ନୀଳରକ୍ତ କଙ୍କଡ଼ା ଜିଓ ଟ୍ୟାଗିଙ୍ଗ୍‌ ପାଇଁ ଅନୁମତି

ମହାକାଳପଡ଼ା,୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ନଦୀ ଅବବାହିକା ଅଞ୍ଚଳରେ ବହୁସଂଖ୍ୟାରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବ୍‌ଙ୍କ ପୂର୍ଣ୍ଣିମା, ଅମାବାସ୍ୟାରେ ମିଳନ ପ୍ରକ୍ରିୟା ଦେଖିବାକୁ ମିଳେ। ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ୪୫କୋଟି ବର୍ଷପୂର୍ବେ ସୃଷ୍ଟି ହୋଇଥିବା ଆମେରିକା ବୈଜ୍ଞାନିକମାନଙ୍କ ସାମୁଦ୍ରିକ ଜୀବ ସର୍ବେକ୍ଷଣ ସଂସ୍ଥା ଗବେଷଣାରୁ ଆଧାରିତ ବୋଲି କୁହାଯାଇଛି। ଏହି ପ୍ରଜାତିର ସାମୁଦ୍ରିକ ଜୀବ ବିଶେଷକରି ପୃଥିବୀର ପ୍ରଶାନ୍ତ ମହାସାଗର ଅବବାହିକା ଓ ବଙ୍ଗୋପସାଗର କୂଳର […] The post ନୀଳରକ୍ତ କଙ୍କଡ଼ା ଜିଓ ଟ୍ୟାଗିଙ୍ଗ୍‌ ପାଇଁ ଅନୁମତି appeared first on Dharitri Odia News.

ନୀଳରକ୍ତ କଙ୍କଡ଼ା ଜିଓ ଟ୍ୟାଗିଙ୍ଗ୍‌ ପାଇଁ ଅନୁମତି

ମହାକାଳପଡ଼ା,୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ନଦୀ ଅବବାହିକା ଅଞ୍ଚଳରେ ବହୁସଂଖ୍ୟାରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବ୍‌ଙ୍କ ପୂର୍ଣ୍ଣିମା, ଅମାବାସ୍ୟାରେ ମିଳନ ପ୍ରକ୍ରିୟା ଦେଖିବାକୁ ମିଳେ। ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ୪୫କୋଟି ବର୍ଷପୂର୍ବେ ସୃଷ୍ଟି ହୋଇଥିବା ଆମେରିକା ବୈଜ୍ଞାନିକମାନଙ୍କ ସାମୁଦ୍ରିକ ଜୀବ ସର୍ବେକ୍ଷଣ ସଂସ୍ଥା ଗବେଷଣାରୁ ଆଧାରିତ ବୋଲି କୁହାଯାଇଛି। ଏହି ପ୍ରଜାତିର ସାମୁଦ୍ରିକ ଜୀବ ବିଶେଷକରି ପୃଥିବୀର ପ୍ରଶାନ୍ତ ମହାସାଗର ଅବବାହିକା ଓ ବଙ୍ଗୋପସାଗର କୂଳର ବାଲେଶ୍ୱର ଜିଲାର ସନ୍ତସନ୍ତିଆ ସମୁଦ୍ର କୂଳ ଓ କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦେଖିବାକୁ ମିଳେ। ଏମାନଙ୍କ ଜିଇଓ ଟ୍ୟାଗିଙ୍ଗ୍‌ ସର୍ବେକ୍ଷଣ କରାଗଲେ ବଂଶର ପ୍ରାଚୀନ କାଳର ମୂଳ ଉତ୍ସରୁ ସୃଷ୍ଟି ହୋଇଥିବା ଗବେଷଣା ସହିତ ତଥ୍ୟ, ସର୍ଭେଲାନ୍ସ, ଫଟୋ ଓ ଅନ୍ୟ ତଥ୍ୟ ପ୍ରକାଶ ପାଇବ ବୋଲି କୁହାଯାଇଛି। ଏମାନଙ୍କ ଶରୀରରେ ଲୌହ ବା ଆଇରନ ବଦଳରେ କପର ବା ତମ୍ବା ଭଳି ହେମସିଆନିନ ନାମକ ରାସାୟନିକ ପଦାର୍ଥ ଥିବାରୁ ରକ୍ତ ନୀଳ ରଙ୍ଗର ଦେଖିବାକୁ ମିଳେ। ଏହି ରକ୍ତ କଣିକାରେ ପ୍ରସ୍ତୁତ ହେଉଛି ଦୁରାରୋଗ୍ୟ ରୋଗର ନିଦାନ ପାଇଁ ଅଧିକ ପରୀକ୍ଷଣ ତଥା ଗବେଷଣା କରିଛନ୍ତି ଆମେରିକା ସାମୁଦ୍ରିକ ଜୀବ ତଥା ଭେଷଜ ବୈଜ୍ଞାନିକମାନେ। ବିଦେଶରେ ଏହି ନୀଳରକ୍ତର ଚାହିଦା ସହ ବହୁ ମୂଲ୍ୟ ରହିଛି। ସମୟ ଆସିବ ଏହି ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ବିଲୁପ୍ତ ହେବାର ଆଶଙ୍କା ରହିଛି। କାରଣ ସମୁଦ୍ରରେ ମାଛ ଧରାଳିମାନେ ଟ୍ରଲର, ବଡ଼ ବଡ଼ ବୋଟ୍‌ରେ ବ୍ୟବହାର କରିଥିବା ଗାଞ୍ଜ ଜାଲରେ ଛନ୍ଦି ହୋଇ ନୀଳରକ୍ତ କଙ୍କଡ଼ାଙ୍କ ଜୀବନ ଯାଉଛି। ସାମୁଦ୍ରିକ ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ାର ଅଧିକ ଗବେଷଣା ପାଇଁ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ, ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କିଛିଦିନ ପୂର୍ବେ ବାଲେଶ୍ୱର ଅଞ୍ଚଳ ସମୁଦ୍ର ମୁହାଣରେ ଜିଇଓ ଟ୍ୟାଗିଙ୍ଗ୍‌ ପାଇଁ ମିଳିତ ସହଯୋଗରେ ୭୦ କଙ୍କଡ଼ାର ସର୍ଭେ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁସଂଖ୍ୟାରେ ଏହି ନୀଳରକ୍ତ କଙ୍କଡ଼ାଙ୍କର ଟ୍ୟାଗିଙ୍ଗ୍‌ କରାଯିବାକୁ ଧରିତ୍ରୀରେ ୨୫ା୮ା୨୪ ରବିବାର ପ୍ରକାଶିତ ହୋଇଥିଲା। ଏ ନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) ସୁଦର୍ଶନ ଗୋପୀନାଥ ଯାଦବ। ଏ ସଂକ୍ରାନ୍ତରେ ଡିଏଫ୍‌ଓ ଯାଦବଙ୍କୁ ପଚାରିବାରେ ବାଲେଶ୍ୱର ଜିଲା ପରେ କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ନୀଳରକ୍ତ କଙ୍କଡ଼ା ଜିଓ ଟ୍ୟାଗିଙ୍ଗ୍‌ର ଅଧିକ ଗବେଷଣା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିଛି। ଆଗାମୀ ଦିନରେ ଖୁବ୍‌ଶୀଘ୍ର ଟ୍ୟାଗିଙ୍ଗ୍‌ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

The post ନୀଳରକ୍ତ କଙ୍କଡ଼ା ଜିଓ ଟ୍ୟାଗିଙ୍ଗ୍‌ ପାଇଁ ଅନୁମତି appeared first on Dharitri Odia News.