ନିଲାମ ହେଲା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ପୈତୃକ ସମ୍ପତ୍ତି, ୪ କୋଟି ହେଲା ୧୫ ହଜାରର ଜମି
ମୁମ୍ବାଇ: ନିଲାମ ହେଲା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ପୈତୃକ ସମ୍ପତ୍ତି। ଶୁକ୍ରବାର ଦାଉଦର ଦେଶରେ ଥିବା ୪ ସମ୍ପତ୍ତିର ନିଲାମ ହୋଇଛି। ଏହି ଚାରି ସମ୍ପତ୍ତିର ସର୍ବନିମ୍ନ ସଂରକ୍ଷଣ ମୂଲ୍ୟ ୧୯ ଲକ୍ଷ ଟଙ୍କା ରଖାଯାଇଥିଲା । ସମ୍ପତ୍ତି ମଧ୍ୟରୁ ଗୋଟିଏ ଜମିର ସର୍ବନିମ୍ନ ସଂରକ୍ଷଣ ମୂଲ୍ୟ ୧୫ ହଜାର ୪୪୦ ଟଙ୍କା ରଖାଯାଇଥିବା ବେଳେ ଯାହାକୁ ୨ କୋଟି ଟଙ୍କାରେ ନିଲାମ କରାଯାଇଛି । ଆଉ ଏହି ଜମି ୪ ସମ୍ପତ୍ତି ମଧ୍ୟରେ ସବୁଠାରୁ ଛୋଟ। ସ୍ମଗଲର୍ସ ଆଣ୍ଡ୍ ଫରେନ୍ ଏକ୍ସଚେଞ୍ଜ ମାନ୍ୟୁ ପୁଲେଟ ଅର୍ଥରିଟି ସମ୍ପତ୍ତି ନିଲାମ କରିଛନ୍ତି । କର୍ତ୍ତୃପକ୍ଷଙ୍କ ଅନୁସାରେ, ୨ କୋଟିରେ ନିଲାମ ହୋଇଥିବା ଜମି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲା ମୁମ୍ବକେ ଗାଁରେ ରହିଛି। ସେହିଭଳି ଅନ୍ୟ ଏକ ସମ୍ପତ୍ତି ନିଲାମ ପାଇଁସର୍ବନିମ୍ନ ସଂରକ୍ଷଣ ମୂଲ୍ୟ ୧.୫୬ ଲକ୍ଷ ଟଙ୍କା ରଖାଯାଇଥିବାବେଳେ ୩.୨୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ନିଲାମ ହେବାକୁ ଥିବା ୪ଟି ଯାକ ସମ୍ପତ୍ତିର ସର୍ବନିମ୍ନ ସଂରକ୍ଷଣ ମୂଲ୍ୟ ୧୯.୨ ଲକ୍ଷ ଟଙ୍କା ରଖାଯାଇଥିଲା। ଏସବୁ ସମ୍ପତ୍ତି ଦାଉଦର ମାଆଙ୍କ ନାଁରେ ଥିଲା । ଆହୁରି ପଢ଼ନ୍ତୁ: ଦାଉଦ୍ ଇବ୍ରାହିମ୍କୁ ବିଷ ! କରାଚୀ ମେଡିକାଲରେ ଭର୍ତ୍ତି ଅଣ୍ଡରୱାର୍ଲ୍ଡ ଡନ୍ ଏନଡିପିଏସ୍ ଆକ୍ଟରେ ସମସ୍ତ ସମ୍ପତ୍ତି ଜବତ କରାଯାଇଥିଲା । ଏହା ପୂର୍ବରୁ ୨୦୧୭ ଓ ୨୦୨୦ରେ ଦାଉଦ ଇବ୍ରାହିମର ଏହି ୧୭ ସମ୍ପତ୍ତିକୁ ନିଲାମ କରାଯା
ମୁମ୍ବାଇ: ନିଲାମ ହେଲା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ପୈତୃକ ସମ୍ପତ୍ତି। ଶୁକ୍ରବାର ଦାଉଦର ଦେଶରେ ଥିବା ୪ ସମ୍ପତ୍ତିର ନିଲାମ ହୋଇଛି। ଏହି ଚାରି ସମ୍ପତ୍ତିର ସର୍ବନିମ୍ନ ସଂରକ୍ଷଣ ମୂଲ୍ୟ ୧୯ ଲକ୍ଷ ଟଙ୍କା ରଖାଯାଇଥିଲା । ସମ୍ପତ୍ତି ମଧ୍ୟରୁ ଗୋଟିଏ ଜମିର ସର୍ବନିମ୍ନ ସଂରକ୍ଷଣ ମୂଲ୍ୟ ୧୫ ହଜାର ୪୪୦ ଟଙ୍କା ରଖାଯାଇଥିବା ବେଳେ ଯାହାକୁ ୨ କୋଟି ଟଙ୍କାରେ ନିଲାମ କରାଯାଇଛି । ଆଉ ଏହି ଜମି ୪ ସମ୍ପତ୍ତି ମଧ୍ୟରେ ସବୁଠାରୁ ଛୋଟ।
ସ୍ମଗଲର୍ସ ଆଣ୍ଡ୍ ଫରେନ୍ ଏକ୍ସଚେଞ୍ଜ ମାନ୍ୟୁ ପୁଲେଟ ଅର୍ଥରିଟି ସମ୍ପତ୍ତି ନିଲାମ କରିଛନ୍ତି । କର୍ତ୍ତୃପକ୍ଷଙ୍କ ଅନୁସାରେ, ୨ କୋଟିରେ ନିଲାମ ହୋଇଥିବା ଜମି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲା ମୁମ୍ବକେ ଗାଁରେ ରହିଛି। ସେହିଭଳି ଅନ୍ୟ ଏକ ସମ୍ପତ୍ତି ନିଲାମ ପାଇଁସର୍ବନିମ୍ନ ସଂରକ୍ଷଣ ମୂଲ୍ୟ ୧.୫୬ ଲକ୍ଷ ଟଙ୍କା ରଖାଯାଇଥିବାବେଳେ ୩.୨୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ନିଲାମ ହେବାକୁ ଥିବା ୪ଟି ଯାକ ସମ୍ପତ୍ତିର ସର୍ବନିମ୍ନ ସଂରକ୍ଷଣ ମୂଲ୍ୟ ୧୯.୨ ଲକ୍ଷ ଟଙ୍କା ରଖାଯାଇଥିଲା। ଏସବୁ ସମ୍ପତ୍ତି ଦାଉଦର ମାଆଙ୍କ ନାଁରେ ଥିଲା ।
ଆହୁରି ପଢ଼ନ୍ତୁ: ଦାଉଦ୍ ଇବ୍ରାହିମ୍କୁ ବିଷ ! କରାଚୀ ମେଡିକାଲରେ ଭର୍ତ୍ତି ଅଣ୍ଡରୱାର୍ଲ୍ଡ ଡନ୍
ଏନଡିପିଏସ୍ ଆକ୍ଟରେ ସମସ୍ତ ସମ୍ପତ୍ତି ଜବତ କରାଯାଇଥିଲା । ଏହା ପୂର୍ବରୁ ୨୦୧୭ ଓ ୨୦୨୦ରେ ଦାଉଦ ଇବ୍ରାହିମର ଏହି ୧୭ ସମ୍ପତ୍ତିକୁ ନିଲାମ କରାଯାଇଥିଲା । ୨୦୧୭ରେ ଦାଉଦ ଓ ତା ପରିବାର ମାଲିକାନାରେ ଥିବା ହୋଟେଲ ରୌନକ ଆଫ୍ରଜ, ଶବନମ ଗେଷ୍ଟ ହାଉସ୍ ସହ ଡମରୱାଲା ବିଲ୍ଡିଂ ନିକଟରେ ଥିବା ୬ଟି ଘରକୁ ୧୧ କୋଟି ଟଙ୍କାରେ ନିଲାମ ଡକା ଯାଇଥିଲା । ୨୦୨୦ରେ ଦାଉଦର ଅନ୍ୟ ୬ଟି ସମ୍ପତ୍ତିକୁ ୨୨.୭୯ ଲକ୍ଷରେ ବିକ୍ରି କରାଯାଇଥିଲା ।
The post ନିଲାମ ହେଲା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ପୈତୃକ ସମ୍ପତ୍ତି, ୪ କୋଟି ହେଲା ୧୫ ହଜାରର ଜମି appeared first on Prameya News7.