ନୀଳଗିରି ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ
ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ୧୧ଜଣ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଶୁଣାଣି କରିବା ସହ ନୀଳଗିରି ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ରଦ୍ଦ ହେଲା ବୋଲି କହିଛନ୍ତି। ନୀଳଗିରି ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ ଦାୟିତ୍ୱ ନେବାର ୨ବର୍ଷରୁ ଅଧିକ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ସେ ନିଜ ଦାୟିତ୍ୱରେ ଅବହେଳା କରିବା ସହ ୱାର୍ଡ଼ […]

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ୧୧ଜଣ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଶୁଣାଣି କରିବା ସହ ନୀଳଗିରି ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ରଦ୍ଦ ହେଲା ବୋଲି କହିଛନ୍ତି।
ନୀଳଗିରି ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ ଦାୟିତ୍ୱ ନେବାର ୨ବର୍ଷରୁ ଅଧିକ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ସେ ନିଜ ଦାୟିତ୍ୱରେ ଅବହେଳା କରିବା ସହ ୱାର୍ଡ଼ ପ୍ରତି ପକ୍ଷପାତିତା କରୁଥିବା ନେଇ ୧୧ଜଣ କାଉନସିଲର ଅଭିଯୋଗ କରି ବାଲେଶ୍ୱର ଜିଲାପାଳଙ୍କଠାରେ ଅନାସ୍ଥା ପ୍ରସ୍ତାବ ଦେଇଥିଲେ । ଅଗଷ୍ଟ ୧୪ତାରିଖରେ ନୀଳଗିରି ଏନ୍ଏସି ସଭାଗୃହରେ ଭୋଟିଂ କରାଯିବା ନେଇ ପୂର୍ବତନ ଉପଜିଲାପାଳ ମନ୍ଦରଧର ମହାଳିକ ସମସ୍ତ କାଉନସିଲର ଓ ଅଧ୍ୟକ୍ଷାଙ୍କୁ ନୋଟିସ ମଧ୍ୟ ଜାରି କରିଥିଲେ । ଏହି ଅନାସ୍ଥାକୁ ନେଇ ନୀଳଗିରିରେ ରାଜନୀତି ସରଗରମ ହୋଇ ଉଠୁଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଅଗଷ୍ଟ ୧୩ରେ ଡବ୍ଲ୍ୟୁପିସି ନଂ ୧୯୬୬୯/୨୪ ଉପରେ ମାନ୍ୟବର ହାଇକୋର୍ଟ ଉକ୍ତ ପ୍ରସଙ୍ଗକୁ ସେହି ମାସ ୩୦ତାରିଖ ପର୍ଯ୍ୟନ୍ତ ଭୋଟିଂ ନକରିବାକୁ ସ୍ଥଗିତ ନିର୍ଦ୍ଦେଶ ଦେଇଥିଲେ । ଏ ସମ୍ପର୍କରେ ମଧ୍ୟ ହାଇକୋର୍ଟରୁ ନଗର ଉନ୍ନୟନ ବିଭାଗ ଆୟୂକ୍ତ, ବାଲେଶ୍ୱର ଜିଲାପାଳ ଏବଂ ନୀଳଗିରି ଉପଜିଲାପାଳଙ୍କୁ ନିର୍ଦ୍ଦେଶ ପତ୍ର ଆସିବା ପରେ ପ୍ରଶାସନ ତରଫରୁ ଭୋଟିଂକୁ ବନ୍ଦ ରଖାଯାଇଥିଲା । ଉକ୍ତ ଅନାସ୍ଥା ପ୍ରସଙ୍ଗରେ ସମସ୍ତ ଦସ୍ତାବିଜକୁ ଭିତ୍ତିକରି ଆଜି ଓଡ଼ିଶା ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରିଛନ୍ତି । ଉକ୍ତ ମାମଲାକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି ।