ନୀତିଶ ରେଡ୍ଡୀଙ୍କ ଲଢୁଆ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୮୩ ରନ ବିଜୟ ଲକ୍ଷ୍ୟ

ଚଣ୍ଡିଗଡ଼: ମୁଲ୍ଲାନପୁର ଷ୍ଟାଡିୟମରେ ଆଜି ଆଇପିଏଲର ୨୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ   ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ନୀତିଶ ରେଡ୍ଡୀଙ୍କ ୬୪ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୮୨ ରନ କରିଛି। ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ୧୮୩ ରନର ବିଜୟ ଲକ୍ଷ୍ୟ ରହିଛି। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ୨୯ ରନ ଦେଇ ୪ଟି ସଫଳତା ପାଇଛନ୍ତି। ହର୍ଷଲ ପଟେଲ୍ ଓ ସାମ କରନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।Also read: ଟି-୨୦ ବିଶ୍ଵକପ୍‌ରୁ ବାଦ୍ ପଡ଼ି ପାରନ୍ତି ଏହି ୫ ଖେଳାଳି, IPLରେ କରିଛନ୍ତି ନିରାଶଜନକ ପ୍ରଦର୍ଶନଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ୨୭ ରନ ସ୍କୋରରେ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଟ୍ରେଭିସ୍   ହେଡ୍‌(୨୧) ଓ ଆଡନ ମାରକ୍ରମ(୦) ଆଉଟ୍ ହୋଇଥିଲେ। ରାହୁଲ ତ୍ରିପାଠୀ(୧୧) ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମରେ ନୀତିଶ ରେଡ୍ଡୀ ଦମଦାର ବ୍ୟାଟିଂ କରିଥିଲେ। ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲେ ହେଁ ରନ ଗତି ବଜାୟ ରଖିଥିଲା। କ୍ଲାସେନ(୯) ଆଜି ଶୀଘ୍ର ଆଉଟ୍ ହୋଇଥିଲେ। ଅବଦୁଲ ସାମଦ ୧୨ ବଲରୁ ୨୫ ରନ କରିଥିଲେ।  ନୀତିଶ ରେଡ୍ଡୀ ୩୭ ବଲ୍‌ରୁ ୪ ଚୌକା ଓ ୫ ଛକା ସହ ୬୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶାହବାଜ ଅହମ୍ମଦ ୭ ବଲରୁ ୧୪ ରନ କରି ଅପରାଜିତ ଥିଲେ। ଶେଷରେ ହାଇଦ୍ରାବାଦ ୯ ଓ୍ଵି

ନୀତିଶ ରେଡ୍ଡୀଙ୍କ ଲଢୁଆ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୮୩ ରନ ବିଜୟ  ଲକ୍ଷ୍ୟ

ଚଣ୍ଡିଗଡ଼: ମୁଲ୍ଲାନପୁର ଷ୍ଟାଡିୟମରେ ଆଜି ଆଇପିଏଲର ୨୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ   ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ନୀତିଶ ରେଡ୍ଡୀଙ୍କ ୬୪ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୮୨ ରନ କରିଛି। ପଞ୍ଜାବ କିଙ୍ଗ୍ସ ସମ୍ମୁଖରେ ୧୮୩ ରନର ବିଜୟ ଲକ୍ଷ୍ୟ ରହିଛି। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ୨୯ ରନ ଦେଇ ୪ଟି ସଫଳତା ପାଇଛନ୍ତି। ହର୍ଷଲ ପଟେଲ୍ ଓ ସାମ କରନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Also read: ଟି-୨୦ ବିଶ୍ଵକପ୍‌ରୁ ବାଦ୍ ପଡ଼ି ପାରନ୍ତି ଏହି ୫ ଖେଳାଳି, IPLରେ କରିଛନ୍ତି ନିରାଶଜନକ ପ୍ରଦର୍ଶନ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ୨୭ ରନ ସ୍କୋରରେ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଟ୍ରେଭିସ୍   ହେଡ୍‌(୨୧) ଓ ଆଡନ ମାରକ୍ରମ(୦) ଆଉଟ୍ ହୋଇଥିଲେ। ରାହୁଲ ତ୍ରିପାଠୀ(୧୧) ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମରେ ନୀତିଶ ରେଡ୍ଡୀ ଦମଦାର ବ୍ୟାଟିଂ କରିଥିଲେ। ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲେ ହେଁ ରନ ଗତି ବଜାୟ ରଖିଥିଲା। କ୍ଲାସେନ(୯) ଆଜି ଶୀଘ୍ର ଆଉଟ୍ ହୋଇଥିଲେ। ଅବଦୁଲ ସାମଦ ୧୨ ବଲରୁ ୨୫ ରନ କରିଥିଲେ।  ନୀତିଶ ରେଡ୍ଡୀ ୩୭ ବଲ୍‌ରୁ ୪ ଚୌକା ଓ ୫ ଛକା ସହ ୬୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶାହବାଜ ଅହମ୍ମଦ ୭ ବଲରୁ ୧୪ ରନ କରି ଅପରାଜିତ ଥିଲେ। ଶେଷରେ ହାଇଦ୍ରାବାଦ ୯ ଓ୍ଵିକେଟ୍ ହରାଇ ୧୮୨ ରନର ଲଢୁଆ ସ୍କୋର କରିଛି।

ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ଶାଣିତ ବୋଲିଂ କରି ୨୯ ରନ ଦେଇ ୪ଟି ସଫଳତା ହାସଲ କରିଥିଲେ। ହର୍ଷଲ ପଟେଲ୍ ଓ ସାମ କରନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।