ନିଶାଗ୍ରସ୍ତ ନାତିର ଉନ୍ମତ୍ତ କାଣ୍ଡ, ଅଜା ଘରେ ଲଗାଇଲା ନିଆଁ
ନୀଳଗିରି: ନିଶାଗ୍ରସ୍ତ ନାତିର ଉନ୍ମତ୍ତ କାଣ୍ଡ। ଅଜା ଘରେ ନିଆଁ ଲଗାଇଦେଲା ନାତି। ଜଳିଗଲା ତିନି ବଖରା ଘର। ଘଟଣା ଘଟିଛି ନୀଳଗିରି ଏନଏସି ଅଧୀନ ୧୧ ନମ୍ବର ୱାର୍ଡ ବାଣପୁର ଗାଁରେ। ସୂଚନା ଅନୁଯାୟୀ, ଗାଁର ଜୟରାମ ଦଳେଇଙ୍କ ଘରେ ତାଙ୍କ ଝିଅ ଏବଂ ଦୁଇ ନାତି ଦୀର୍ଘ ଦିନ ଧରି ରହିଆସୁଥିଲେ। ତେବେ ଗୁରୁବାର କୌଣସି କାରଣକୁ ନେଇ ଜୟରାମଙ୍କ ଏବଂ ତାଙ୍କ ନାତି ମାଧ ବିଶ୍ବାଳଙ୍କ ମଧ୍ୟରେ ବଚସା ହୋଇଥିଲା।ଆଉ ବଚସା ଏତେ ଉଗ୍ରରୂପ ନେଇଥିଲା ଯେ, ନିଶାରେ ଥିବା ମାଧ ଉତକ୍ଷିପ୍ତ ହୋଇ ନିଜେ ରହୁଥିବା ଚାଳ ଘରେ ନିଆଁ ଲଗାଇ ଦେଇଥିଲା। ଆଉ ଗାଁଲୋକେ ଲିଭାଇବା ପାଇଁ ପ୍ରୟାସ କଲାବେଳେ ସେମାନଙ୍କୁ ମଧ୍ୟ କୁରାଢ଼ୀରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା। ତେଣୁ ଗ୍ରାମବାସୀ ନିଆଁକୁ ଲିଭାଇ ପାରିନଥିଲେ। ଅବଶ୍ୟ ପରେ ଦମକଳ ଓ ପୋଲିସ ଯାଇ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଘଟଣାରେ ପୋଲିସ ଦୁଇ ନାତିଙ୍କୁ ଥାନାରେ ଅଟକ ରଖିଛି।
ନୀଳଗିରି: ନିଶାଗ୍ରସ୍ତ ନାତିର ଉନ୍ମତ୍ତ କାଣ୍ଡ। ଅଜା ଘରେ ନିଆଁ ଲଗାଇଦେଲା ନାତି। ଜଳିଗଲା ତିନି ବଖରା ଘର। ଘଟଣା ଘଟିଛି ନୀଳଗିରି ଏନଏସି ଅଧୀନ ୧୧ ନମ୍ବର ୱାର୍ଡ ବାଣପୁର ଗାଁରେ।
ସୂଚନା ଅନୁଯାୟୀ, ଗାଁର ଜୟରାମ ଦଳେଇଙ୍କ ଘରେ ତାଙ୍କ ଝିଅ ଏବଂ ଦୁଇ ନାତି ଦୀର୍ଘ ଦିନ ଧରି ରହିଆସୁଥିଲେ। ତେବେ ଗୁରୁବାର କୌଣସି କାରଣକୁ ନେଇ ଜୟରାମଙ୍କ ଏବଂ ତାଙ୍କ ନାତି ମାଧ ବିଶ୍ବାଳଙ୍କ ମଧ୍ୟରେ ବଚସା ହୋଇଥିଲା।
ଆଉ ବଚସା ଏତେ ଉଗ୍ରରୂପ ନେଇଥିଲା ଯେ, ନିଶାରେ ଥିବା ମାଧ ଉତକ୍ଷିପ୍ତ ହୋଇ ନିଜେ ରହୁଥିବା ଚାଳ ଘରେ ନିଆଁ ଲଗାଇ ଦେଇଥିଲା। ଆଉ ଗାଁଲୋକେ ଲିଭାଇବା ପାଇଁ ପ୍ରୟାସ କଲାବେଳେ ସେମାନଙ୍କୁ ମଧ୍ୟ କୁରାଢ଼ୀରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲା। ତେଣୁ ଗ୍ରାମବାସୀ ନିଆଁକୁ ଲିଭାଇ ପାରିନଥିଲେ। ଅବଶ୍ୟ ପରେ ଦମକଳ ଓ ପୋଲିସ ଯାଇ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଘଟଣାରେ ପୋଲିସ ଦୁଇ ନାତିଙ୍କୁ ଥାନାରେ ଅଟକ ରଖିଛି।