କିଡ୍‌ନୀ ଖରାପ ହେଲେ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ତା’ ସହ ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। କିଡ୍‌ନୀ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ହାତଗୋଡ଼ ଫୁଲିଯାଏ। ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ। ରକ୍ତଚାପ ଅସନ୍ତୁଳିତ ରହେ। ଦୁର୍ବଳ ଲାଗେ। ବାନ୍ତି ଉଠାଏ ଆଉ ବେଳେବେଳେ ହୁଏ ମଧ୍ୟ। ନିଃଶ୍ୱାସପ୍ରଶ୍ୱାସ ନେବାରେ ବାଧା ମଧ୍ୟ ଉପୁଜେ, ଫଳରେ ଶ୍ୱାସକ୍ରିୟାଜନିତ ଅନେକ ରୋଗ ଦେଖାଦିଏ। […] The post କିଡ୍‌ନୀ ଖରାପ ହେଲେ ଦେଖାଦିଏ ଏସବୁ ଲକ୍ଷଣ… appeared first on Dharitri Odia News.

କିଡ୍‌ନୀ ଖରାପ ହେଲେ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ତା’ ସହ ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। କିଡ୍‌ନୀ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ହାତଗୋଡ଼ ଫୁଲିଯାଏ। ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ। ରକ୍ତଚାପ ଅସନ୍ତୁଳିତ ରହେ। ଦୁର୍ବଳ ଲାଗେ। ବାନ୍ତି ଉଠାଏ ଆଉ ବେଳେବେଳେ ହୁଏ ମଧ୍ୟ। ନିଃଶ୍ୱାସପ୍ରଶ୍ୱାସ ନେବାରେ ବାଧା ମଧ୍ୟ ଉପୁଜେ, ଫଳରେ ଶ୍ୱାସକ୍ରିୟାଜନିତ ଅନେକ ରୋଗ ଦେଖାଦିଏ। ତେଣୁ କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣର ପାଣି ପିଇବା ଆବଶ୍ୟକ। କିଡ୍‌ନୀଜନିତ ରୋଗ ଦେଖାଗଲେ ଶରୀରରେ ୟୁରିଆ ତତ୍ତ୍ୱ ବଢ଼ିଯାଏ। ସେଥିପାଇଁ ଏହାକୁ ସନ୍ତୁଳିତ ରଖିବା ପାଇଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ। ଘିଅ, କ୍ଷୀର, ମାଛ, ମାଂସ, ପନିର, ସୋୟାବିନ୍‌ ଆଦିିରେ ପ୍ରୋଟିନ୍‌ ଅଧିକ ଥାଏ। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କରନ୍ତୁ। ଦୈନିକ ୫ଗ୍ରାମ୍‌ ଲୁଣ ମଧ୍ୟ ଖାଆନ୍ତୁ। ଯଦି ନିଶାଦ୍ରବ୍ୟ ସେବନ କରୁଛନ୍ତି, ତେବେ ଏହାକୁ ତୁରନ୍ତ ବର୍ଜନ କରନ୍ତୁ। ଏହାର ଲକ୍ଷଣ ବିଷୟରେ ଅବଗତ ହେଲେ ବିଳମ୍ବ ନ କରି କିଡ୍‌ନୀ ଡାକ୍ତରଙ୍କର ସହ ପରାମର୍ଶ କରନ୍ତୁ।

The post କିଡ୍‌ନୀ ଖରାପ ହେଲେ ଦେଖାଦିଏ ଏସବୁ ଲକ୍ଷଣ… appeared first on Dharitri Odia News.