ନୀଳଗିରି ଯୁବ ମହୋତ୍ସବ ଉଦ୍ଘାଟିତ, କ୍ଷେପଣାସ୍ତ୍ର ପ୍ରଦର୍ଶନୀ ଦେଖିବାକୁ ପ୍ରବଳ ଭିଡ଼
ନୀଳଗିରି: ତିନିବର୍ଷରେ ନୀଳଗିରି ଯୁବ ମହୋତ୍ସବ। ବାଲେଶ୍ଵର ଜିଲ୍ଲା ନୀଳଗିରି କେସି ହାଇସ୍କୁଲ ପଡ଼ିଆଠାରେ ଗୁରୁବାର ମହାଆଡ଼ମ୍ବରରେ ପାଳନ ହୋଇଛି ନୀଳଗିରି ଯୁବ ମହୋତ୍ସବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କୁ ମନୋରଞ୍ଜନ ହେଉ କିମ୍ବା କଳା, ସଂସ୍କୃତି ପରମ୍ପରା ବଞ୍ଚାଇବା, ସ୍ୱାସ୍ଥ୍ୟ ଶିକ୍ଷା ଯୋଗାଇବା ସହ ଲୁକ୍କାୟିତ ପ୍ରତିଭା ଚିହ୍ନଟ କରି ସମ୍ବର୍ଦ୍ଧିତ କରିବା କ୍ଷେତ୍ରରେ ଯୁବ ମହୋତ୍ସବ ଏକ ଅଗ୍ରଣୀ ଭୂମିକା ନେଇଛି ନୀଳଗିରି ଯୁବ ମହୋତ୍ସବ। ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ଯୋଗଦେଇ ମହୋତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ମହୋତ୍ସବ କମିଟିର ସମସ୍ତ ସଦସ୍ୟ, ୫୦୦ରୁ ଉର୍ଦ୍ଧ୍ବ ଯୁବକ-ଯୁବତୀ ଏକାଠି ହୋଇ ଶୃଙ୍ଖଳିତ ଭାବେ ଉତ୍ସବ ଆୟୋଜନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ସ୍ତରରେ ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଆହୁରି ପଢ଼ନ୍ତୁ: କାର୍କୁ ଧକ୍କା ଦେଲା କାର୍, ଚାଲିଗଲା ମା’-ଝିଅଙ୍କ ଜୀବନ ଏହି ଅବସରରେ ପ୍ରତିରକ୍ଷା ବିଭାଗ ତରଫରୁ ବ୍ରହ୍ମୋସ, ଅଗ୍ନି, ପୃଥିବୀ କ୍ଷେପଣାସ୍ତ୍ର, ଟ୍ୟାଙ୍କ୍ ଓ ବିଭିନ୍ନ ଯୁଦ୍ଧାସ୍ତ୍ରର ପ୍ରଦର୍ଶନୀ ଦେଖିବାକୁ ଭିଡ଼ ଲାଗିଥିଲା। ମୀନାବଜାର, ଦୋଳିର ମଧ୍ୟ ମଜାନେଇଛନ୍ତି ଅଞ୍ଚଳବାସୀ । ଏହି ମହୋତ୍ସବରେ ଯୋଗ ଦେଇ ମୁଖ୍ୟ ଅତିଥି କହିଛନ୍ତି ତିନି ବର୍ଷର
ନୀଳଗିରି: ତିନିବର୍ଷରେ ନୀଳଗିରି ଯୁବ ମହୋତ୍ସବ। ବାଲେଶ୍ଵର ଜିଲ୍ଲା ନୀଳଗିରି କେସି ହାଇସ୍କୁଲ ପଡ଼ିଆଠାରେ ଗୁରୁବାର ମହାଆଡ଼ମ୍ବରରେ ପାଳନ ହୋଇଛି ନୀଳଗିରି ଯୁବ ମହୋତ୍ସବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କୁ ମନୋରଞ୍ଜନ ହେଉ କିମ୍ବା କଳା, ସଂସ୍କୃତି ପରମ୍ପରା ବଞ୍ଚାଇବା, ସ୍ୱାସ୍ଥ୍ୟ ଶିକ୍ଷା ଯୋଗାଇବା ସହ ଲୁକ୍କାୟିତ ପ୍ରତିଭା ଚିହ୍ନଟ କରି ସମ୍ବର୍ଦ୍ଧିତ କରିବା କ୍ଷେତ୍ରରେ ଯୁବ ମହୋତ୍ସବ ଏକ ଅଗ୍ରଣୀ ଭୂମିକା ନେଇଛି ନୀଳଗିରି ଯୁବ ମହୋତ୍ସବ।
ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ଯୋଗଦେଇ ମହୋତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ମହୋତ୍ସବ କମିଟିର ସମସ୍ତ ସଦସ୍ୟ, ୫୦୦ରୁ ଉର୍ଦ୍ଧ୍ବ ଯୁବକ-ଯୁବତୀ ଏକାଠି ହୋଇ ଶୃଙ୍ଖଳିତ ଭାବେ ଉତ୍ସବ ଆୟୋଜନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ସ୍ତରରେ ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।
ଆହୁରି ପଢ଼ନ୍ତୁ: କାର୍କୁ ଧକ୍କା ଦେଲା କାର୍, ଚାଲିଗଲା ମା’-ଝିଅଙ୍କ ଜୀବନ
ଏହି ଅବସରରେ ପ୍ରତିରକ୍ଷା ବିଭାଗ ତରଫରୁ ବ୍ରହ୍ମୋସ, ଅଗ୍ନି, ପୃଥିବୀ କ୍ଷେପଣାସ୍ତ୍ର, ଟ୍ୟାଙ୍କ୍ ଓ ବିଭିନ୍ନ ଯୁଦ୍ଧାସ୍ତ୍ରର ପ୍ରଦର୍ଶନୀ ଦେଖିବାକୁ ଭିଡ଼ ଲାଗିଥିଲା। ମୀନାବଜାର, ଦୋଳିର ମଧ୍ୟ ମଜାନେଇଛନ୍ତି ଅଞ୍ଚଳବାସୀ । ଏହି ମହୋତ୍ସବରେ ଯୋଗ ଦେଇ ମୁଖ୍ୟ ଅତିଥି କହିଛନ୍ତି ତିନି ବର୍ଷର କାର୍ଯ୍ୟକ୍ରମ ୩୦ବର୍ଷର ପୁରୁଣା ଉତ୍ସବ ଭଳି ଲାଗୁଛି।
The post ନୀଳଗିରି ଯୁବ ମହୋତ୍ସବ ଉଦ୍ଘାଟିତ, କ୍ଷେପଣାସ୍ତ୍ର ପ୍ରଦର୍ଶନୀ ଦେଖିବାକୁ ପ୍ରବଳ ଭିଡ଼ appeared first on Prameya News7.