ନିଷ୍ପାପ ଶିଶୁର ତଣ୍ଟି କାଟିଦେଲା ମା’, ମେଡିକାଲରେ ଚାଲିଗଲା ଜୀବନ
ବଲାଙ୍ଗୀର, ୯/୨- (ସୁନୀଲ କୁମାର ମହାନ୍ତି) ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନିଜ ଜନ୍ମ କଲା ୬ ମାସର ଶିଶୁପୁତ୍ରର ତଣ୍ଟି କାଟି ଦେବାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖଲିଆପାଲି ଗାଁର ରବୀନ୍ଦ୍ର ନାଗଙ୍କ ସ୍ତ୍ରୀ ମୀନା ଏହି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି। ତେବେ ମୀନାଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା ଓ ସେ ଚିକିତ୍ସା […] The post ନିଷ୍ପାପ ଶିଶୁର ତଣ୍ଟି କାଟିଦେଲା ମା’, ମେଡିକାଲରେ ଚାଲିଗଲା ଜୀବନ appeared first on Dharitri Odia News.
ବଲାଙ୍ଗୀର, ୯/୨- (ସୁନୀଲ କୁମାର ମହାନ୍ତି) ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନିଜ ଜନ୍ମ କଲା ୬ ମାସର ଶିଶୁପୁତ୍ରର ତଣ୍ଟି କାଟି ଦେବାରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖଲିଆପାଲି ଗାଁର ରବୀନ୍ଦ୍ର ନାଗଙ୍କ ସ୍ତ୍ରୀ ମୀନା ଏହି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି।
ତେବେ ମୀନାଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା ଓ ସେ ଚିକିତ୍ସା ହେଉଥିଲେ ବୋଲି ସ୍ବାମୀ ରବୀନ୍ଦ୍ର କହିଛନ୍ତି l ଆଜି ସକାଳ ୭ଟାରେ ଶିଶୁପୁତ୍ରର ତଣ୍ଟି କଟା ଯାଇଥିବା ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ଥିବା ଦେଖାଯାଇଥିଲା । ଘରେ ମୀନା ନଥିଲେ । ପରିବାର ସଦସ୍ୟ ଶିଶୁପୁତ୍ରଙ୍କୁ ଧରି ପ୍ରଥମେ ତରଭା ହସପିଟାଲ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ନେଇ ଆସିଥିଲେ। ଡାକ୍ତର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ପୁଇଁତଲା ଥାନା ପୋଲିସ ଘଟଣାର ତଦନ୍ତ କରୁଛି।
The post ନିଷ୍ପାପ ଶିଶୁର ତଣ୍ଟି କାଟିଦେଲା ମା’, ମେଡିକାଲରେ ଚାଲିଗଲା ଜୀବନ appeared first on Dharitri Odia News.