ନୀତୀଶ କୁମାର ଅସୁସ୍ଥ!
ପାଟନା,୨୬।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ହଠାତ୍ ଖରାପ ହୋଇଯାଇଛି। ଏହି କାରଣରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତାଙ୍କୁ ଥଣ୍ଡା, ଫ୍ଲୁ ଏବଂ ଜ୍ୱର ହୋଇଥିବା ସୂଚନା ମିଳିଛି। ପାଗ ପରିବର୍ତ୍ତନ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ବୋଲି କୁହାଯାଉଛି। ଅସୁସ୍ଥତା କାରଣରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ତଥାପି, ଏହା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ। ନୀତୀଶ କୁମାର ଗଣତନ୍ତ୍ର ଦିବସ ଅବସରରେ ରାଜଭବନରେ ଆୟୋଜିତ […] The post ନୀତୀଶ କୁମାର ଅସୁସ୍ଥ! appeared first on Dharitri Odia News.
ପାଟନା,୨୬।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ହଠାତ୍ ଖରାପ ହୋଇଯାଇଛି। ଏହି କାରଣରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତାଙ୍କୁ ଥଣ୍ଡା, ଫ୍ଲୁ ଏବଂ ଜ୍ୱର ହୋଇଥିବା ସୂଚନା ମିଳିଛି। ପାଗ ପରିବର୍ତ୍ତନ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ବୋଲି କୁହାଯାଉଛି। ଅସୁସ୍ଥତା କାରଣରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ତଥାପି, ଏହା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ।
ନୀତୀଶ କୁମାର ଗଣତନ୍ତ୍ର ଦିବସ ଅବସରରେ ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ଅସୁସ୍ଥତା ପାଇଁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇପାରିଲେ ନାହିଁ। ସେ ପ୍ରତିବର୍ଷ ଦଳିତ ଟୋଲାରେ ପତାକା ଉତ୍ତୋଳନ ଉତ୍ସବରେ ଅଂଶଗ୍ରହଣ କରୁଥିଲେ। କିନ୍ତୁ, ଏବର୍ଷ ସେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରିଲେ ନାହିଁ।
The post ନୀତୀଶ କୁମାର ଅସୁସ୍ଥ! appeared first on Dharitri Odia News.