ନୀତୀଶଙ୍କ ଗତି କୁଆଡ଼େ ? ଏଥର ଏନ୍‌ଡିଏକୁ ଫେରିଲେ ମାନିବାକୁ ପଡ଼ିବ ଏହି ସର୍ତ୍ତ, ନହେଲେ ଦୁଆର ବନ୍ଦ

ପାଟନା: ରାଜନୀତୀରେ ପଲ୍‌ଟୁ ରାମ ନାମରେ ଖ୍ୟାତ ନୀତୀଶ କୁମାର ଏବେ ପୁଣିଥରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରିବାକୁ ଚାହୁଁଛନ୍ତି ବୋଲି ଖବର ଶୁଣିବାକୁ ମିଳୁଛି। ନୀତୀଶ ଆର୍‌ଜେଡି ଛାଡ଼ି ୨୦୨୪ ଲୋକସଭା ନିର୍ବାଚନ ଏନ୍‌ଡିଏ ଗ୍ରୁପ୍‌ ସହ ମିଶି ଲଢ଼ିବେ ବୋଲି କୁହାଯାଉଛି। ହେଲେ ଏଥର ଏନ୍‌ଡିଏରେ ନୀତୀଶଙ୍କର କ୍ଷମତା ଲାଳସା ଆଉ ଚଳିବ ନାହିଁ। କାରଣ ଏନ୍‌ଡିଏକୁ ଫେରିବାକୁ ବିଜେପି ନୀତୀଶଙ୍କ ପାଖରେ ଏକ କଡ଼ା ସର୍ତ୍ତ ରଖିଛି। ନୀତୀଶ ଏନ୍‌ଡିଏକୁ ଫେରିଲେ ଆଉ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ବିଜେପି ସର୍ତ୍ତ ରଖିଥିବା ଇଣ୍ଡିଆ ଟୁଡେର ରିପୋର୍ଟ ପ୍ରକାଶ କରିଛି। ସେହିପରି ଇଲେକ୍ସନ ଫଳାଫଳ ପୂର୍ବାନୁମାନ କରୁଥିବା ୱେବ୍‌ସାଇଟ୍‌ ‘ଜନ୍‌ କି ବାତ୍’ ଅନୁସାରେ ନୀତୀଶ ଏନ୍‌ଡିଏ ଆସିବାକୁ ମନ ସ୍ଥିର କରି ସାରିଛନ୍ତି। ଏଥିପାଇଁ ଆଇନଗତ ଭାବରେ ସେ ବିଧାନସଭା ଭଙ୍ଗ କରିବାକୁ ଯୋଜନା କରୁଛନ୍ତି। ପୂର୍ବରୁ ଏନ୍‌ଡିଟିଭି କହିଥିଲା ଯେ ନୀତୀଶ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍ ହେବେ ନାହିଁ। ହେଲେ ଜି ନ୍ୟୁଜ୍ ଏକ ନୂଆ ଦାବି କରିଛି। ନୀତୀଶଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ଦିଆଯାଇପାରେ ବୋଲି ଜି ନ୍ୟୁଜ୍ କହିଛି। ଖବର ଅନୁସାରେ ବିହାର ରାଜନୀତିରେ ହଲ୍‌ଚଲ ଜୋର ଧରିଛି। ପାଟନାରେ ଆର୍‌ଜେଡି ଓ ଜେଡିୟୁ ପରସ୍ପର ଅଲଗା ଅଲଗା ବୈଠକ କରିଛନ୍ତି। ଅନ୍ୟପଟେ ବିହାର ବରିଷ୍ଠ ବିଜେପି ନେତାଙ୍କୁ କେନ୍ଦ୍ରୀୟ ନେତୃତ୍ୱ

ନୀତୀଶଙ୍କ ଗତି କୁଆଡ଼େ ? ଏଥର ଏନ୍‌ଡିଏକୁ ଫେରିଲେ ମାନିବାକୁ ପଡ଼ିବ ଏହି ସର୍ତ୍ତ, ନହେଲେ ଦୁଆର ବନ୍ଦ

nitish-kumar.JPG1

ପାଟନା: ରାଜନୀତୀରେ ପଲ୍‌ଟୁ ରାମ ନାମରେ ଖ୍ୟାତ ନୀତୀଶ କୁମାର ଏବେ ପୁଣିଥରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରିବାକୁ ଚାହୁଁଛନ୍ତି ବୋଲି ଖବର ଶୁଣିବାକୁ ମିଳୁଛି। ନୀତୀଶ ଆର୍‌ଜେଡି ଛାଡ଼ି ୨୦୨୪ ଲୋକସଭା ନିର୍ବାଚନ ଏନ୍‌ଡିଏ ଗ୍ରୁପ୍‌ ସହ ମିଶି ଲଢ଼ିବେ ବୋଲି କୁହାଯାଉଛି। ହେଲେ ଏଥର ଏନ୍‌ଡିଏରେ ନୀତୀଶଙ୍କର କ୍ଷମତା ଲାଳସା ଆଉ ଚଳିବ ନାହିଁ। କାରଣ ଏନ୍‌ଡିଏକୁ ଫେରିବାକୁ ବିଜେପି ନୀତୀଶଙ୍କ ପାଖରେ ଏକ କଡ଼ା ସର୍ତ୍ତ ରଖିଛି। ନୀତୀଶ ଏନ୍‌ଡିଏକୁ ଫେରିଲେ ଆଉ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ବିଜେପି ସର୍ତ୍ତ ରଖିଥିବା ଇଣ୍ଡିଆ ଟୁଡେର ରିପୋର୍ଟ ପ୍ରକାଶ କରିଛି।

ସେହିପରି ଇଲେକ୍ସନ ଫଳାଫଳ ପୂର୍ବାନୁମାନ କରୁଥିବା ୱେବ୍‌ସାଇଟ୍‌ ‘ଜନ୍‌ କି ବାତ୍’ ଅନୁସାରେ ନୀତୀଶ ଏନ୍‌ଡିଏ ଆସିବାକୁ ମନ ସ୍ଥିର କରି ସାରିଛନ୍ତି। ଏଥିପାଇଁ ଆଇନଗତ ଭାବରେ ସେ ବିଧାନସଭା ଭଙ୍ଗ କରିବାକୁ ଯୋଜନା କରୁଛନ୍ତି। ପୂର୍ବରୁ ଏନ୍‌ଡିଟିଭି କହିଥିଲା ଯେ ନୀତୀଶ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ୍ ହେବେ ନାହିଁ। ହେଲେ ଜି ନ୍ୟୁଜ୍ ଏକ ନୂଆ ଦାବି କରିଛି। ନୀତୀଶଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ଦିଆଯାଇପାରେ ବୋଲି ଜି ନ୍ୟୁଜ୍ କହିଛି।

ଖବର ଅନୁସାରେ ବିହାର ରାଜନୀତିରେ ହଲ୍‌ଚଲ ଜୋର ଧରିଛି। ପାଟନାରେ ଆର୍‌ଜେଡି ଓ ଜେଡିୟୁ ପରସ୍ପର ଅଲଗା ଅଲଗା ବୈଠକ କରିଛନ୍ତି। ଅନ୍ୟପଟେ ବିହାର ବରିଷ୍ଠ ବିଜେପି ନେତାଙ୍କୁ କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା ପାଇଁ ଦିଲ୍ଲୀ ଡକାଯାଇଛି। ବିହାର ବିଜେପି ନେତା ସୁଶୀଲ ମୋଦୀ ଆଜି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିପାରନ୍ତି ବୋଲି ଖବର ରହିଛି।

ଏପଟେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କିନ୍ତୁ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି। ନୀତୀଶ ଜଣେ ଅବିଶ୍ୱସ୍ତ ନେତା। ତାଙ୍କ ପାଇଁ ବିଜେପି ଦୁଆର ସବୁବେଳେ ବନ୍ଦ ବୋଲି ଗିରିରାଜ କହିଛନ୍ତି। ସୂଚନା ଥାଉକି ଦୁଇ ବର୍ଷ ତଳେ ନୀତୀଶ ଏନ୍‌ଡିଏରୁ ଓହରିଯାଇ ଆର୍‌ଜେଡି ସହ ମିଶି ସରକାର ଗଠନ କରିଥିଲେ। ହେଲେ ଏବେ ପୁଣିଥରେ ନୀତୀଶ ଏନ୍‌ଡିଏକୁ ଫେରୁଛନ୍ତି। ଏହା ପୂର୍ବ ନିର୍ବାଚନରେ ମଧ୍ୟ ଏନ୍‌ଡିଏରେ ମିଶି ନୀତୀଶ ମୁଖ୍ୟମନ୍ତ୍ରୀ ହୋଇଥିଲେ।       

The post ନୀତୀଶଙ୍କ ଗତି କୁଆଡ଼େ ? ଏଥର ଏନ୍‌ଡିଏକୁ ଫେରିଲେ ମାନିବାକୁ ପଡ଼ିବ ଏହି ସର୍ତ୍ତ, ନହେଲେ ଦୁଆର ବନ୍ଦ appeared first on Prameya News7.