ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ନାରା ଦେଲେ ବିଜେଡି କର୍ମୀ

ଖୋର୍ଦ୍ଧା,୬ା୩ (ପ୍ରଭାତ ପାଣିଗ୍ରାହୀ): ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବା ଏବଂ ଛୁଟି ବାତିଲ କରିବା ପ୍ରତିବାଦରେ ସାରା ରାଜ୍ୟରେ ବିଜେଡି ତରଫରୁ ଆନ୍ଦୋଳନ ଚାଲିଛି। ଖୋର୍ଦ୍ଧା ବେଗୁନିଆରେ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଏହି ପ୍ରତିବାଦ ଶୋଭାଯାତ୍ରା ଚାଲୁଥିବା ସମୟରେ ବେଗୁନିଆ ବଜାର ଦେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ପ୍ରତିବାଦର ସମ୍ମୁଖୀନ ହୋଇଥିଲେ। ବିଜେଡି […] The post ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ନାରା ଦେଲେ ବିଜେଡି କର୍ମୀ appeared first on Dharitri Odia News.

ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ନାରା ଦେଲେ ବିଜେଡି କର୍ମୀ

ଖୋର୍ଦ୍ଧା,୬ା୩ (ପ୍ରଭାତ ପାଣିଗ୍ରାହୀ): ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବା ଏବଂ ଛୁଟି ବାତିଲ କରିବା ପ୍ରତିବାଦରେ ସାରା ରାଜ୍ୟରେ ବିଜେଡି ତରଫରୁ ଆନ୍ଦୋଳନ ଚାଲିଛି। ଖୋର୍ଦ୍ଧା ବେଗୁନିଆରେ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଏହି ପ୍ରତିବାଦ ଶୋଭାଯାତ୍ରା ଚାଲୁଥିବା ସମୟରେ ବେଗୁନିଆ ବଜାର ଦେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ପ୍ରତିବାଦର ସମ୍ମୁଖୀନ ହୋଇଥିଲେ। ବିଜେଡି ନେତା ଏବଂ କର୍ମୀ ମନ୍ତ୍ରୀଙ୍କୁ ଅଟକାଇ ଗାଡ଼ି ଆଗରେ ରାଜ୍ୟ ସରକାର ବିଜୁ ପଟ୍ଟନାୟକଙ୍କ ପ୍ରତି ମନୋଭାବ ନିଷ୍ପତ୍ତି ବିରୋରେ ଛି ଛି ନାରା ଦେଇଥିଲେ। କିଛି ସମୟ ପାଇଁ ମନ୍ତ୍ରୀଙ୍କ ପାଇଲଟ ଗାଡ଼ି ସହ ତାଙ୍କ ଗାଡ଼ି ମଧ୍ୟ ରାସ୍ତାରେ ଅଟକି ଯାଇଥିଲା। ଫଳରେ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ପରେ ପରେ ପୋଲିସ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ବେଗୁନିଆ ଅତିକ୍ରମ କରାଇଥିଲା।

The post ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ନାରା ଦେଲେ ବିଜେଡି କର୍ମୀ appeared first on Dharitri Odia News.