ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍…
ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ ୧୯୯୫ରେ ୨ ଥର ବିଧାୟକ ହୋଇଥିଲେ ଅକ୍ଷୟ। ଏବେ ୨୦୨୪ ନିର୍ବାଚନରେ ମଧ୍ୟ ସେ ଲଢ଼ିବାକୁ ଟିକେଟ ପାଇଛନ୍ତି। ପ୍ରକାଶ ଯେ, ନୀଳଗିରିରେ ଭାଜପା ଛାଡ଼ି ବିଜେଡିରେ ମିଶିଥିବା ସୁକାନ୍ତ ନାୟକଙ୍କୁ ବିଜେଡି ଟିକେଟ ଦେଇଥିବାବେଳେ ବିଜେଡି ଛାଡ଼ି ଭାଜପାରେ ମିଶିଥିବା ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ ଦେଇଛି । […] The post ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍… appeared first on Dharitri Odia News.
ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ ୧୯୯୫ରେ ୨ ଥର ବିଧାୟକ ହୋଇଥିଲେ ଅକ୍ଷୟ। ଏବେ ୨୦୨୪ ନିର୍ବାଚନରେ ମଧ୍ୟ ସେ ଲଢ଼ିବାକୁ ଟିକେଟ ପାଇଛନ୍ତି।
ପ୍ରକାଶ ଯେ, ନୀଳଗିରିରେ ଭାଜପା ଛାଡ଼ି ବିଜେଡିରେ ମିଶିଥିବା ସୁକାନ୍ତ ନାୟକଙ୍କୁ ବିଜେଡି ଟିକେଟ ଦେଇଥିବାବେଳେ ବିଜେଡି ଛାଡ଼ି ଭାଜପାରେ ମିଶିଥିବା ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ ଦେଇଛି । ଆଜି କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ତ୍ରୀମୁଖି ଲଢେଇ ହେବାର ସ୍ପଷ୍ଟ ସଂକେତ ମିଳୁଛି ।
ଏହାଛଡ଼ା କଂଗ୍ରେସ ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଦେଇଛି। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀରେ ପ୍ରାର୍ଥୀ ବଦଳିଛନ୍ତି। ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବରୀରୁ ଦେବାଶିଷ ନାୟକ, ଆଠମଲିକରେ ହିମାଂଶୁ ଚାଉଳିଆ ନିର୍ବାଚନ ଲଢ଼ିବେ।
୧) ଜଳେଶ୍ୱର – ସୁଦର୍ଶନ ଦାସ
୨) ବରୀ – ଦେବାଶିଷ ନାୟକ
୩) ଆଠମଲ୍ଲିକ – ହିମାଂଶୁ ଚାଉଳିଆ
୪) ଆଠଗଡ଼- ସୁଦର୍ଶନ ସାହୁ
୫) ପୁରୀ – ଉମାବଲ୍ଲଭ ରଥ
The post ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍… appeared first on Dharitri Odia News.