍ appeared first on Dharitri Odia News.
ଦୁବାଇ,୨୪।୧୧: ଆଇପିଏଲ୍ ୨୦୨୫ ନିଲାମରେ ଋଷଭ ପନ୍ତଙ୍କ କ୍ରେଜ୍। ଜୋରଦାର ନିଲାମ ଡାକରା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି। ଏଭଳି ସେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। କିଛି ସମୟ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଶ୍ରେୟସ ଆୟାରଙ୍କୁ ୨୬.୭୫ ଟଙ୍କାରେ କିଣିଥିଲା। ଏବେ ପନ୍ତ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି।
ପନ୍ତଙ୍କ ପାଇଁ ଆର୍ସିବି ନିଲାମ ଡାକିବା ଆରମ୍ଭ କରିଥିଲା। ଲକ୍ଷ୍ନୌ ଏଥିରେ ଏଣ୍ଟ୍ରି କରିଥିଲା। ପରେ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହୋଇଥିଲା। ହାଇଦ୍ରାବାଦ ରେସରୁ ବାଦ୍ ପଡ଼ିବା ପରେ ୨୦.୭୫ କୋଟି ଟଙ୍କା ଲକ୍ଷ୍ନୌ ଲଗାଇଥିଲା। ହେଲେ ଦିଲ୍ଲୀ RTM ଆପ୍ଲାଏ କରିଥିଲା। ପରେ ଲକ୍ଷ୍ନୌ ୨୭ କୋଟି ଦାମ୍ ଲଗାଇବା ପରେ ଦିଲ୍ଲୀ ହାର ମାନିଥିଲା।
କହିରଖୁଛୁ, ସୁସ୍ଥ ହୋଇ ଫେରିବା ପରଠାରୁ ପନ୍ତ ଲଗାତାର ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ଏଣୁ ତାଙ୍କୁ ଦଳରେ ନେବା ଲାଗି ବଡ଼ ମୂଲ୍ୟ ମିଳିପାରେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ଏବେ ତାହା ସତ ହୋଇଛି।
The post ନିଲାମ ଡାକିଲା ଆର୍ସିବି, ଦିଲ୍ଲୀ ଓହରିବା ପରେ ପନ୍ତଙ୍କୁ କିଣିଲା ଏହି ଟିମ୍ appeared first on Dharitri Odia News.