କୃଷକଙ୍କ ‘ଦିଲ୍ଲୀ ଚଲୋ’ ସ୍ଥଗିତ
ଶମ୍ଭୁ,୯ା୧୨: ହରିୟାଣା ପୋଲିସ୍ର ଲୁହବୁହା ଗ୍ୟାସ୍ ପ୍ରୟୋଗ ଯୋଗୁ ଆନ୍ଦୋଳନରତ ୮ ଜଣ ଚାଷୀ ଆହତ ହେବା ପରେ ରବିବାର ଅପରାହ୍ନରେ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ପଦଯାତ୍ରାକୁ ଦିନକ ପାଇଁ ସ୍ଥଗିତ ରଖିଛି। ୮ ଜଣ କୃଷକ ଆହତ ହେବା ସହ ଜଣେ ଚଣ୍ଡିଗଡ଼ ପିଜି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ରିସର୍ଚ୍ଚ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚରେ ଭର୍ତ୍ତି ହୋଇଥିବା ପଞ୍ଜାବର କୃଷକ ନେତା ସରଓ୍ବନ ସିଂ ପାନ୍ଧେର କହିଛନ୍ତି। କୃଷକ ଫୋରମ୍ ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) […] The post କୃଷକଙ୍କ ‘ଦିଲ୍ଲୀ ଚଲୋ’ ସ୍ଥଗିତ appeared first on Dharitri Odia News.
ଶମ୍ଭୁ,୯ା୧୨: ହରିୟାଣା ପୋଲିସ୍ର ଲୁହବୁହା ଗ୍ୟାସ୍ ପ୍ରୟୋଗ ଯୋଗୁ ଆନ୍ଦୋଳନରତ ୮ ଜଣ ଚାଷୀ ଆହତ ହେବା ପରେ ରବିବାର ଅପରାହ୍ନରେ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ପଦଯାତ୍ରାକୁ ଦିନକ ପାଇଁ ସ୍ଥଗିତ ରଖିଛି। ୮ ଜଣ କୃଷକ ଆହତ ହେବା ସହ ଜଣେ ଚଣ୍ଡିଗଡ଼ ପିଜି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ରିସର୍ଚ୍ଚ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚରେ ଭର୍ତ୍ତି ହୋଇଥିବା ପଞ୍ଜାବର କୃଷକ ନେତା ସରଓ୍ବନ ସିଂ ପାନ୍ଧେର କହିଛନ୍ତି। କୃଷକ ଫୋରମ୍ ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚାର ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ପାନ୍ଧେର କହିଛନ୍ତି।
ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନଗତ ଗ୍ୟାରେଣ୍ଟି ଦାବିରେ ଶୁକ୍ରବାର କୃଷକମାନେ ଦିଲ୍ଲୀ ଅଭିଯାନରେ ବାହାରିଥିବା ବେଳେ ଶମ୍ଭୁ ସୀମାରେ ଲୁହବୁହା ବାଷ୍ପ ପ୍ରୟୋଗ ଯୋଗୁ ୧୦ ଜଣ ଆହତ ହୋଇଥିଲେ। ଏହା ପରେ ପଦଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ରବିବାର ଅପରାହ୍ନରେ ପଞ୍ଜାବ-ହରିୟାଣା ସୀମାରୁ ପୁନର୍ବାର କୃଷକମାନେ ପଦଯାତ୍ରାରେ ବାହାରିବାରୁ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ଛାଡ଼ିବା ସହ ପାଣି ମାଡ଼ କରିଥିଲା। ଏଥିସହିତ ସୁରକ୍ଷା ବଳ ପକ୍ଷରୁ ବହୁସ୍ତରୀୟ ବ୍ୟାରିକେଡ୍ ଲଗାଯାଇଥିଲା। ଦିଲ୍ଲୀ ପ୍ରଶାସନର ଅନୁମତି ମିଳିଲେ କୃଷକମାନେ ପଦଯାତ୍ରାରେ ଯାଇପାରିବେ ବୋଲି ଅମ୍ବାଲା ପୋଲିସ ପୂର୍ବରୁ କହିଥିଲା।
The post କୃଷକଙ୍କ ‘ଦିଲ୍ଲୀ ଚଲୋ’ ସ୍ଥଗିତ appeared first on Dharitri Odia News.